ଜୀବନର ପ୍ରତ୍ୟେକ ଆହ୍ୱାନରେ ସଫଳତା ଅବିଶ୍ୱାସନୀୟ ବିଶ୍ୱାସ, ସାହସ ଏବଂ ଇଚ୍ଛାଶକ୍ତି ଉପରେ ନିର୍ଭର କରେ l ଏହିପରି ବ୍ୟକ୍ତିତ୍ୱ ଥିବା ମଣିଷ ହିଁ ଦିନେ ସଫଳତାର ଶୀର୍ଷରେ ପହଞ୍ଚି ଯାଏ l ଏହି କାହାଣୀ ଦୃଢ଼ ଇଚ୍ଛାଶକ୍ତିର କାହାଣୀ; କେବେ ହାର ନ ମାନିବାକୁ ପ୍ରେରଣା ଦେଉଥିବା ଏହା ଏକ ପ୍ରେରଣାଦାୟକ ଉତ୍ସ ହୋଇପାରେ ଅନ୍ୟ ଜଣଙ୍କ ପାଇଁ l ସନ୍ତୋଷ କାଇଟ ପଣ୍ଡୁର୍ନାର ଦାଲିର ବାସିନ୍ଦା, ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ଚମତ୍କାର ସଂଘର୍ଷ ମାଧ୍ୟମରେ ସଫଳତା ହାସଲ କରିଛନ୍ତି l
ଉପଯୁକ୍ତ ମାର୍ଗଦର୍ଶନ, ପ୍ରେରଣା ଏବଂ ସମର୍ଥନ ଦ୍ୱାରା ଜଣେ ବ୍ୟକ୍ତି ଅକ୍ଷମତାକୁ ଦୂର କରିପାରିବ ବୋଲି ସେ ସାବ୍ୟସ୍ତ କରିଛନ୍ତି l ନିଜ ନିଷ୍ଠା ଓ ଚେଷ୍ଟା ବଳରେ ଜଣେ ସମସ୍ତ ଅକ୍ଷମତାକୁ ଦୂର କରି ସଫଳତା ଆଣି ପାରିବ l ସନ୍ତୋଷ ନିଜ କାମ ତାଙ୍କ ଗାଁ ପାଣ୍ଡୁର୍ନା ରୁ ଆରମ୍ଭ କରିଥିଲେ । ପାଞ୍ଚ ବର୍ଷ ବୟସରେ ପୋଲିଓ ରୋଗରେ ଆକ୍ରାନ୍ତ ହେବାପରେ ମଧ୍ୟ ସେ ହାର ମାନି ନଥିଲେ ଏବଂ ନିଜ ଆତ୍ମବିଶ୍ୱାସ ଉପରେ ନିର୍ଭର କରିବାକୁ ଶିଖିଲେ ; ନିଜର ଅସ୍ତିତ୍ୱକୁ ଗ୍ରହଣ କଲେ l ୨୦୦୬ ରେ, ଯେତେବେଳେ ସନ୍ତୋଷଙ୍କ ପିତାଙ୍କର ଦେହାନ୍ତ ହେଲା, ପରିବାର ପାଇଁ ସମସ୍ୟା ମଧ୍ୟ ବଢ଼ିଯାଇଥିଲା | ଏହା ପରେ ସନ୍ତୋଷ ତାଙ୍କର ବୃତ୍ତି ଭାବରେ ଚାଷ କାର୍ଯ୍ୟ ଜାରି ରଖିବାକୁ ସ୍ଥିର କଲେ; ଏବଂ ପୂର୍ଣ୍ଣ ବିଶ୍ୱାସ ସହିତ ଆଗକୁ ବାଢ଼ିଥିଲେ l
୨୦୧୪ ରେ, ତାଙ୍କର ଅକ୍ଷମତା ହେତୁ ତାଙ୍କୁ ପୁଣିଥରେ ନୂତନ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଲା । କୃଷି କାର୍ଯ୍ୟରେ ବୃଦ୍ଧି ଘଟିଥିଲା, କିନ୍ତୁ ବଳଦ ଦ୍ୱାରା ଚାଷ ତଥା ଶ୍ରମର ଆବଶ୍ୟକତା ହେତୁ ସନ୍ତୋଷ ପୁଣିଥରେ ତାଙ୍କ କାର୍ଯ୍ୟରେ ବାଧା ଦେଖିବା ଆରମ୍ଭ କରିଥିଲେ । ଏହି କଠିନ ସମୟ ତାଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା l ତା’ପରେ ସେ ସଫଳତା ଆଡ଼କୁ ଏକ ପଦକ୍ଷେପ ନେଇଥିଲେ ।
ସେ ଥରେ ପୁସାଦରେ ମହିନ୍ଦ୍ରା ସଦସ୍ୟଙ୍କୁ ଭେଟିବାର ସୁଯୋଗ ପାଇଲେ । ମହିନ୍ଦ୍ରା ଟିମର ସହାୟତାରେ ସନ୍ତୋଷ ଏକ ଟ୍ରାକ୍ଟର କିଣି ଚାଷ ପାଇଁ ବ୍ୟବହାର କରିବା ଆରମ୍ଭ କରିଥିଲେ । ଏହା ସହିତ ଅଳ୍ପ ସମୟ ମଧ୍ୟରେ ସେ ଚାଷର ଅସୁବିଧାକୁ ଦୂର କରିପାରିଥିଲେ । ଗୋଟିଏ ଟ୍ରାକ୍ଟରରୁ ଆରମ୍ଭ କରି ଆଜି ତାଙ୍କର ପାଖରେ ଚାରୋଟି ଟ୍ରାକ୍ଟର ଅଛି , ତାଙ୍କ ନିଜ ଘର ମଧ୍ୟ ଅଛି ଏବଂ ଏକ ସୁ-ପ୍ରତିଷ୍ଠିତ ଶିଳ୍ପ ମଧ୍ୟ ପ୍ରତିଷ୍ଠା କରିଛନ୍ତି ସେ l ସନ୍ତୋଷ ବିଶ୍ୱାସ କରନ୍ତି ଯେ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଜରୁରୀ ଅଟେ କିନ୍ତୁ ଯଦି କୌଣସି କାର୍ଯ୍ୟ କାହାର ସାହାଯ୍ୟରେ ଭଲ ଭାବରେ ସମ୍ପନ୍ନ ହୁଏ , ତେବେ ସେହି ସାହାଯ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ l
କୃଷିରେ ଟ୍ରାକ୍ଟର ବ୍ୟବହାର ଏବଂ ଏହିପରି ବୈଷୟିକ ଉନ୍ନତି ମାଧ୍ୟମରେ ସେ ଅନେକ ଉତ୍ତମ ଆହ୍ୱାନ ଠାରୁ ଉର୍ଦ୍ଧ୍ୱରେ ନିଜର ବ୍ୟବସାୟ ପ୍ରତିଷ୍ଠା କରିଥିଲେ l ସନ୍ତୋଷ ଆନ୍ତରିକତାର ସହ ବିଶ୍ୱାସ କରନ୍ତି ଯେ ଜୀବନରେ ସଫଳତା ହାସଲ କରିବାକୁ ହେଲେ ଆମକୁ ଆମର ଅସୁବିଧାକୁ ଗ୍ରହଣ କରିବାକୁ ହେବ ଏବଂ ସେମାନଙ୍କୁ ଦୂର କରିବାକୁ ସାହସ ବି କରିବାକୁ ପଡିବ l
ସେ କେବଳ ଏହି ସମସ୍ୟାର ସମ୍ମୁଖୀନ ହୋଇ ହାର ମାନି ନଥିଲେ ବରଂ ତାଙ୍କ ପ୍ରେରଣାଦାୟକ ପଦକ୍ଷେପ ସହିତ ଗାଁର ଲୋକଙ୍କୁ ମଧ୍ୟ ପ୍ରେରଣା ଦେଇଥିଲେ । ତାଙ୍କର ସବୁଠୁ ବଡ ଏବଂ ପ୍ରିୟ ସ୍ୱପ୍ନ ହେଉଛି ସମଗ୍ର ଗାଁ ଏକ ଆତ୍ମନିର୍ଭରଶୀଳ ଉଦ୍ୟୋଗରେ ପରିଣତ ହେଉ ଏବଂ ଏଥିପାଇଁ ସେ ପ୍ରତିଦିନ ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ହୋଇ କାମ ମଧ୍ୟ କରୁଛନ୍ତି l ସନ୍ତୋଷ ତାଙ୍କ ସମଗ୍ର ଗାଁକୁ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଜୀବନଯାପନରେ ପରିଣତ କରିବାକୁ ପ୍ରେରଣା ଦେଇଛନ୍ତି l ସେ ପ୍ରମାଣ କରିଛନ୍ତି ଯେ ଯଦି ଜଣଙ୍କର ମାନସିକ ଶକ୍ତି, ପ୍ରିୟଜନଙ୍କ ସମର୍ଥନ ଏବଂ ଦକ୍ଷ ମାର୍ଗଦର୍ଶନ ଥାଏ, ତେବେ ସେମାନେ ଯେକୌଣସି ଅସୁବିଧାକୁ ଦୂର କରିପାରିବେ l
ସନ୍ତୋଷ କେବଳ ତାଙ୍କ ଜୀବନକୁ ଚାଷକାମରେ ଉତ୍ସାହିତ କରିନଥିଲେ ବରଂ ଗାଁର ସମସ୍ତଙ୍କୁ ସମୃଦ୍ଧତା ଏବଂ ସଫଳତା ଆଡକୁ ଗତି କରିବା ପାଇଁ ପ୍ରେରଣା ଦେଇଥିଲେ । ବିଫଳତା ବିରୁଦ୍ଧରେ ଚେଷ୍ଟା କରୁଥିବା ଏବଂ ସର୍ବଦା ନୂତନ ଉଚ୍ଚତାର ସନ୍ଧାନରେ ହିଁ ସଫଳତା ପ୍ରାପ୍ତ ହୁଏ , ଏହା ହେଉଛି ସନ୍ତୋଷଙ୍କ ଆଦର୍ଶ | ସନ୍ତୋଷଙ୍କ ଏ ଭଳି ପ୍ରେରଣା ଦାୟକ କାର୍ଯ୍ୟ ଆମକୁ ପ୍ରେରଣା ଯୋଗାଏ ଯେ ଜୀବନର ଏକ ସଫଳ ଯାତ୍ରା ପାଇଁ ଆମେ କେବେବି ହାର ମାନିବା ଉଚିତ୍ ନୁହେଁ , ବରଂ ପ୍ରତ୍ୟେକ ସଙ୍କଟକୁ ଏକ ନୂତନ ଦିଗ ଦେବା ଉଚିତ l ପରିବର୍ତ୍ତନ କରିବାର ଆତ୍ମବିଶ୍ୱାସ ରହିବା ଜରୁରୀ l
Share your comments