1. କୃଷି ବିଶ୍ବକୋଷ

କମ ସମୟ, କମ ଖର୍ଚ୍ଚରେ କରନ୍ତୁ ଅଧିକ ଆୟ

ଆଜିକାଲି ଚାଷ କହିଲେ ଖାଲି ଚାଷୀଙ୍କୁ ଆଉ ବୁଝାଉନାହିଁ l ଅନେକ ଭଲ ତଥା ବଡ ବଡ ଶିକ୍ଷିତ ଲୋକ ମଧ୍ୟ ଚାଷ କାମ ରେ ଯୋଗ ଦେଲେଣି l ଅନେକ ଉପାୟରେ ଚାଷ କରାଯାଉଛି ଯାହାଦ୍ୱାରା ଚାଷ ରୁ ଅନେକ ଲାଭ ମଧ୍ୟ ଉଠା ଯାଇପାରୁଛି l ଚାଷ କରି ଲାଭ ଉଠାଇ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ଅନେକ ଶିକ୍ଷିତ ଯୁବକ ଯୁବତୀ ଚାଷକାମରେ ମନ ଦେଉଛନ୍ତି l

Tanushree Mahapatra
Tanushree Mahapatra
Watermelon farming in summer season

Watermelon farming in summer season

ଆଜିକାଲି ଚାଷ କହିଲେ ଖାଲି ଚାଷୀଙ୍କୁ ଆଉ ବୁଝାଉନାହିଁ  ( watermelon farming ) l ଅନେକ ଭଲ ତଥା ବଡ ବଡ ଶିକ୍ଷିତ ଲୋକ ମଧ୍ୟ ଚାଷ କାମ ରେ ଯୋଗ ଦେଲେଣି l ଅନେକ ଉପାୟରେ ଚାଷ କରାଯାଉଛି  ଯାହାଦ୍ୱାରା ଚାଷ ରୁ ଅନେକ ଲାଭ ମଧ୍ୟ ଉଠା ଯାଇପାରୁଛି l ଚାଷ କରି ଲାଭ ଉଠାଇ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ଅନେକ ଶିକ୍ଷିତ ଯୁବକ ଯୁବତୀ ଚାଷକାମରେ ମନ ଦେଉଛନ୍ତି l ତେବେ ଆଗକୁ ସୀତା ସାରିବା ମାତ୍ରେ ଖରାଦିନ ଆସି ପହଞ୍ଚିଯିବ l ସେଥିରୁ ବାଦ ପଡିବା ପାଇଁ ଲୋକେ ଅନେକ ଥଣ୍ଡା ଜାତୀୟ ଫଳ ତଥା ଖାଁଧ୍ୟ ଖାଇବା ପାଇଁ ପସନ୍ଦ କରିଥାନ୍ତି l

ଯଦି ପ୍ରକୃତ ସମୟରେ ଆପଣ ଥଣ୍ଡା ଜାତୀୟ ଫଳ ଚାଷ କରୁଛନ୍ତି ତେବେ ଆପଣ ଖୁବ ଲାଭବାନ ହୋଇପାରିବେ  l

ଏହି ଫଳ ମଧ୍ୟରେ ତରଭୁଜ ହେଉଛି ଅନ୍ୟତମ ଯାହାକୁ ଖରାଦିନେ ଖାଇବାକୁ ପାଇଁ ବେଶ୍ ପସନ୍ଦ କରାଯାଏ ।  ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଖାଇବାକୁ ପସନ୍ଦ କରିଥାଏ । ଏହା ସେହି ଫଳ ମଧ୍ୟରୁ ଏକ ଫଳ ଯେଉଁଥିରେ ୯୨ ପ୍ରତିଶତ ପାଣି ରହିଥାଏ । ତରଭୁଜ ଆମ ଶରୀରକୁ ହାଇଡ୍ରେଟ କରିବା ପାଇଁ ଉତ୍ତମ, କାରଣ ଏଥିରେ ଭିଟାମିନ ଏ, ସି ଏବଂ ପୋଟାସିୟମ, ଜିଙ୍କ୍, ଫ୍ୟାଟ ଏବଂ କ୍ୟାଲୋରୀ ରହିଥାଏ । ଏଥିପାଇଁ ଏହାକୁ ଚାଷ କରିବା ଚାଷୀଙ୍କ ପାଇଁ ଅନ୍ୟ ଫସଲ ଅପେକ୍ଷା ଅଧିକ ଲାଭଜନକ ହୋଇଥାଏ । ଏହାର ବଡ଼ ବିଶେଷତ୍ୱ ହେଉଛି ଏଥିରେ ଅନ୍ୟ ଫଳ ତୁଳନାରେ କମ ସମୟ, କମ ସାର ଏବଂ କମ ପାଣିର ଆବଶ୍ୟକତା ରହିଥାଏ ।

ତରଭୁଜ ଚାଷ ପାଇଁ ଜଳବାୟୁ ଏବଂ ତାପମାତ୍ରା - ତରଭୁଜ ଚାଷ ପାଇଁ ଉଷ୍ଣକଟିବନ୍ଧୀୟ ଏବଂ ଉପୋଷ୍ଣକଟିବନ୍ଧୀୟ ଅଞ୍ଚଳ ଉପଯୁକ୍ତ ହୋଇଥାଏ । ଏହି ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟାଲୋକ ଆବଶ୍ୟକ ହୋଇଥାଏ । ତରଭୁଜ ଫସଲ ପାଇଁ ଶୁଷ୍କ ଜଳବାୟୁ ଏବଂ ଲମ୍ବା ଦିନ ଉପଯୁକ୍ତ ହୋଇଥାଏ । ଅତ୍ୟଧିକ ଆଦ୍ରତା ହାନିକାରକ ହୋଇଥାଏ ଏହି ଚାଷ ପାଇଁ । କାରଣ ଏହାଦ୍ୱାରା ଭୂତାଣୁ, ପୋକ ହେବାର ବିପଦ ରହିଛି । ସେହିଭଳି ତାପମାତ୍ରା ୨୫ ରୁ ୩୦ ମଧ୍ୟରେ ରହିବା ଆବଶ୍ୟକ ।

ସାଧାରଣତଃ ତରଭୁଜ ଫସଲରେ ଜଳବାୟୁ, ମୃତ୍ତିକା , ବିହନ, ବିହନ ବିଶୋଧନ, ଖାଦ୍ୟସାର ପରିଚାଳନା, ତୃଣକ ଦମନ, ଗଛ ପତଳା କରିବା ଆବଶ୍ୟକ । ଆବଶ୍ୟକ ସ୍ଥଳେ ହର୍ମୋନ ପ୍ରୟୋଗ ପରାଗ ସଂଗମ, ଅମଳ ଓ ଅମଳ ପରବର୍ତ୍ତୀ ଯତ୍ନ ଆଦି କେତେକ ଦିଗ ଉପରେ ସବିଶେଷ ଧାନ ଦିଆଯାଉଥିଲେ ମଧ୍ୟ କିସମ ଚୟନ, ଜଳବାୟୁ, ଖାଦ୍ୟସାର ପରିଚାଳନା ତଥା ଘାସ ନିୟନ୍ତ୍ରଣ ଓ ଗଛ ପତଳା କରିବା ହେତୁ ଏହି ଫସଲର ଅମଳ ଓ ମାନ ନିର୍ବାରଣ ହୋଇଥାଏ ।

ତରଭୁଜ, ଉଷ୍ଣ ଜଳବାୟୁରେ ଭଲ ଭାବେ ହୋଇପାରୁଥିବାରୁ ଫ୍ରେବୃୟାରୀ ମାସ ଏହି ଚାଷ ପାଇଁ ଉପଯୋଗୀ । କାରଣ ତାପମାତ୍ରା ୧୮-୨୧ ସେଲସିୟସରୁ କମ୍ ହେଲେ ଗଜା ହୁଏ ନାହିଁ । ଏଣୁ ୨୫-୩୦ ସେଲସିୟସ ତାପମାତ୍ରାରେ ଫସଲର ଅଙ୍କୁରଣ କ୍ଷମତା ଅଧିକଥିବାରୁ ଏହି ମାସ ଶେଷ ସୁଦ୍ଧା ଶେଷଥର ପାଇଁ ହଳ କରି ମାଟିକୁ ସମତୁଲ କରି ମନ୍ଦାରେ ଲଗାଇବା ଆବଶ୍ୟକ । ପ୍ରାୟତଃ ସମସ୍ତ ପ୍ରକାର ମାଟିରେ ତରଭୁଜ ଚାଷ ହେଉଥିଲେମଧ୍ୟ ବାଲିଆ, ଦୋରସା, ମଟାଳ ମାଟିରେ ଏହି ଚାଷ ଭଲ ଭାବେ ହୋଇଥାଏ ।

ତରଭୁତ ଫସଲରେ ଅନେକ ଗୁଣାତ୍ମକ  କିସମ ରହିଛି । ଯେପରିକି ଧନୁଷ ବ୍ଲକ୍ ଥଣ୍ଡର, ଛାକଲ୍ ମ୍ୟାଜିକ, ରିୟା, ମଧୁ, ମିଲନ, ସୁଗାର ବେବି, ସୁଗାର ବୟ, ମୋହିନୀ, ସୁରୁଚି, ସପନ୍ତ, କ୍ୟାଣ୍ଡି, ଅଗଷ୍ଟ, ଖୁସ୍ବୁ, ମଧୁବାଳା ଇତ୍ୟାଦି ସଙ୍କର କିସମ ହେକ୍ଟର ପ୍ରତି ୫୦୦ ଗ୍ରାମ ଓ ସାଧାରଣ କିସମ ହେକ୍ଟର ୮୦୦ ଗ୍ରାମ ଆବଶ୍ୟକ ହୋଇଥାଏ ।  ବିହନ ଗୁଡିକୁ କାର୍ବୋଣ୍ଡାଜିମ୍ କିମ୍ବା କାର୍ବୋକ୍ସିନରେ ବିଶୋଧନ କରି ପୂର୍ବ ପ୍ରସ୍ତୁତ ମନ୍ଦାରେ ଗୋବର ଖତ ୫ କି. ଗ୍ରା. ହିସାବରେ ଲଗାଇବାକୁ ପଡ଼ିଥାଏ । ଏପରିକି ପଲିଥିନ୍ ମୁଣାରେ ମଞ୍ଜି ପକାଇ ୧୫ ଦିନର ଚାରାକୁ ଲଗାଯାଇପାରିବ । ଏହାଦ୍ଵାରା ଅଧିକ ହୃଷ୍ଟପୁଷ୍ଟ ଗଛ ବାହାରିଥାଏ ଓ ଖୁବଶୀଘ୍ର ଗଛଗୁଡିକ ବଢିଥାନ୍ତି ।

ସାଧାରଣତଃ ହେକ୍ଟର ପ୍ରତି ୧୦୦ କି.ଗ୍ରା. ଯବକ୍ଷାରଜାନ, ୬୦ କି.ଗ୍ରା, ଫସଫରସ ଓ ୬୦ କି.ଗ୍ରା, ପଟାସ ସାର ଆବଶ୍ୟକ ହୋଇଥାଏ । ଜମି ପ୍ରସ୍ତୁତି ସମୟରେ ସମସ୍ତେ ଫସଫରସ୍ ଓ ଅଧା ଯବକ୍ଷାରଜାନ ସାର ଏବଂ ଅବଶିଷ୍ଟ ଅଧା ଯବକ୍ଷାରଜାନ ସାର ସହିତ ସମସ୍ତ ପଟାସ ଗଛ ଲଗାଇବାର ୩ ସପ୍ତାହ ପରେ କୋଡାଖୁସା କରି ଘାସ ବାଛି ପ୍ରୟୋଗ କରିବାକୁ ପଡିଥାଏ । ଏପରିକି ଫସଲର ଗୁଣାତ୍ମକ ଉତ୍ପାଦକତା ବୃଦ୍ଧି ପାଇଁ ହେକ୍ଟର ପ୍ରତି ୧୦ କିଗ୍ରା ଅଣୁସାର ଓ ୪ କି. ଗ୍ରା. ବୋରନ୍ ପ୍ରୟୋଗ କରାଯାଇଥାଏ । ନଚେତ୍ ଫୁଲ ଆସିବା ସମୟରେ ଏହି ଅଣୁସାର ଲିଟର ପ୍ରତି ୨ ଗ୍ରାମ୍ ପ୍ରତି ୧୦ ଦିନ ଅନ୍ତରରେ ଦୁଇଥର ପ୍ରୟୋଗ କରାଯାଇପାରିବ  । ଯାହା ଚାଷ ପାଇଁ ଭଲ ହୋଇପାରିବ  l

କିସମ ଅନୁସାରେ ପ୍ରାୟତଃ ୯୦-୧୧୦ ଦିନ ମଧ୍ୟରେ ତରଭୁଜ ଫସଲ ପରିପକ୍ଵ ଅବସ୍ଥାକୁ ଆସିଥାଏ । ଗଛଗୁଡ଼ିକ ସ୍ଵାଭାବିକ ଶୁଖିଗଲେ ଅମଳ ଓ ବର୍ଗୀକରଣ କରି ବିକ୍ରୟ କରାଯାଏ । ୧ ହେକ୍ଟର ଜମିରେ ପ୍ରାୟ ୪୦-୪୫ ହଜାର ଖର୍ଚ୍ଚ ହେଉଥିବା ବେଳେ ଅମଳ ବାବଦକୁ ୧ ଲକ୍ଷ ୪୦ ହଜାର ପର୍ଯ୍ୟନ୍ତ ଅର୍ଥାତ୍ ଲାଭ ୧ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ଏଣୁ ଧାନ ପରେ ଜମି ଖାଲି ପଡୁଥିବାରୁ ଏହି ଚାଷ ପ୍ରତି ଗୁରୁତ୍ଵ ଦେଲେ ଚାଷରୁ ବେଶ୍ ଦୁଇ ପଇସା ଲାଭ ମିଳିବା ସହିତ ଏହି ଚାଷକୁ ବ୍ୟବସାୟିକ ରୂପ ଦେଇ ଆତ୍ମନିର୍ଭରଶୀଳତା ଆଣିହେବ ଏଥିରେ, ଦ୍ଵିମତ ନାହିଁ ।

ଫୁଲକୋବି ଚାଷ କରିବ ମାଲାମାଲ....

କୋଟିପତି କରିଦେବ ଏହି ଚାଷ ପ୍ରଣାଳୀ...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments