Success Stories

ଚାଷ କରି ଚର୍ଚ୍ଚାରେ ଯୁବକ, ୨ ମାସରେ ରୋଜଗାର କଲେ ୧୮ଲକ୍ଷ ଟଙ୍କା

୨୭ ବର୍ଷ ବୟସ୍କ ଯୁବ କୃଷକଙ୍କ ନାମ ଶିବ ଶର୍ମା । ସେ ଅଶୋକନଗର ଜିଲ୍ଲାର ମଡ଼ଖେଡ଼ା ଗାଁର ବାସିନ୍ଦା । ସେ ଜଣେ କୃଷକଙ୍କଠାରୁ ମଞ୍ଜି ନେଇ ତିନି ବର୍ଷ ପୂର୍ବରୁ ତରଭୁଜ ଚାଷ ଆରମ୍ଭ କରିଥିଲେ। ଦେଖୁ ଦେଖୁ ସେ ନିଜର ପରିଶ୍ରମ ଓ ଦକ୍ଷତା ବଳରେ କୃଷି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରଥମେ ସେ ୨ ଏକର ଜମିରେ ତରଭୁଜ ଚାଷ କରିଥିଲେ ।ଏଥିରୁ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିଲେ ।

25 April, 2023 7:00 PM IST By: Priyambada Rana

ମଧ୍ୟପ୍ରଦେଶର ଜଣେ ଯୁବକ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ତରଭୁଜ ଚାଷରୁ ମାତ୍ର ୨ ମାସ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି ।କୃଷି କ୍ଷେତ୍ରରେ ତାଙ୍କ ଦକ୍ଷତା ଦେଖି ଆଖପାଖର କୃଷକମାନେ ବହୁତ ପ୍ରଭାବିତ ହୋଇଛନ୍ତି ।ଏଭଳି ପରିସ୍ଥିତିରେ ଅନ୍ୟ ଯୁବକମାନେ ମଧ୍ୟ ଏହି ଯୁବ କୃଷକଙ୍କଠାରୁ ତରଭୁଜ କିପରି ଚାଷ କରିବେ ତାହା ଶିଖୁଛନ୍ତି।

ବିଶେଷ କଥା ହେଉଛି ଏହି ଯୁବ ଚାଷୀ ଜଣଙ୍କ ୪୫ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଅବଶ୍ୟ, ଯେତେବେଳେ ଏହି ଯୁବ କୃଷକ ତରଭୁଜ ଚାଷ କରିବା ଆରମ୍ଭ କଲେ, ଲୋକମାନେ ତାଙ୍କୁ ପରିହାସ କରୁଥିଲେ । କିନ୍ତୁ, ସେ ଯେତେବେଳେ ତରଭୂଜ ବିକି ନିଜର ଆୟ ଆରମ୍ଭ କଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହି ୨୭ ବର୍ଷ ବୟସ୍କ ଯୁବ କୃଷକଙ୍କ ନାମ ଶିବ ଶର୍ମା । ସେ ଅଶୋକନଗର ଜିଲ୍ଲାର ମଡ଼ଖେଡ଼ା ଗାଁର ବାସିନ୍ଦା । ସେ ଜଣେ କୃଷକଙ୍କଠାରୁ ମଞ୍ଜି ନେଇ ତିନି ବର୍ଷ ପୂର୍ବରୁ ତରଭୁଜ ଚାଷ ଆରମ୍ଭ କରିଥିଲେ। ଦେଖୁ ଦେଖୁ ସେ ନିଜର ପରିଶ୍ରମ ଓ ଦକ୍ଷତା ବଳରେ କୃଷି  କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରଥମେ ସେ ୨ ଏକର ଜମିରେ ତରଭୁଜ ଚାଷ କରିଥିଲେ ।ଏଥିରୁ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ଏହା ଶିବ ଶର୍ମାଙ୍କୁ ଅଧିକ ଆତ୍ମବିଶ୍ୱାସ ଯୋଗାଇଥିଲା। ପର ବର୍ଷ ସେ ୫୦ ବିଗାରେ ତରଭୁଜ ଚାଷ କରିଥିଲେ, ଯାହା ତାଙ୍କୁ ବହୁତ ଲାଭ ଦେଇଥିଲା ।

ଏହି କାରଣରୁ ଶିବ ଶର୍ମା ଚଳିତ ବର୍ଷ ୧୨୦ ବିଗାରେ ତରଭୁଜ ଚାଷ କରିଛନ୍ତି। ଯେଉଁଥିରୁ ମାତ୍ର ୨ ମାସ ମଧ୍ୟରେ ଖର୍ଚ୍ଚ ୧୮ ଲକ୍ଷ ଟଙ୍କା ଲାଭ ପାଇଛନ୍ତି ଶିବ । ବର୍ତ୍ତମାନ ତାଙ୍କ ଫାର୍ମରେ ୫୦ ଜଣ ଶ୍ରମିକ ପ୍ରତିଦିନ କାମ କରୁଛନ୍ତି ।ବିଶେଷ କଥା ହେଉଛି ଯେ ଶିବ ଶର୍ମା ତରଭୁଜ ମଞ୍ଜି ବ୍ୟବସାୟ କରନ୍ତି। ସେ କହିଥିଲେ ଯେ ଗୋଟିଏ ବିଗାରୁ ପ୍ରାୟ ଏକ କ୍ୱିଣ୍ଟାଲ ତରଭୁଜ ମଞ୍ଜି ତାଙ୍କୁ ମିଳିଥାଏ । ମଞ୍ଜି ବ୍ୟତୀତ ତରଭୁଜ ମଧ୍ୟ ବିକ୍ରି ହୋଇଥାଏ । ସେ କହିଛନ୍ତି ଯେ ତରଭୁଜରୁ ମଞ୍ଜି ବାହାର କରିବା ପରେ ଫଳ ଫୋପାଡି ଦିଆଯାଏ। ବର୍ତ୍ତମାନ ବଜାରରେ ତରଭୁଜ ମଞ୍ଜି କ୍ୱିଣ୍ଟାଲ ପିଛା ୨୫ ହଜାର ଟଙ୍କାରେ ବିକ୍ରି ହେଉଛି ।

ତରଭୁଜରୁ ମଞ୍ଜି ବାହାର କରିବା ପାଇଁ ହାଥରସ ସବୁଠାରୁ ବଡ କେନ୍ଦ୍ର-

ଯଦି ଶିବ ଶର୍ମାଙ୍କ କଥା କହିବା ମାତ୍ର ୨୪ ବର୍ଷ ବୟସରେ ସେ ତରଭୁଜ ଚାଷ କରିବା ଆରମ୍ଭ କରିଥିଲେ। ତା’ପରେ ସାଙ୍ଗମାନେ ତାଙ୍କୁ ପରିହାସ କଲେ। ତଥାପି, ସେ ଧୈର୍ଯ୍ୟ ନ ହରାଇ ଚାଷ କାର୍ଯ୍ୟ ଜାରି ରଖିଥିଲେ ।ଆପଣଙ୍କୁ ଜଣାଇ ଦେଉଛୁ ଯେ ଉତ୍ତରପ୍ରଦେଶର ହାଥରସରେ ତରଭୁଜରୁ ମଞ୍ଜି ବାହାର କରିବା ପାଇଁ ସବୁଠାରୁ ବଡ କେନ୍ଦ୍ର ଅଛି । କିନ୍ତୁ, ଅଶୋକନଗରରୁ ହାଥସର ତରଭୁଜ ମଞ୍ଜି ମଧ୍ୟ ଯୋଗାଇ ଦିଆଯାଉଛି ।ଶିବ ଶର୍ମା କହିଛନ୍ତି ଯେ ବର୍ତ୍ତମାନ ୨୦୦ ରୁ ୨୫୦ ଲୋକ ତରଭୁଜ କିଣିବାକୁ ତାଙ୍କ ଫାର୍ମକୁ ପ୍ରତିଦିନ ଆସିଥାନ୍ତି ।

କମ ସମୟ, କମ ଖର୍ଚ୍ଚରେ କରନ୍ତୁ ଅଧିକ ଆୟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)