ଓଡ଼ିଶାରେ ଅଧିକ ଧାନ ଚାଷ ହୋଇଥାଏ l ଅଧିକାଂଶ ଲୋକ ଧାନ ଚାଷ କରିଥାନ୍ତି l ବିଭିନ୍ନ ଜିଲ୍ଲାର ପାଣିପାଗକୁ ଆଖିରେ ରଖି ଚାଷୀ ଅନେକ କିସମ ର ଧାନ ଚାଷ କରିଥାନ୍ତି l ସେହିପରି ସମସ୍ତ ଜିଲ୍ଲା ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ଅଧିକ ଧାନ ଚାଷ ହୋଇଥାଏ l ନିକଟରେ କୃଷି ଜାଗରଣ ତରଫରୁ ଜଣେ ଧାନ ଚାଷୀଙ୍କ ସାକ୍ଷାତକାର ନେଇଥିଲା ଆମ ଟିମ l ସଫଳ ଧାନ ଚାଷୀ ଜଣଙ୍କ କିପରି ଧାନ ଚାଷରେ କୃଷି ଯନ୍ତ୍ରପାତି ସାହାଯ୍ୟ କରି କାମକୁ ସହଜ କରିଛି ସେ ବିଷୟରେ ଆଲୋଚନା କରିଥିଲେ l
ଧାନ ଚାଷରେ ଅଧିକ ସମସ୍ୟା ତଳି ରୋଇବାରେ ଦେଖିବାକୁ ମିଳେ l ବାଲେଶ୍ୱର ଜିଲ୍ଲାରେ ଅଧିକ କୃଷି ଯନ୍ତ୍ରପାତି ବ୍ୟବହାର କରି ନଥାନ୍ତି ଚାଷୀ କିନ୍ତୁ ଚାଷୀ ଜଣକ ଶକ୍ତି ଚାଳିତ ଧାନ ରୁଆ ଯନ୍ତ୍ରପାତି ତାଙ୍କୁ ଧାନ ରୋଇବାରେ କିପରି ସାହାଯ୍ୟ କରିଛି ସେ ବିଷୟରେ ଆଲୋଚନା କରିଥିଲେ l ଅଳ୍ପ ସମୟ , ଅଳ୍ପ ଖର୍ଚ୍ଚରେ କିପରି ଧାନ ରୁଆ ହୋଇ ପାରିବ ସେ କହିଥିଲେ l ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସାହାଯ୍ୟରେ ତାଙ୍କୁ ହସନ୍ତ କିସମ ଧାନ ବିହନ ପ୍ରଦାନ କରାଯାଇଥିଲା l ଯାହାକି ସେ ୧ ଏକର ଜମିରେ ଜୈବିକ ଉପାୟରେ ଚାଷ କରିଛନ୍ତି l ପାରମ୍ପାରିକ ଉପାୟରେ ଧାନ ରୋଇବାରେ ତାଙ୍କୁ ଅଧିକ ସମୟ ସହିତ ଅଧିକ ମଜୁରୀ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ୁଥିଲା l
ସଫଳ ଚାଷୀଙ୍କ ନାଁ ହେଉଛି ଜନ୍ମଜୟ ଧଳ l ୨ ବର୍ଷ ରୁ ସେ ଏହି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି l ଏସ.ଏଚ.ଜି ମାଧ୍ୟମରେ ସେ ୬୫,୦୦୦ ଟଙ୍କାରେ ଏହି ଯନ୍ତ୍ର କିଣିଥିଲେ l ସାଧାରଣ ଦୋକାନରୁ ଏହା କିଣିଲେ ୨ ଲକ୍ଷ ଟଙ୍କା ରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ l ପ୍ରଥମରେ ଜମି କାଦୁଅ ଥିବା ଅବସ୍ଥାରେ ସେ ବିହନ ପକାଇଥିଲେ l ୧୫ ଦିନ ପରେ ତାହା ଗଜା ହୋଇଥିଲା ଯାହାକି ୧୦ ରୁ ୧୨ ସେ.ମି ହୋଇଥିଲା l ଧାନ ରୋଇବା ପୂର୍ବରୁ ଲଙ୍ଗଳ କରିବା ଆବଶ୍ୟକ ଏବଂ ମାନେ ରଖିବା ଉଚିତ ଯେ ବିଲ ରେ ଯେପରି ଅଧିକ ପାଣି ନ ରହେ l କାରଣ ଧାନ ତଳି ଭାସିଯିବାର ସମ୍ଭାବନା ଅଧିକ ରହିଥାଏ l ଏହି ଯନ୍ତ୍ର ପାଇଁ ୨ ଜଣ ମଜୁରିଆ ଆବଶ୍ୟକ l ୨ ଘଣ୍ଟା ମଧ୍ୟରେ ତଳି ୧ ଏକର ସ୍ଥାନରେ ଲଗାଯାଇପାରିବ ଏହି ଯନ୍ତ୍ର ମାଧ୍ୟମରେ l
ପାରମ୍ପରିକ ପ୍ରଣାଳୀରେ ଧାନ ରୋଇବାରେ ୭ ରୁ ୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା ଯାହାକି ଏହି ଯନ୍ତ୍ରପାତି ବ୍ୟବହାର କରିବା ଦ୍ୱାରା ତାଙ୍କୁ ୧ ହଜାର ରୁ ୧୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଚି l ୧୫ ଦିନ ମଧ୍ୟରେ ଧାନ ବିହନ ବୁଣିବା ଠାରୁ ଆରମ୍ଭ କରି ତଳି ରୋଇବା କାମ ସମାପ୍ତ ହୋଇଯାଉଛି ଯାହା ପୂର୍ବରୁ ଅଧିକ ଦିନ ଆବଶ୍ୟକ ହେଉଥିଲା l ଏହି ଯନ୍ତ୍ରରେ ୪ ଧାଡ଼ିରେ ଧାନ ଲଗାଯାଇପାରୁଛି l ସାରା ଠାରୁ ଆରମ୍ଭ କରି ଘାସ ବାଛିବା ମଧ୍ୟ ସହଜ ହେଉଛି l ଅମଳ ମଧ୍ୟ ଅଧିକ ଆସିବାର ଆଶା ରଖିଛନ୍ତି l ସେ ଅନ୍ୟ ସମସ୍ତ ଚାଷୀଙ୍କୁ ଏହି ଯନ୍ତ୍ର ବ୍ୟବହାର କରିବାକୁ କହିଥିଲେ l
ତେବେ ମେସିନରେ ୪ ଧାଡ଼ିରେ ଗଜା ଧାନକୁ ସମାନ ଆକାରରେ ରଖିବାକୁ ହେବ ପ୍ରଥମେ l କାଦୁଅ ରହିଲେ ଜମିରେ କୌଣସି ଅସୁବିଧା ହେବ ନାହିଁ l ଏକ ସମାନରେ ଧାନ ରୋଇବାରେ ଏହା ଖୁବ ସହଜ l ବ୍ୟବହାର କରି ସାରିବା ପରେ ମେସିନ ରେ ଲାଗିଥିବା କାଦୁଅ ସଫା କରିବା ଆବଶ୍ୟକ l ଭଲ ଭାବେ ଅଏଲିଙ୍ଗ କରିବା ଆବଶ୍ୟକ ଯାହାଦ୍ୱାରା ମେସିନ ରେ ଜଙ୍କ ଲାଗିବ ନାହିଁ l
Read more:
ମହିଳାଙ୍କୁ ସଶକ୍ତ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ
Share your comments