1. ସଫଳ କାହାଣୀ

Salai Arun: ଜୈବିକ ଚାଷର ପ୍ରେରଣାଦାୟକ କାହାଣୀ

ଜୈବିକ ଚାଷ କରିବା ପାଇଁ ସର୍ବପ୍ରଥମେ ଜମିର ଚାଷ ପଦ୍ଧତି ସହିତ ସାର ବ୍ୟବହାର ଏବଂ ରୋଗ ପୋକ ପ୍ରତିରୋଧକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ହୋଇଥାଏ ।

Tanushree Mahapatra
Tanushree Mahapatra
Journey of Arun Salai in Sustainable Farming

Journey of Arun Salai in Sustainable Farming

ଜୈବିକ ଚାଷରେ ଚାଷୀଙ୍କ ଅଧିକ ଲାଭ ହେଉଥିବାବେଳେ ଖର୍ଚ୍ଚ କମ ହେଉଛି l ଦେଶରେ ବିଭିନ୍ନ ରାଜ୍ୟରେ ଚାଷୀ ଜୈବିକ ଚାଷ କରୁଥିବଟିରା ଦେଖିବାକୁ ମିଳୁଛି l ଯାହା ଅଧିକ ଲାଭ ପ୍ରଦାନ କରୁଥିବାରୁ ଚାଷୀଙ୍କୁ ଜୈବିକ ଚାଷ କରିବା ପାଇଁ ଉତ୍ସାହିତ କରୁଛି l ଏହା ବୈଜ୍ଞାନିକ ପ୍ରଣାଳୀରେ ହେଉଥିବା ଏକ ପ୍ରକାର ଚାଷ l

ପ୍ରାକୃତିକ ଉପାୟରେ ଚାଷ କରିବାକୁ ଜୈବିକ ଚାଷ କୁହାଯାଏ l ଯେଉଁ ଜମିରେ ରାସାୟନିକ ସାର କିମ୍ବା କୌଣସି ପ୍ରକାରର କୀଟନାଶକ ଔଷଧ ଆଦୌ ପକାଯାଇନାହିଁ ସେହି ଜମିରେ ଜୈବିକ ଚାଷ ପ୍ରଣାଳୀ ସିଧାସଳଖ ପ୍ରୟୋଗ କରାଯାଇ ପାରିବ l ଜୈବିକ ଫସଲ ଅମଳ ମଧ୍ୟ ସେହି ଭୂମିରେ କରାଯାଇ ପାରିବ। ଜୈବିକ ଚାଷ କରିବା ପାଇଁ ସର୍ବପ୍ରଥମେ ଜମିର ଚାଷ ପଦ୍ଧତି ସହିତ ସାର ବ୍ୟବହାର ଏବଂ ରୋଗ ପୋକ ପ୍ରତିରୋଧକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ହୋଇଥାଏ । ପ୍ରତ୍ୟେକ ସ୍ତରରେ ଜୈବିକ ପଦ୍ଧତି ଅବଲମ୍ବନ କରିବାକୁ ହୋଇଥାଏ ସଠିକ ଅମଳ ପାଇଁ ।

ତେବେ ଆଜି ଆମେ ଏହି ଆର୍ଟିକଲରେ ଏପରି ଜଣେ ବ୍ୟକ୍ତିଙ୍କ ବିଏରେ କହିବାକୁ ଯାଉଛୁ ଯିଏକି କୃଷି କ୍ଷେତ୍ରରେ ଏକଜ ଅବିସ୍ମରଣୀୟ ଅବଦାନ ଦେଇଛନ୍ତି l ତାଙ୍କ କାହାଣୀ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପ୍ରଦାନ କରୁଛି l ସେ ହେଉଛନ୍ତି ତାମିଲ ନାଡ଼ୁର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ସଲାଈ ଅରୁଣ l ତାମିଲନାଡୁର ତ୍ରିଚି ଜିଲ୍ଲାରେ ଜୈବ ବିବିଧତା ରକ୍ଷା ପାଇଁ ସଲାଈ ଅରୁଣ ବ୍ୟକ୍ତିଙ୍କ ଉତ୍ସର୍ଗ ସମଗ୍ର ଭାରତରେ କୃଷକଙ୍କ ହୃଦୟ ଏବଂ ମନ ଜିତିବାରେ ସହାୟକ ହୋଇଛି । ତ୍ରିଚି ଜିଲ୍ଲାର ମୁସିରି ତାଲୁକର ମଙ୍ଗଲମ ଗ୍ରାମରୁ ଆସିଥିବା ଜୈବିକ ଚାଷୀ ସଲାଈ ଅରୁଣ ବିହନ କିସମ ସଂଗ୍ରହ କରିବାର ଅନନ୍ୟ ମିଶନ ପାଇଁ ଭାରତର କୃଷକମାନଙ୍କ ମଧ୍ୟରେ ପ୍ରସିଦ୍ଧ ହୋଇଛନ୍ତି । କେବଳ ତାମିଲନାଡୁ ମଧ୍ୟରେ ୮୦,୦୦୦ କିଲୋମିଟରରୁ ଅଧିକ ଯାତ୍ରା ଏବଂ ୩୦୦ ରୁ ଅଧିକ ବିରଳ ପନିପରିବା ମଞ୍ଜି କିସମ ସଂଗ୍ରହ କରିଛନ୍ତି ସେ l ନିକଟରେ ସେ କୃଷି ଜାଗରଣକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ l କୃଷି ଜାଗରଣ ଟିମକୁ ସେ କରିଥିବା ସମସ୍ତ ବିହନ ଏବଂ ନିଜ କୃଷି ଯାତ୍ରା ବିଷୟରେ ବଖାଣିଥିଲେ l

ଉଦାହରଣ ସ୍ୱରୂପ ଲାଉ ର ୧୫ ଭେରାଇଟି , ବିନ୍ସ ୨୦ଟି ଭେରାଇଟି, ଟମାଟୋ ଏବଂ କଞ୍ଚା ଲଙ୍କା ଭଳିଆ ଅନେକ ବିହନ ସଂଗ୍ରହ କରିଛନ୍ତି ସେ l ସମସ୍ତ ପନିପରିବା ମଧ୍ୟରେ ପ୍ରାୟତଃ ୧୦ଟି ଭେରାଇଟି ସେ ସଂଚୟ କରିଛନ୍ତି l ୨୦୨୧ ରେ, ସେ ବିରଳ ପନିପରିବା ମଞ୍ଜି ସଂଗ୍ରହ କରିବା ପାଇଁ ବାଇକ୍ ଯୋଗେ ଭାରତର ୧୫ ଟି ରାଜ୍ୟ ଗସ୍ତ କରିଥିବା କହିଛନ୍ତି । କିଛିଦିନ ପୂର୍ବରୁ ସେ ବିହନ ଗୁଡିକ ଚାଷୀଙ୍କୁ ମାଗଣାରେ ପ୍ରଦାନ କରୁଥିଲେ ଚାଷ କାମ ପାଇଁ l କିନ୍ତୁ ସେ ଏବେ ଏହି ବିହନ ଗୁଡିକୁ ଏକ ବ୍ରାଣ୍ଡରେ ନାମିତ କରି ବିକ୍ରି କରିବାକୁ ଇଛା ରଖିଛନ୍ତି l

୨୦୧୧ ମସିହାରେ ଅରୁଣଙ୍କର ଏକ ପୁସ୍ତକ ମେଳାରେ ନମମାଲଭର୍ ଆୟାଙ୍କ ସହିତ ଦେଖା ହୋଇଥିଲା l ସେ ଅରୁଣଙ୍କୁ ଜୈବିକ ଚାଷ କୌଶଳ ଶିଖିବା ପାଇଁ ଟ୍ରେନିଂ ପ୍ରଦାନ କରିବାକୁ ଉତ୍ସାହିତ କରିଥିଲେ l ଅରୁଣ ପ୍ରଥମେ ନିଜେ ଏହି ଟ୍ରେନିଂ ନେଇଥିଲେ ଏବଂ ପରେ ଏହା ଅନ୍ୟ ଚାଷୀଙ୍କୁ ପ୍ରଦାନ କରିଥିଲେ l ଏହାପରଠାରୁ ଅରୁଣନ୍କ ଜୀବନରେବି ଏକ ବଡ଼ ପରିବର୍ତ୍ତନ ହୋଇଥିଲା l ସେହି ଦିନ ସେ ନିଜକୁ ପ୍ରସ୍ତୁତ କରିଥିଲେ ଜୈବିକ କୃତ୍ୱାହି ପାଇଁ ଏବଂ ଉନ୍ନତ ପ୍ରଜାତି ବିହନ ସଂରକ୍ଷଣ କରିବା ପାଇଁ l ଆଉ ଆଜି ଏହି କାର୍ଯ୍ୟ ତାଙ୍କୁ ଦେଶରେ ଏକ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା l

ଅଧିକ ପଢ଼ନ୍ତୁ

Karj Mafi List: ଋଣ ଛାଡ଼ କଲେ ସରକାର

ଓୟୁଏଟିରେ ତୃଣକ ଗବେଷଣା ପ୍ରକଳ୍ପର ୩୧ତମ ଜାତୀୟ ସମୀକ୍ଷା ସଭା ଅନୁଷ୍ଠିତ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ