
annual income 30 lakh rupees from vermicompost
ଚାଷରେ ଜୈବିକ ସାର ବର୍ତ୍ତମାନ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିଛି l ଜୈବିକ ସାର ବ୍ୟବହାର କରି ଚାଷୀ ଚାଷ ହେଉଥିବା ଉତ୍ପାଦିତ ଅମଳକୁ ଉନ୍ନତ କରିପାରୁଛି l ଯାହା ଭଲ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ନିରାପଦ ମଧ୍ୟ l ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟ ଜୈବିକ ସାର ବିଷୟରେ ଅଧିକ ଗୁରୁତ୍ତ୍ଵ ପ୍ରଦାନ କରୁଛନ୍ତି l ସେହିପରି ଆମ ରାଜ୍ୟ ଓଡିଶାରେ ନବରଙ୍ଗପୁର ଜିଲ୍ଲା ଜୈବିକ ସାର ବ୍ୟବହାରରେ ରଖିଛି ଅନନ୍ୟ ଭୂମିକା l
ଏହି ଜୈବିକ ସାର ଉତ୍ପାଦନ କ୍ଷେତ୍ରରେ ଜଣେ ସଫଳ ଚାଷୀ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ୨୦ ରୁ ଅଧିକ ବ୍ୟକ୍ତିଙ୍କୁ ରୋଜଗାର ପ୍ରଦାନ କରିଛନ୍ତି l ଅନ୍ୟପଟେ ଅନ୍ୟ କିଛି ଚାଷୀ ଙ୍କୁ ସେ ଜୈବିକ ସାର କିମ୍ବା ଜିଆଖତ ବିଷୟରେ ଟ୍ରେନିଂ ପ୍ରଦାନ କରୁଛନ୍ତି l ଯାହା ସେହି ଜିଲ୍ଲାର ଅନ୍ୟ ଚାଷୀଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି l ଏହି ଆର୍ଟିକଲରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ଗ୍ରାମର ଜିତେନ୍ଦ୍ର ମହାରଣାଙ୍କ ବିଷୟରେ ଆଲୋଚନା କରାଯାଇଛି l ଯିଏ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟଙ୍କୁ ଜୈବିକ ସାର ପ୍ରସ୍ତୁତ ଓ ବ୍ୟବହାର ପାଇଁ ଉତ୍ସାହିତ କରୁଛନ୍ତି l
ଜିତେନ୍ଦ୍ରଙ୍କ କହିବା ଅନୁଯାୟୀ ଏହି ଜୀବିକା ତାଙ୍କୁ କରୋନା ଦେଇଛି l ୬ ବର୍ଷ ପୂର୍ବେ କିଚେନ ଗାର୍ଡେନ କାମ ପାଇଁ ମାତ୍ର ୨୦୦୦ ହଜାର ଟଙ୍କା ଖର୍ଚ୍ଚ କରି ଜିଆଖତ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ l ଏହି ଛୋଟ ପ୍ରୟାସ ଜିତେନ୍ଦ୍ରଙ୍କୁ ଦେଖାଇଥିଲା ସଫଳତାର ରାସ୍ତା l ବର୍ତ୍ତମାନ ଜିତେନ୍ଦ୍ର ପ୍ରତି ବର୍ଷ ୪୦ ଟନ ଜିଆଖତ ଉତ୍ପାଦନ କରିବା ସହିତ ବର୍ଷକୁ ୩୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି l ପ୍ରଥମରେ ସେ କୁଣ୍ଡରେ ଏହାକୁ ପ୍ରସ୍ତୁତ କରୁଥିଲେ କିନ୍ତୁ ବର୍ତ୍ତମାନ ସେ ଜମିରେ ଜାରି ପାଲ ପକାଇ ଆଧୁନିକ କୌଶଳ ବ୍ୟବହାର କରି ଜିଆଖତ ପ୍ରସ୍ତୁତ କରୁଛନ୍ତି l
ସେ ୯୦ ପ୍ରତିଶତ ଦେଶୀ ଗାଈ ଗୋବର , ୧୦ ପ୍ରତିଶତ କାଠିକୁଟା ଓ ଶୁଖିଲା ଡାଳ ପତ୍ରକୁ କଞ୍ଚାମାଲ ଭାବରେ ବ୍ୟବହାର କରୁଛନ୍ତି l ଖୁସି ଏଗ୍ରୋ ନାମକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି ଯାହାଦ୍ୱାରା ସେ ଜିଆଖତ ପ୍ରସ୍ତୁତ କରି କଳାହାଣ୍ଡି , କୋରାପୁଟ , ବଲାଙ୍ଗୀର , ନୂଆପଡା ବଜାରରେ ବିକ୍ରି କରିବା ସହିତ ପଡୋଶୀ ରାଜ୍ୟ ଛତିଶଗଡ଼କୁ ମଧ୍ୟ ଏହା ରପ୍ତାନି କରୁଛନ୍ତି l ୧ କେଜି , ୫ କେଜି , ୩୦ କେଜି ଏବଂ ୫୦ କେଜି ବସ୍ତାରେ ପ୍ୟାକିଂ କରି ସେ ବିକ୍ରି କରୁଛନ୍ତି l ଏହି ଫାର୍ମରେ ସେ ପ୍ରାୟ ୧୫ ଜଣ ଶ୍ରମିକଙ୍କୁ ରୋଜଗାର ପ୍ରଦାନ କରିଛନ୍ତି l ତେବେ ତାଙ୍କ ସଫଳତା ପାଇଁ କୃଷି ଜାଗରଣ ଟିମ ତରଫରୁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ l
Read more
ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
GFBN LINK - https://millionairefarmer.in/gfbn/
Share your comments