1. ସଫଳ କାହାଣୀ

କୁକୁଡ଼ା ପାଳନରେ ସଫଳତା , ବାଲେଶ୍ୱରରୁ ଆରତୀ ସାହୁଙ୍କ ସଫଳ କାହାଣୀ

ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ସଂଘର୍ଷ ଏବଂ ସଫଳତାର କାହାଣୀ .....

Omkar Mohanty
Omkar Mohanty
Mrs. Arati Sahu's Inspiring Journey to Becoming a Flourishing Poultry Farmer in Balasore

Mrs. Arati Sahu's Inspiring Journey to Becoming a Flourishing Poultry Farmer in Balasore

ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ଜଣେ ମହିଳା କୃଷକଙ୍କ ପ୍ରଚେଷ୍ଟା ଆଜି କୃଷି ସଫଳତାର ଏକ ଅଭିନବ ପ୍ରେରଣାଦାୟକ କାହାଣୀରେ ପରିଣତ ହୋଇଛି | କିପରି ଅନେକ ଅସୁବିଧା ସତ୍ୱେ ସେ ହରି ଯାଇ ନାହାନ୍ତି ଏବଂଆଜି ନିଜର ଆତ୍ମବିସ୍ୱାଶ ବଳରେ ଆଜି ଓଡ଼ିଶାର ଜଣେ ବହୁ ପ୍ରତିଷ୍ଠିତ କୁକଡ଼ା ଚାଷୀ ଭାବରେ ସମଗ୍ର ରାଜ୍ୟରେ ବହୁ ପ୍ରସଂଶିତ | ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ସଂଘର୍ଷ ଏବଂ ସଫଳତାର କାହାଣୀ .....

ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକରେ ୧୯୭୦ ମସିହାରେ ଜନ୍ମିତ ଆରତୀ ସାହୁ ମା'ଙ୍କୁ ହରାଇବାରୁ ଯୁକ୍ତ ଦୁଇ ପଢ଼ୁଥିବା ସମୟରେ ପାଠର ଡୋରି ବନ୍ଧା ହୋଇଥିଲା l ୧୯୯୫ ମସିହାରେ ବସ୍ତା ବ୍ଲକରେ ପୁଞ୍ଜରୁଖି ଗ୍ରାମକୁ ସେ ବହୁ ହୋଇ ଆସିଥିଲେ l ମାତ୍ର ଆଠ ବର୍ଷର ସଂସାର ପରେ ୨୦୦୩ ମସିହାରେ ସେ ଗଳା କର୍କଟ ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଲା l ୨୦୦୪ ମସିହାରେ ଅସ୍ତ୍ରପ୍ରଚାର ଏବଂ ଲଗାତାର ଚିକିତ୍ସା ଦ୍ୱାରା ୨୦୦୮ ମସିହା ବେଳକୁ ସେ ଆରୋଗ୍ୟ ଲାଭ କରିଲେ l ନିଜ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗରେ ସେ ଆରୋଗ୍ୟ ଲାଭ କରିପାରିଲେ l ମାତ୍ର ଘରେ ବସି ରହିବାରୁ ମାନସିକ ଆସନ୍ତି ବଢ଼ିବାରେ ଲାଗିଲା l ତେଣୁ ବସ୍ତା ବ୍ଲକର ସଜଖୁଡ଼ି ଗ୍ରାମରେ ଅବସ୍ଥିତ ନିଜ ଶାଶୂଙ୍କର ୪ ଏକର ପୈତୃକ ସମ୍ପତ୍ତିର ସେ କିଛି ଚାଷ କାର୍ଯ୍ୟ କରି ରୋଜଗାର କରିବା ସହିତ ସମୟ ବିତାଇବାକୁ ମନସ୍ଥ କଲେ l

ଅପନ୍ତରା ହୋଇ ପଡିଥିବା ଘର ବାଡ଼ିରେ ପୋଖରୀ ଟିଏ ଖୋଳାଇ ମାଛ ଚାଷ କରିବା ଆରମ୍ଭ କରିଥିଲେ l ପରେ ପରେ କୃଷି ବିଜ୍ଞାନ କେନ୍ଦ୍ର , ବାଲେଶ୍ୱରର ବୈଜ୍ଞାନିକଙ୍କ ସଂସ୍ପର୍ଶରେ ଆସିଲେ ଓ ୨୦୧୮ - ୧୯ ମସିହାରେ " ବାଡ଼ି ଅଗଣାରେ ଉନ୍ନତ ପ୍ରଜାତିର କୁକୁଡ଼ା ପାଳନ " ରେ ଦିନିକିଆ ତାଲିମ ନେଇ ତା' ସହିତ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ବାଡ଼ି ଅଗଣାରେ ଉନ୍ନତ ପ୍ରଜାତିର କୁକୁଡ଼ା ପାଳନରେ ହେଉଥିବା ଧାଡି କ୍ଷେତ୍ର ପ୍ରଦର୍ଶନରେ ୨୦ ଗୋଟି ରେଜବୋରାଷ୍ଟାର ପ୍ରଜାତି କୁକୁଡ଼ା ନେଇ ପାଳନ କରି ଲାଭବାନ ହେବା ପରେ ଜାଣିଲେ ଯେ କମ ଖର୍ଚ୍ଚ , ପରିଶ୍ରମ କରି ଏହି ପଦ୍ଧତିରେ କୁକୁଡ଼ା ପାଳନ କରିଲେ ଜଣେ ବେଶ ଦୁଇ ପଇସା ରୋଜଗାର କରିପାରିବେ l

ଧୀରେ ଧୀରେ ସେ କୃଷି ବିଜ୍ଞାନ କେନ୍ଦ୍ରରୁ ୨୧ ଦିନିଆ ଉନ୍ନତି ପ୍ରଜାତିର କୁକୁଡ଼ା କ୍ରୟ କରି ପାଳନ କରିବାକୁ ଲାଗିଲେ l ପରେ ପରେ ଦିନିକିଆ କୁକୁଡ଼ା ଚିଆଁ କିଣି ୨୧ ଦିନ ବ୍ରିଡିଙ୍ଗ କରାଇ ନିଜ ଜାଗାରେ କିଛି ଅଞ୍ଚଳକୁ ଜାଲ ଘେରାଇ ତା' ଭିତରେ କୁକୁଡ଼ାକୁ ଚରାଇ ବୁଲାଇ ପାଳନ କରିବାକୁ ଆରମ୍ଭ କରିଲେ l

ପ୍ରାୟତଃ ଥରକୁ ୫୦ ଗୋଟି ଦିନିକିଆ କୁକୁଡ଼ା ଚିଆଁ କିଣି ବ୍ରିଡିଙ୍ଗ କରାଇ ୫ ରୁ ୬ ମାସ ଭିତରେ ସେ ବିକ୍ରି କରିଥାନ୍ତି l ନିଜ ଘରୁ ବାହାରୁଥିବା ବଳକା ଖାଦ୍ୟ , ଭାତ , ଖୁଦ , ଭଙ୍ଗା ଗହମ , କଟା ପରିବା ଚୋପା, ଗେଣ୍ଡା, ଶାମୁକା, ଇତ୍ୟାଦି ସହ ଅଳ୍ପ କିଛି ଦାନା ( କୁକୁଡ଼ା ଖାଦ୍ୟ ) ଦେଇ ସେ ଏହି କୁକୁଡ଼ା ଗୁଡିକୁ ପାଳିଥାନ୍ତି l ପ୍ରତିଥର ସେ ୪୦୦୦ ରୁ ୫୦୦୦ ଟଙ୍କା ଖର୍ଚ୍ଚ କରି ପ୍ରାୟତଃ ୧୦,୦୦୦ ରୁ ୧୧,୦୦୦ ନେଟ ଲାଭ ପାଇଥାନ୍ତି l

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments