ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାର ଜଣେ ସଫଳ ଉଦ୍ୟୋଗୀଙ୍କ ମଧ୍ୟରେ ଶ୍ରୀମତୀ ସୁରମା ଜେନା ଅନ୍ୟତମ, ଯିଏ ଖୁବ୍ କମ୍ ସମୟ ମଧ୍ୟରେ ନିଜ ଜିଲ୍ଲାରେ ସଫଳ ଚାଷୀମାନଙ୍କ (sucessful farmer) ମଧ୍ୟରେ ଏକ ନୂତନ ସ୍ଥାନ ଅଧିକାର କରିଛନ୍ତି । ସଫଳତା ପାଇଁ 7 ବର୍ଷରୁ ଅଧିକ କଷ୍ଟ କରିଛନ୍ତି ସେ l ସେ କେବଳ ରୋଜଗାର ସୃଷ୍ଟି କରିବାର ରାସ୍ତା ଖୋଲି ନାହାଁନ୍ତି ବରଂ ସେ ଚାଷ କ୍ଷେତ୍ରରେ ଜଣେ ଅଗ୍ରୀମ କୃଷକ ଭାବରେ ବିବେଚିତ ହୋଇଛନ୍ତି। ଡ୍ରାଇଭରଙ୍କ ପତ୍ନୀ ଏବଂ ତିନି ପିଲାଙ୍କ ମା ହୋଇଥିଲେ ମଧ୍ୟ ସୁରମା ଜେନା କେବଳ ତାଙ୍କ ଘରେ ସୀମିତ ରହିବାକୁ ଇଚ୍ଛା କରିନାହାନ୍ତି ବରଂ ଛତୁ ଚାଷରେ (mushroom farming ) ଏକ ନୂଆ ଅଶାର କିରଣ ଦେଖାଇଛନ୍ତି | ଏକ ବିପିଏଲ୍ ଏବଂ ମାଟ୍ରିକ୍ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ନିଜର କଠିନ ସାଧନା ବଳରେ ସେ ଆଜି ଜଣେ ଉତ୍ତମ ସୁନାମଧନ୍ୟ ଚାଷୀ ରୂପରେ ପୁରା ଓଡ଼ିଶାରେ କ୍ଷ୍ୟlତି ଲାଭ କରିଛନ୍ତି l
କୃଷି ବିଜ୍ଞାନ କେନ୍ଦ୍ର ,କେନ୍ଦ୍ରାପଡାର ହସ୍ତକ୍ଷେପ ପରେ ବଦଳିଛି ଜୀବନ (KVK ,kendrapada)
ପଡୋଶୀମାନଙ୍କ ସହ ସାଧାରଣ ଆଲୋଚନା ପରେ , ଶ୍ରୀମତୀ ସୁରମା ଜେନା 2008 ରେ ଛତୁ ଚାଷର ଆଶା ଏବଂ ସୁଯୋଗ ବିଷୟରେ ଜାଣିବାକୁ ପାଇଥିଲେ । ସେ କହିଛନ୍ତି ଯେ ପରୀକ୍ଷଣ ଆଧାରରେ ମୁଁ ମାତ୍ର 60 ଟଙ୍କା ସହିତ ଛତୁ ଚାଷ (mushroom farming ) ଆରମ୍ଭ କରିଥିଲି। ସେ କହିଥିଲେ, ମୁଁ ମୋର ପ୍ରଥମ ଫସଲ ନଡ଼ା ଛତୁ ଚାଷରୁ ଆରମ୍ଭ କରିଥିଲି ଏବଂ ଏବଂ ଏଥି ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲି | ଯଦିଓ ସେମାନଙ୍କର ପ୍ରଶଂସା ମୋତେ ଛତୁ ଚାଷର ପ୍ରକୃତ ବ୍ୟବସାୟ ଜଗତରେ ପାଦ ଦେବାକୁ ଉତ୍ସାହିତ କରିଥିଲା l ପ୍ରଥମେ ସେ ଛତୁ ଚାଷ (mushroom farming ) ସମ୍ପର୍କରେ ତାଲିମ ପାଇ ନ ଥିବାରୁ ସେ ଡରିଯାଇଥିଲେ |
ବିଭିନ୍ନ ମଶରୁମ୍ ୟୁନିଟ୍ (mushroom Unit )ଗୁଡିକରେ ବୈଷୟିକ ପରିଦର୍ଶନ ପରେ ହୋଇଥିବା ଆଲୋଚନା ତାଙ୍କୁ ମଶରୁମ୍ ବଢାଇବାର ଆତ୍ମବିଶ୍ୱାସ ଦେଇଥିଲା | ବୈଜ୍ଞାନିକ ପଦ୍ଧତିରେ ନୂତନ ଜ୍ଞାନ କୌଶଳ ସହିତ ଛତୁ ଚାଷ କରିବାପାଇଁ 2008 ମସିହାରେ ସେ ପଡ଼ୋଶୀମାନଙ୍କ ପରାମର୍ଶ ଆଧାରରେ କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର (KVK ,kendrapada) ସହିତ ସମ୍ପର୍କ ସ୍ଥାପନ କରିଥିଲେ। ସେ ଚାଷର ଛତୁ ଚାଷର ବୈଜ୍ଞାନିକ ପ୍ରଣାଳୀ ( ନଡା ଏବଂ ଓଏଷ୍ଟର) ରେ କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ରରେ ତାଲିମ ପ୍ରାପ୍ତ ହୋଇଥିଲେ। ଟ୍ରପିକାଲ୍ ମଶ୍ରୁମ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ଓଡିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରରେ ପରବର୍ତ୍ତୀ ତାଲିମ ତାଙ୍କ ଆତ୍ମବିଶ୍ୱାସକୁ ଦ୍ଵିଗୁଣିତ କରିଥିଲା ଏବଂ ଛତୁର ଗୁଣାତ୍ମକମାନ ,ଛତୁରେ ରୋଗ ପୋକ ନିୟନ୍ତ୍ରଣ ,ଜଳବାୟୁ ଏବଂ ପାଣିର ଆବଶ୍ୟକତା ସମ୍ବଦ୍ଧରେ ସବିଶେଷ ବିବରଣୀ ତାଙ୍କୁ ଛତୁ ଚାଷର ଉନ୍ନତିର ଚରମ ସୋପାନରେ ପହଞ୍ଚାଇଲା |
ଶ୍ରୀମତୀ ସୁରମା ଜେନାଙ୍କ ବ୍ୟବସାୟ ଧୀରେ ଧୀରେ ବୃଦ୍ଧି ପାଇଲା ଏବଂ ବର୍ତ୍ତମାନ ସେ ଏକ ସୁସଜ୍ଜିତ ଛତୁ ୟୁନିଟ୍ (mushroom Unit )ର ମାଲିକ ହୋଇଛନ୍ତି ,ଯାହାକି ଖରିଫ୍ ଋତୁ ସମୟରେ ଦୈନିକ ହାରାହାରି 35 କିଲୋଗ୍ରାମ ନଡା ଛତୁ ଏବଂ ରବି ସମୟରେ 55 କିଲୋଗ୍ରାମ ଓଏଷ୍ଟର ଛତୁ ଉତ୍ପାଦନ କରିଥାନ୍ତି | ତାଙ୍କ ପରିବାରର ଆୟରେ ତାଙ୍କର ହାରାହାରି ଅବଦାନ ହେଉଛି ମାସକୁ 35,000 / - ଟଙ୍କା | ଏହା ସହିତ ସେ ତାଙ୍କର ତିନି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ | ବଡ ଝିଅ ଏବେ ଆକାଉଣ୍ଟାଣ୍ଟ, ଦ୍ୱିତୀୟ ଝିଅ ଏବେ BTECH ଏବଂ ସାନ ପୁଅ ଜଣେ ଡିପ୍ଲୋମା କଲେଜରେ ଅଧୟନରତ | ଅଶା ଏବଂ କଠିନ ପରିଶ୍ରମ ଦ୍ୱାରା ସୁରମା ଆଜି ନିଜକୁ ପ୍ରମାଣିତ |
48 ବର୍ଷ ବୟସ୍କା କେନ୍ଦ୍ରାପଡ଼ାର ସୁରମାଙ୍କ ପାଇଁ ଏହା ଏକ ଅବିଶ୍ୱସନୀୟ ଯାତ୍ରା, ଯିଏ ନିଜକୁ କେବଳ ଜଣେ ସରଳ ଗୃହିଣୀରୁ ଜଣେ ସଫଳ ମହିଳା ଉଦ୍ୟୋଗୀ ରୂପେ ପରିଣତ କରିନଥିଲେ ବରଂ ତାଙ୍କ ପିଲାମାନଙ୍କୁ ସର୍ବନିମ୍ନ ସମ୍ବଳ ସହିତ ଗୁଣାତ୍ମକ ଶିକ୍ଷା ମଧ୍ୟ ପ୍ରଦାନ କରିଥିଲେ |
ବ୍ୟବସାୟିକ ଭିତିରେ ଛତୁଚାଷ କରନ୍ତୁ, ଲାଭବାନ ହୁଅନ୍ତୁ !!
ଗାଁ ଠୁ ନେଇ ସହର ସବୁଠି ବଢୁଛି ପାଳ ଛତୁର କ୍ରେଜ