1. ସଫଳ କାହାଣୀ

ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ !!

ବର୍ତ୍ତମାନ ସମୟରେ ରୋଜଗାର ଏକ ବହୁତ ବଡ଼ ସମସ୍ୟା l ବେକାରୀ ସମସ୍ୟା ଦେଶର ଅର୍ଥନୀତି ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ l ଏମିତିରେ ଦେଶର ଯୁବକ ଯୁବତୀମାନେ ବାଧ୍ୟ ହୋଇ ଅଳ୍ପ ବେତନବିଶିଷ୍ଟ ଚାକିରୀକୁ ଆପଣାଇ ନେଉଛନ୍ତି, ଯାହାକି ଦେଶରେ ଛଦ୍ମବେଶୀ ବେକାରୀ ସମସ୍ୟା ସୃଷ୍ଟି କରୁଛି l

Sugyan Kumar Nayak
Sugyan Kumar Nayak

ବର୍ତ୍ତମାନ ସମୟରେ ରୋଜଗାର ଏକ ବହୁତ ବଡ଼ ସମସ୍ୟା l ବେକାରୀ ସମସ୍ୟା ଦେଶର ଅର୍ଥନୀତି ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ l ଏମିତିରେ ଦେଶର ଯୁବକ ଯୁବତୀମାନେ ବାଧ୍ୟ ହୋଇ ଅଳ୍ପ ବେତନବିଶିଷ୍ଟ ଚାକିରୀକୁ ଆପଣାଇ ନେଉଛନ୍ତି, ଯାହାକି ଦେଶରେ ଛଦ୍ମବେଶୀ ବେକାରୀ ସମସ୍ୟା ସୃଷ୍ଟି କରୁଛି l ଏମିତିରେ ଅଧିକାଂଶ ଲୋକ ଚାକିରୀ ନକରି ନିଜର ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି l ତେଣୁ ଆମର ଏହି ଲେଖାଟି ମାଧ୍ୟମରେ ଆପଣ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ଏକ ଭଲ ଉପାୟ ପାଇପାରିବେ l ତେଣୁ ଆମର ଏହି ଲେଖାଟିକୁ ନିଶ୍ଚିତ ପଢ଼ନ୍ତୁ l

ଆସନ୍ତୁ ଆଲୋଚନା କରିବା ଟୁଥପେଷ୍ଟ ବ୍ୟବସାୟ ସମ୍ପର୍କରେ l ଆପଣମାନେ ତ ଜାଣନ୍ତି ଏହା ଏକ ଏପରି ଜିନିଷ ଯାହାର ଆବଶ୍ୟକତା ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ରହିଥାଏ l ତେଣୁ ଏହାର ଚାହିଦା ବର୍ଷ ସାରା ରହିଥାଏ l ଆପଣ ଟୁଥପେଷ୍ଟର ବ୍ୟବସାୟ କରି ମାସିକ ଭଲ ଅର୍ଥ ଉପାର୍ଜନ କରିପାରିବେ l ଆସନ୍ତୁ ଜାଣିବା ଏହି ବ୍ୟବସାୟ ବିଷୟରେ, ଏହି ବ୍ୟବସାୟ ପାଇଁ ଆବଶ୍ୟକ ହେଉଥିବା ବିନିଯୋଗ ବିଷୟରେ ଜାଣିବା ଆଗରୁ ଆପଣଙ୍କୁ ଏହା ନିର୍ଧାରିତ କରିବାକୁ ହେଵ ଯେ ଆପଣ କେଉଁ ସ୍ତରରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ଛୋଟ ନା ବଡ଼ l ଯଦି ଆପଣ ଛୋଟ ସ୍ତରରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅଳ୍ପ ନିବେଶ କରିବାକୁ ହେବ ଏବଂ ଯଦି ଆପଣଙ୍କର ନିଜର ଜମି ରହିଥାଏ ତେବେ ନିବେଶ ଆହୁରି ମଧ୍ୟ କମ କରାଯାଇପାରେ l ଯଦି ଆମେ ମେସିନ ବିଷୟରେ କଥା ହେଵା ତ ସେଥିପାଇଁ ଆପଣଙ୍କୁ ୫୦ ହଜାରରୁ ଆରମ୍ଭ କରି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ l ଏହା ସହିତ କଞ୍ଚା ମାଲ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ, ଅର୍ଥାତ ସମୂହ ଭାବରେ ଦେଖିଲେ ଏହି ବ୍ୟବସାୟ ପାଇଁ ୨.୫ ଲକ୍ଷ ଟଙ୍କା ନିବେଶ କରିବାକୁ ପଡିଥାଏ l

ଏହି ବ୍ୟବସାୟ ପାଇଁ ଆପଣଙ୍କୁ ମେସିନ, ସ୍ଥାନ, କଞ୍ଚାମାଲ, ବିଜୁଳି ଓ ଜିଏସଟି ନମ୍ବରର ଆବଶ୍ୟକତା ହୋଇଥାଏ l ଧ୍ୟାନ ରଖନ୍ତୁ ଯେ ଯେକୌଣସି ବ୍ୟବସାୟ କରିବା ପାଇଁ ଆପଣଙ୍କୁ ଜିଏସଟି ନମ୍ବରର ଆବଶ୍ୟକତା ଜରୁରୀ ହୋଇଥାଏ l ଏହି ବ୍ୟବସାୟ ପାଇଁ ଅତି କମ ରେ ୫୦୦-୭୦୦ ବର୍ଗ ଫୁଟ ସ୍ଥାନର ଆବଶ୍ୟକତା ହୋଇଥାଏ l ଏହା ଭିତରେ ଆପଣଙ୍କୁ ପ୍ଲଟ ପ୍ରସ୍ତୁତ କରିବାକୁ ପଡିଥାଏ ଓ ଏହା ପାଇଁ ଆପଣଙ୍କୁ ଗୋଦାମ ଘରର ମଧ୍ୟ ଆବଶ୍ୟକତା ପଡିଥାଏ l ଏହି ବ୍ୟବସାୟ ପାଇଁ ଆବଶ୍ୟକୀୟ ସାମଗ୍ରୀଗୁଡ଼ିକ ହେଉଛି; ମହୁ, ଗ୍ଲିସେରିନ୍, କ୍ୟାଲସିୟମ କାର୍ବୋନେଟ୍, ଶୁଦ୍ଧ ଜଳ, ମ୍ୟାଗନେସିଅମ କାର୍ବୋନେଟ୍, ପରଫ୍ୟୁମ୍, ରଙ୍ଗ, ସାବୁନ ପାଉଡର, ଏବଂ ପ୍ରିଜରଭେଟିଭ୍‌ l

ଏହି ବ୍ୟବସାୟ ପାଇଁ ଆପଣଙ୍କୁ ଅନେକ ମେସିନର ମଧ୍ୟ ଆବଶ୍ୟକ ହୋଇଥାଏ l ଯାହାକି ସହଜରେ ବଜାରରେ ଉପଲବ୍ଧ ହୋଇଥାଏ l ଏହା ଛଡ଼ା ଏହି ବ୍ୟବସାୟ ପାଇଁ ବର୍ତ୍ତମାନ ସମୟରେ ଭଲ ମାର୍କେଟିଙ୍ଗର ମଧ୍ୟ ଆବଶ୍ୟକତା ରହିଛି l ଆପଣ ଜୈବିକ ଟୁଥପେଷ୍ଟ ପ୍ରସ୍ତୁତ କରି ମଧ୍ୟ ଭଲ ଲାଭ କମାଇ ପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments