1. ସଫଳ କାହାଣୀ

ରୋଜଗାର ଦେଇଛି କୁକଡ଼ା ଚାଷ, ଭଦ୍ରକରୁ ଚନ୍ଦନ କୁମାରଙ୍କ ସଫଳ କାହାଣୀ

କୁକୁଡ଼ା ଚାଷ କରି ସଫଳତା ଲାଭ କରିଥିବା ଏକ ଯୁବ ଉଦ୍ୟୋଗୀ ହେଲେ 36 ବର୍ଷୀୟ ଶ୍ରୀ ଚନ୍ଦନ କୁମାର ଜେନା |

Omkar Mohanty
Omkar Mohanty
A Trailblazing Success Story in Poultry Farming from Bhadrak

A Trailblazing Success Story in Poultry Farming from Bhadrak

କୁକୁଡ଼ା ଚାଷ କରି ସଫଳତା ଲାଭ କରିଥିବା ଏକ ଯୁବ ଉଦ୍ୟୋଗୀ ହେଲେ 36 ବର୍ଷୀୟ ଶ୍ରୀ ଚନ୍ଦନ କୁମାର ଜେନା | ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଭୁକ୍ତ କୁଆଁରନ୍ଦା ଗ୍ରାମର ଚନ୍ଦନ ତାଙ୍କ 5 ଜଣ ପରିବାରର ଏକ ମାତ୍ର ରୋଜଗାରକ୍ଷମ ସଦସ୍ୟ | ବେଙ୍ଗାଳୁରୁ ରେ ଏକ ବେସରକାରୀ ସଂସ୍ଥାରେ କାମ କରି ପରିବାର ଚଳାଉଥିବା ବେଳେ କରୋନା ମହାମାରୀ ସମୟରେ ଗାଁ କୁ ଫେରିଆସିଥିଲେ |

ବେରୋଜଗାର ହୋଇ କିଛି କରିବା ଉଦ୍ୟେଶ୍ୟରେ ଏଠି ସେଠି ବୁଲି ଶେଷରେ ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ରରେ ପହଞ୍ଚିଥିଲେ|ସେତେବେଳେ ତାଙ୍କ ପାଖରେ ଥିବା 1 ଏକର ଜମିରେ ଧାନ ଓ ପନିପରିବା ଚାଷରୁ ବାର୍ଷିକ 62,500 ଟଙ୍କା ନେଟ ଲାଭ ପାଉଥିଲେ | କୃଷି ବିଜ୍ଞାନ କେନ୍ଦ୍ରର କିଛି ପ୍ରଶିକ୍ଷଣ ଓ କ୍ଷେତ୍ର ପ୍ରଦର୍ଶିନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ |

ବିଭିନ୍ନ କୃଷି ଉଦ୍ୟୋଗର ସୁଯୋଗ ତାଙ୍କ ଆଗରେ ଥିଲେ ମଧ୍ୟ ସେ କୁକୁଡ଼ା ଚାଷ ପାଇଁ ମନ ବଳାଇ ଥିଲେ | କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପ୍ରଦର୍ଶିନୀ କାର୍ଯ୍ୟକ୍ରମ ଦ୍ୱାରା 2021 ମସିହାରେ ସେ ରଙ୍ଗୀନ କୁକୁଡ଼ା (ରେନବୋ ରୁଷ୍ଟର) ଚାଷ କରିବା ଆରମ୍ଭ କରିଥିଲେ | ପ୍ରଥମ ବର୍ଷରେ 150 ଚିଆଁ ରଖି 7500 ଖର୍ଚ୍ଚ କରି ସେଥିରୁ 14000 ଟଙ୍କା ନେଟ ଲାଭ ପାଇଥିଲେ| ତାଙ୍କର ଏହି ପ୍ରଚେଷ୍ଟା କୁ ଆହୁରି ସୁଦୃଢ କରିବା ପାଇଁ ସେ ବ୍ରୟଲର କୁକୁଡ଼ା ଚାଷ କରିବା ଆରମ୍ଭ କରିଦେଲେ | 2022 ରେ ଏହି ଚାଷ ଆରମ୍ଭ କରି ଏଥିରୁ ବାର୍ଷିକ 1,00,000 ଟଙ୍କା ନେଟ ଲାଭ ପାଇଥିଲେ |

କୃଷି ବିଜ୍ଞାନ କେନ୍ଦ୍ରର ପରାମର୍ଶ ନେଇ ଛତୁ ଚାଷ, ଉନ୍ନତ ପ୍ରଣାଳୀରେ ମାଛ ଚାଷ, ପନିପରିବା ଚାଷ ମଧ୍ୟ ଆଦୃତ କରି ଚାଷରୁ ଆୟ ବଢ଼ାଇ ପାରିଛନ୍ତି| ଏହି ସବୁ ଚାଷରୁ ସର୍ବମୋଟ ଲାଭ 1,46,00 ଥିଲା ବେଳେ କେବଳ କୁକୁଡ଼ା ଚାଷରୁ ସର୍ବାଧିକ ଲାଭ 1,00,000 ଟଙ୍କା ପାଉଛନ୍ତି| ତାଙ୍କର ସଫଳତାରେ ଅନୁପ୍ରାଣିତ ହୋଇଛନ୍ତି କିଛି ଗ୍ରାମୀଣ ଯୁବକ | ଚନ୍ଦନ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଏକ ସଫଳ ଯୁବ କୁକୁଡ଼ା ଚାଷୀ ଭାବରେ ତାଙ୍କର ଅଭିଜ୍ଞତା ପ୍ରକାଶ କରିଥାନ୍ତି |

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments