Success Stories

କମ ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ , ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ଆଜି ଆମେ ଆପଣମାନଙ୍କୁ ଏପରି ଏକ ବ୍ୟାବସାୟିକ ଆଇଡିଆ ଦେଉଛୁ ଯେଉଁଥିରେ ଆପଣମାନେ ନିଜ ଘର ବଗିଚାରେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ଗେଣ୍ଡୁ ଫୁଲ ଚାଷ ବିଷୟରେ କହୁଛୁ ।

26 February, 2022 2:55 PM IST By: Sudesna Nayak

ଆଜି ଆମେ ଆପଣମାନଙ୍କୁ ଏପରି ଏକ ବ୍ୟାବସାୟିକ ଆଇଡିଆ ଦେଉଛୁ ଯେଉଁଥିରେ ଆପଣମାନେ ନିଜ ଘର ବଗିଚାରେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ଗେଣ୍ଡୁ ଫୁଲ ଚାଷ (Marigold Flower farming) ବିଷୟରେ କହୁଛୁ ।

ପନିପରିବା ପରେ ଏବେ ଫୁଲ ଚାଷ (Flower farming) ପ୍ରତି ବଢୁଛି ଆଦର । ବିଶେଷ କରି ମହିଳାମାନେ ଏବେ ଫୁଲ ଚାଷ (Flower farming) କରି ସ୍ୱାବଲମ୍ବୀ ହବା ସହ ନିଜ ଅଞ୍ଚଳ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରୁଛନ୍ତି ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ସ୍ୱୟଂ ସହାୟ ଗୋଷ୍ଠୀର ମହିଳା ମାନେ ଏବେ ଗେଣ୍ଡୁ ଫୁଲ ଚାଷ (Marigold Flower farming) କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

 

ହସୁଛି କ୍ଷେତ, ହସୁଛନ୍ତି ଚାଷୀ । ମାଲକାନଗିରିରେ ମହିଳାଙ୍କ ଗେଣ୍ଡୁ ଚାଷ (Marigold Flower farming) । ଫୁଲ ଯୋଗାଉଛି ଆହାର । ଗେଣ୍ଡୁ ଫୁଲ ଚାଷ କରି ସ୍ୱାବଲମ୍ବୀ ମାଲକାନଗିରି ମହିଳା । ତେବେ ଏବେ ଚାଷବାସ ଓ କୃଷି କ୍ଷେତ୍ରରେ ବେଶ ଆଗେଇ ଚାଲିଛି ମାଲକାନଗିରି ଜିଲ୍ଲା । ପନିପରିବା ସାଙ୍ଗକୁ ଫୁଲ ଚାଷ (Flower farming) ପ୍ରତି ମନ ବଳାଉଛନ୍ତି ମହିଳା ଚାଷୀ । ଏବେ ଧାନ ବିରି ମୁଗ ସହ କ୍ଷେତରେ ହସୁଛି ସୁନାର ଗେଣ୍ଡୁ ଫସଲ ।

କେବଳ ବ୍ୟବସାୟ ନୁହଁ । ରବି ପନିପରିବା କ୍ଷେତରେ ଗେଣ୍ଡୁ ଫୁଲ ଚାଷ (Marigold Flower farming) କରିବାର ଭିନ୍ନ ଉପକାରିତା ମଧ୍ୟ ରହିଛି । 

ପ୍ରକାଶ ଥାଉ ଯେ, ପର୍ବ ପର୍ବାଣୀ ସମୟରେ ଫୁଲ (Flowers) ର ଚାହିଦା ବଢୁଥିବା ବେଳେ ସୁନ୍ଦର ସୁନ୍ଦର ବୁକେ ଓ ଫ୍ଲୋରା ଡେକୋରେଶନର ଚାହିଦା ମଧ୍ୟ ବଢିବାରେ ଲାଗିଛି । ତେଣୁ ଆଗାମି ଦିନରେ ଗେଣ୍ଡୁ ସମେତ ଗୋଲାପ, ଜରବେରା ଆଦି ଫୁଲ ଚାଷକୁ ବ୍ୟାପକ କରିବାକୁ ଲକ୍ଷ ରଖିଛି ଓଡିଶା ଜୀବିକା ମିଶନ ।

କମ ଟଙ୍କାରେ ଘରର ଛାତରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ , ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ଏହି ବ୍ୟବସାୟ କଲେ ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା, ହେବେ ଲାଭବାନ