1. ସଫଳ କାହାଣୀ

Grameen Bharat Mahotsav 2025: ଡୋକ୍ରା କାରିଗରୀ ପ୍ରସ୍ତୁତି କ୍ରାଫ୍ଟ ପ୍ରଦର୍ଶନ....

କନ୍ଧମାଳ ଜିଲ୍ଲାର ଅଭିଯାନ କ୍ରାଫ୍ଟ ଏଫପିସି ଡୋକ୍ରା କାରିଗରୀ ପ୍ରସ୍ତୁତ ସାମଗ୍ରୀ ଉପସ୍ଥାପନା କରିଥିଲେ l ଡୋକ୍ରା କାରିଗରୀ ଖୁବ ପ୍ରସିଦ୍ଧ ରହିଛି କନ୍ଧମାଳ ଜିଲ୍ଲାରେ l ଯାହା ପୁରୁଣା ତମ୍ବା ପ୍ରସ୍ତୁତି ସାମଗ୍ରୀ l ଅଳଙ୍କାର ସହିତ ବିଭିନ୍ନ ଘର ସାଜସଜ୍ଜା ଏବଂ ଅଫିସ ସାଜସଜ୍ଜା ପାଇଁ ଏହି ଡୋକ୍ରା କାରିଗରୀ ପ୍ରସ୍ତୁତ ଖୁବ ପରିଚିତ l

Tanushree Mahapatra
Tanushree Mahapatra
abhiyan craft producer comapany ltd of kandhamal

abhiyan craft producer comapany ltd of kandhamal

ନୂଆ ଦିଲ୍ଲୀରେ ଗ୍ରାମୀଣ ଭାରତ ମହୋତ୍ସବ ଆୟୋଜନ କରାଯାଇଛି l ଯାହା ଜାନୁଆରୀ ୪ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାର ଵ୍ୟଵସ୍ଥା ରହିଛି l ଏହି କାର୍ଯ୍ୟକ୍ରମକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ l ସରକାରଙ୍କ ଆର୍ଥିକ ସେବା ବିଭାଗ ଏବଂ ନାବାର୍ଡ ଦ୍ୱାରା ଆୟୋଜିତ କରାଯାଇଛି ଏହି କାର୍ଯ୍ୟକ୍ରମ l

କୃଷି ଓ କୃଷକ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ଏଫପିସି, ଏଫପିଓ ଏବଂ ଏସ.ଏଚ.ଜି ଙ୍କ ଦ୍ୱାରା ଷ୍ଟଲ ପ୍ରଦର୍ଶନ କରାଯାଇଛି l ଯେଉଁଠି ଅନେକ ପ୍ରକାର ଜୈବିକ ପଦ୍ଧତିରେ ଉତ୍ପାଦ ହୋଇଥିବା ଖାଦ୍ୟ ଦ୍ରବ୍ୟ , ବସ୍ତ୍ର , ଘର ସାଜ୍ଜସଜ୍ଜା ଇତ୍ୟାଦି ପ୍ରଦର୍ଶନ ହୋଇଛି l ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକ ଷ୍ଟଲ ପ୍ରଦର୍ଶନ କରାଯାଇଛି l

ଏହି କାର୍ଯ୍ୟକ୍ରମରେ ଓଡିଶାରୁ ମଧ୍ୟ ବିଭିନ୍ନ ଏଫପିସିଙ୍କ ଦ୍ୱାରା ଷ୍ଟଲ ପ୍ରଦର୍ଶନ କରାଯାଇଛି l ସେଠାରେ ଅଭିଯାନ କ୍ରାଫ୍ଟ ଏଫପିସି ସଦସ୍ୟଙ୍କ ସହିତ କୃଷି ଜାଗରଣ ସ୍ୱତନ୍ତ୍ର ସାକ୍ଷାତକାର ନେଇଥିଲା l କନ୍ଧମାଳ ଜିଲ୍ଲାର ଅଭିଯାନ କ୍ରାଫ୍ଟ ଏଫପିସି ଡୋକ୍ରା କାରିଗରୀ ପ୍ରସ୍ତୁତ ସାମଗ୍ରୀ ଉପସ୍ଥାପନା କରିଥିଲେ l ଡୋକ୍ରା କାରିଗରୀ ଖୁବ ପ୍ରସିଦ୍ଧ ରହିଛି କନ୍ଧମାଳ ଜିଲ୍ଲାରେ l ଯାହା ପୁରୁଣା ତମ୍ବା ପ୍ରସ୍ତୁତି ସାମଗ୍ରୀ l ଅଳଙ୍କାର ସହିତ ବିଭିନ୍ନ ଘର ସାଜସଜ୍ଜା ଏବଂ ଅଫିସ ସାଜସଜ୍ଜା ପାଇଁ ଏହି ଡୋକ୍ରା କାରିଗରୀ ପ୍ରସ୍ତୁତ ଖୁବ ପରିଚିତ l ତେବେ ଏହି ଅଭିଯାନ କ୍ରାଫ୍ଟ ଏଫପିସି ଆଜିକୁ ୨୦ ରୁ ୩୦ ବର୍ଷ ହେବ ଏହି କାରିଗରୀ କାମ କରି ଆସୁଛି l

ଅଭିଯାନ କ୍ରାଫ୍ଟ ଏଫପିସିରେ ଏ ପର୍ଯ୍ୟନ୍ତ ୩୦୫ ସଦସ୍ୟ ରହିଛନ୍ତି l ଅଭିଯାନ କ୍ରାଫ୍ଟ ଏଫପିସିର ଡ଼ାଇରେକ୍ଟ ହେମନ୍ତ ନାୟକଙ୍କ କହିବା ଅନୁଯାୟୀ " ଏହି କାରିଗରଙ୍କ କହିବା ଅନୁସାରେ ସରକାର ଯଦି ଅଧିକ ରୁ ଅଧିକ ସରକାରୀ ସହାୟତା ଏବଂ କାରିଗରଙ୍କୁ ଉତ୍ସାହିତ କରନ୍ତେ ତେବେ ଡୋକ୍ରା କାରିଗରୀ ହୁଏତ ଭବିଷ୍ୟତରେ ଆହୁରି ଅଧିକ ବଜାର ପାଇ ପାରିବ " l ଡୋକ୍ରା କାରିଗର ଅନେକ ଥର ଏଥିପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି l ତାଙ୍କର ବିଶ୍ୱାସ ରହିଛି ଯେ ଆଗାମୀ ଭବିଷ୍ୟତରେ ସରକାର ଏଥିପ୍ରତି ଦୃଷ୍ଟି ଦେବେ l ଅଭିଯାନ କ୍ରାଫ୍ଟ ଏଫପିସିର ଡ଼ାଇରେକ୍ଟ ହେମନ୍ତ ନାୟକ କହିଥିଲେ, ତାଙ୍କ ଏଫପିସି ଆଧ୍ୟ୍ୟମରେ ସମସ୍ତ ମହିଳା ଏବଂ ପୁରୁଷଙ୍କୁ ତାଲିମ ଦିଆଯାଉଛି ଏବଂ ଵ୍ୟଵସାୟ ଆରମ୍ଭ କରିବାକୁ ଋଣ ମଧ୍ୟ ପ୍ରଦାନ କରାଯାଉଛି l ଯାହା ତାଙ୍କୁ ଏହି ସାମଗ୍ରୀ ବିକ୍ରି କରି ରୋଜଗାର କରିବାକୁ ସକ୍ଷମ କରୁଛି l ତେବେ ଆଗାମୀ ଦିନକୁ ଅପେକ୍ଷା କେବେ ଏହି କାରିଗରଙ୍କୁ ସରକାର ପ୍ରାଥମିକତା ପ୍ରଦାନ କରିବେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ