1. କୃଷି ବିଶ୍ବକୋଷ

ଗାଁ ଠୁ ନେଇ ସହର ସବୁଠି ବଢୁଛି ପାଳ ଛତୁର କ୍ରେଜ

ପାଳ ଛତୁ ଚାଷ କରି ଲାଭବାନ ହେଉଛନ୍ତି ବ୍ୟବସାୟୀ | ପାଳ ଛତୁ ଏକ ଖାଦ୍ୟ ଯୋଗ୍ୟ ଫଙ୍ଗସ | ଲମ୍ବା ଡେମ୍ଫ ଓ ଗୋଳିଆ ଆକୃତି ଥିବା ଏହି ଛତୁ ଟି ସୁପ ,ପକୋଡା ,ଛଡା ଅନ୍ୟାନ୍ୟ ଚାଇନିସ ଓ ଭାରତୀୟ ରୋଷେଇ ରେ ଖୁବ ଲୋକପ୍ରିୟତା ଲାଭ କରିଛି |

Rajashree
Rajashree
Know how to do mushroom farming

Know how to do mushroom farming

ଚାଷୀଙ୍କୁ ସ୍ୱାବଲମ୍ବୀ କରୁଛି ପାଳ(Mushroom)ଛତୁ ଚାଷ | ପାଳ ଛତୁ ଚାଷ (Mushroom farming) କରି ଲାଭବାନ ହେଉଛନ୍ତି ବ୍ୟବସାୟୀ | ପାଳ ଛତୁ ଏକ ଖାଦ୍ୟ ଯୋଗ୍ୟ ଫଙ୍ଗସ | ଲମ୍ବା ଡେମ୍ଫ ଓ ଗୋଳିଆ ଆକୃତି ଥିବା ଏହି ଛତୁ ଟି ସୁପ ,ପକୋଡା ,ଛଡା ଅନ୍ୟାନ୍ୟ ଚାଇନିସ ଓ ଭାରତୀୟ ରୋଷେଇରେ ଖୁବ ଲୋକପ୍ରିୟତା ଲାଭ କରିଛି | ଓଡିଶାରେ ଏବେ ଗାଁଠୁ ନେଇ ସହର ପର୍ଯ୍ୟନ୍ତ ଏହି ଛତୁ ଚାଷ କରାଯାଉଛି |

ଏହି ଛତୁ ଲାଗି ଆବଶ୍ୟକ ସାମଗ୍ରୀ :

ନଡା,ପଲିଥିନ,ଛତୁ ମଞ୍ଜି,ବେସନଚୋକଡ

ଚାଷ ପ୍ରଣାଳୀ :

୧)ନଡାକୁ ୧ କି.ଗ୍ରା ଲେଖା ଓଜନ କରି ବିଡା ବାନ୍ଧନ୍ତୁ |
୨)ବିଡାକୁ ପ୍ରାୟେ ୧୨-୧୮ ଘଣ୍ଟା ପାଣି ରେ ବତୁରାଈ ରଖନ୍ତୁ | ପାଣି ରେ ବାଭିଷ୍ଟିନ ମିଶାଇଲେ ନଡା ବିଶୋଧନ କରାଯାଏ |
୩) ବିଡା କାଢି ତାକୁ ଗରମ ପାଣି(Steam for mushroom farming)ର ୧ ଘଣ୍ଟା ଲାଗି ବାମ୍ଫ ଦିଅନ୍ତୁ |

୪)ପରେ ବିଡା ରୁ ପାଣି ନିଗାଡ଼ି ତାକୁ ପ୍ରସ୍ତୁତ ପ୍ଲାଟଫର୍ମ(Mushroom field)ସଜାଡନ୍ତୁ ଇଟା ଉପରେ ବାଉଁଶ ଥୋଇ ମଞ୍ଚା ପ୍ରସ୍ତୁତ କରନ୍ତୁ | ମନେ ରଖନ୍ତୁ ନଡା ବିଡା ଭୂମି ରେ ଲାଗିବ ଅନୁଚିତ |
୫) ପ୍ରଥମେ ୪ ଟି ବିଡା କୁ ସିଦ୍ଧା ରଖନ୍ତୁ ଓ ତା ଉପରେ ଅନ୍ୟ ୪ ଟି ବିଡା କୁ ଅଭିଳମ୍ବ ଭାବେ ରଖନ୍ତୁ |
୬)ଛତୁ ମଞ୍ଜି (Mushroom seed)ବୋତଲ ଭାଙ୍ଗି ବିଡା ଉପରେ ବୁଣିଦିଅନ୍ତୁ | ପାର୍ଶ୍ୱ ରୁ ପ୍ରାୟେ ୧୫ ସେ.ମି ଛାଡିକି ମଞ୍ଜି ବୁଣାଯାଏ |
୭)ଛତୁ ମଞ୍ଜି (Mushroom seed) ଉପରେ ସମାନ ମାତ୍ରା ର ଚୋକଡ ଓ ବେସନ ଗୋଳାଇ ବୁଣିଦିଅନ୍ତୁ |

୮) ଏହି ପରି ଆହୁରି ୨ ଟି ସ୍ତର ପ୍ରସ୍ତୁତ କରନ୍ତୁ | ପରିଶେଷରେ ଆଉ ୪ ଟି ବିଡା ଢାଙ୍କୁଣୀ ଭାବେ ରଖନ୍ତୁ |
୯)ପଲିଥିନ ଦ୍ୱାରା ବିଡା କୁ ସମ୍ପୂର୍ଣ ଭାବେ ଘୋଡାଇ ଦିଅନ୍ତୁ | ଏହାର ତାପମାତ୍ରା ୩୦-୩୫ ଡ଼ିଗ୍ରୀ ସେଲସିଅସ ଓ ଆଦ୍ରତା ଶତକଡା ୮୦-୯୦ ଭାଗ ରହିବ ଆବଶ୍ୟକ |
୧୦)ଛତୁ (Mushroom farming )ସାଗୁ ଦନା ପରି ଆକୃତି ହେଲେ ପଲିଥିନ କାଢିଦିଆନ୍ତୁ |ଏହାର ପ୍ରାୟେ ଏକ ସପ୍ତାହ ପରେ ଛତୁ କଢ ଅବସ୍ଥା କୁ ଆସିଥାଏ |ଏହି ଅବସ୍ଥା ରେ ଏହାର ବଜାର ଚାହିଦା ଅଧିକ ଥାଏ |

ଆସନ୍ତୁ ଜାଣିବା କିପରି କରିବେ ବିଭିନ୍ନ କିସମର ଛତୁ ଚାଷ

ବଟନ ଛତୁ ଚାଷ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments