
Corona Virus
କରୋନା ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଥିବା ବେଳେ କେତେକ ଶିଳ୍ପ ଲାଭବାନ ହୋଇଥିଲେ। ପରିଷ୍କାର ପରିଚ୍ଛନ୍ନତା, ମାସ୍କ ଉତ୍ପାଦନ, ଫିଟନେସ୍ କିଟ୍ ଏବଂ ଅନଲାଇନରେ କରି ହେଉଥିବା କାର୍ଯ୍ୟ ଇତ୍ୟାଦି ୨୦୨୦ରେ ଦ୍ରୁତ ଗତିରେ ଆଗକୁ ବଢିଥିଲା। ଠିକ ସେହି ପରି ଆୟୁର୍ବେଦିକ ଉତ୍ପାଦ ସମେତ ଏହି ଛୋଟ ଶିଳ୍ପଗୁଡିକ କରୋନା ସମୟରେ ଲାଭବାନ ହୋଇଥିଲେ, ୨୦୨୧ ରେ ମଧ୍ୟ ଲାଭ ହେବାର ସମ୍ଭାବନା ଅଛି l ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ l
ଲାଭ କରିଥିବା ଶିଳ୍ପଗୁଡ଼ିକ
ଆୟୁର୍ବେଦିକ ଉତ୍ପାଦଗୁଡିକ ଅଧିକ ଲାଭବାନ ହୋଇଥିଲେ । କରୋନା ସମୟରେ ଲୋକମାନେ ବ୍ୟବନପ୍ରସ, ଗିଲୋୟ, ଅଁଳା,ଡାଳଚିନି, ଅଦା, ତୁଳସୀ, ଲେମନ ଗ୍ରାସ, ଅଶ୍ଵଗନ୍ଧା ଇତ୍ୟାଦିରୁ ପ୍ରସ୍ତୁତ ଦ୍ରବ୍ୟ ଅଧିକ କିଣିଥିଲେ l ଏଥିରୁ ପ୍ରସ୍ତୁତ କାଢାର ବିକ୍ରି ମଧ୍ୟ ହଠାତ୍ ବୃଦ୍ଧି ପାଇଲା । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବେକ୍ଷଣ ଅନୁସାରେ ଏହି ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ଯେ କରୋନା ସମୟରେ ୪୫ ପ୍ରତିଶତରୁ ଆଧିକ ଲୋକ ଚ୍ୟବନପ୍ରସ, ଗିଲୋୟ, କାଢା, ଭିଟାମିନ ଆଦିର ଟାବଲେଟ କିଣିଛନ୍ତି । ଏହି ସର୍ଭେରେ ଦେଶର ୧୬ଟି ରାଜ୍ୟକୁ ଅନ୍ତର୍ଭୁକ୍ତ କରାଯାଇଥିଲା l ଏହା ସହିତ କରୋନା ସମୟରେ ‘ଚା’ ର ବିକ୍ରି ମଧ୍ୟ ବୃଦ୍ଧି ପାଇଛି ।
ବଜାରରେ ସବୁଜ ପନିପରିବା ଏବଂ ଡାଲିର ଚାହିଦା ମଧ୍ୟ ବୃଦ୍ଧି ପାଇଲା
ମନେ ରଖନ୍ତୁ, ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ପାଇଁ ଆୟୁର୍ବେଦିକ ପଦାର୍ଥ ଖାଇବାକୁ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଲୋକୋମାଙ୍କୁ ପରାମର୍ଶ ଦେଇଛନ୍ତି । ସର୍ଭେରେ ଏହା ମଧ୍ୟ ଜଣାପଡିଛି ଯେ କରୋନା ସମୟରେ କେବଳ ଯେ, ଲୋକଙ୍କ ଜୀବନ ଶୈଳୀ ବଦଳି ଥିଲା ତାହା ନୁହେଁ ବରଂ ଖାଦ୍ୟର ପଦ୍ଧତି ମଧ୍ୟ ବଦଳି ଯାଇଥିଲା । ଏହି ସମୟରେ ଡାଲି, ସବୁଜ ପନିପରିବା, ହଳଦୀ ଇତ୍ୟାଦିର ବ୍ୟବହାର ମଧ୍ୟ ବହୁତ ବଢି ଯାଇଥିଲା ।
ପ୍ୟାକେଜ୍ ରସ ଉତ୍ପାଦନକାରୀମାନେ ମଧ୍ୟ ଲାଭବାନ ହୋଇଥିଲେ
ପୂର୍ବ ଅପେକ୍ଷା ୨୦୨୦ରେ ପ୍ୟାକେଜ୍ ରସର ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି । ସେଓ, କମଳା, ବେଲ, ନଡ଼ିଆ, ଅଙ୍ଗୁର ଏବଂ ମୋସମ୍ବୀ ରସର ବିକ୍ରିରେ ବୃଦ୍ଧି ଘଟିଛି । ଏହା ଜଣାଇ ଦିଆଯାଉଛି କି ଦେଶରେ କରୋନା ଟୀକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ଏପର୍ଯ୍ୟନ୍ତ ୭୭ ଲକ୍ଷରୁ ଆଧିକ ଲୋକଙ୍କୁ ଟୀକାକରଣ କରାଯାଇଛି ।
Share your comments