
muralidhar adhikari from koraput dist of odisha
ଜୈବିକ ଚାଷ l ବିଭିନ୍ନ ଚାଷ ମଧ୍ୟରେ ବଜାରରେ ବର୍ତ୍ତମାନ ଜୈବିକ ଓ ପ୍ରାକୃତିକ ଉପାୟରେ ହେଉଥିବା ଚାଷକୁ ଅଧିକ ଗୁରୁତ୍ତ୍ଵ ଦିଆଯାଉଛି l ସରକାର ମଧ୍ୟ ଏଥିପାଇଁ ପ୍ରୋତ୍ସାହନ ଦେଉଛନ୍ତି ଚାଷୀଙ୍କୁ l ବିଭିନ୍ନ ଜିଲ୍ଲାରେ ଏଥିପାଇଁ ଚାଷୀଙ୍କୁ ତାଲିମ ମଧ୍ୟ ଦିଆଯାଉଛି l ଜୈବିକ ପ୍ରଣାଳୀରେ ଚାଷ କରିବା ଦ୍ୱାରା ଚାଷୀଙ୍କ ଉତ୍ପାଦନର ଗୁଣବତ୍ତା ମଧ୍ୟ ବଜାୟ ରହିପାରୁଛି l ଏହି ଜୈବିକ ପ୍ରଣାଳୀରେ ଚାଷ କରିବା ଦ୍ୱାରା ଉତ୍ପାଦିତ ହେଉଥିବା ପନିପରିବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ l
ନିକଟରେ କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ଯାହାର ମୁଖ୍ୟ ପ୍ରାୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟର ଏବଂ ସହ ସଂଯୋଜକ ରହିଥିଲା ICAR ଏହି ସମ୍ମାନୀୟ କୃଷି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ଜଣେ ଜୈବିକ ଚାଷୀ ରାଜ୍ୟ ସ୍ତରୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ l ତାଙ୍କ ନାମ ହେଉଛି ମୁରଲୀଧର ଅଧିକାରୀ l ବିଭିନ୍ନ ମସଲା ଜାତୀୟ , ଆମ୍ବ ସହିତ ଅନ୍ୟାନ୍ୟ ଚାଷ ମଧ୍ୟ କରନ୍ତି ଯାହା ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ କରିଥାନ୍ତି l
ଜୈବିକ ପ୍ରଣାଳୀରେ କରୁଥିବାରୁ ଉତ୍ପାଦିତ ଗୁଣବତ୍ତା ବଜାୟ ରହୁଛି ଯାହାକି ତାଙ୍କୁ ବଜାରରେ ଭଲ ମୂଲ୍ୟ ମିଳିପାରୁଛି l ୧୪ ଏକର ଚାଷ ଜମିରେ ସେ ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି l ୬ ଏକରରେ ସେ ଆମ୍ବ ଚାଷ କରିଛନ୍ତି ଏବଂ ଆମ୍ବ ଚାଷ ହୋଇଥିବା ସ୍ଥାନରେ ମିଶ୍ରିତ ଚାଷ ଭାବରେ ଅଦା ଓ ହଳଦୀ ଚାଷ କରୁଛନ୍ତି l ଯାହାର ସେ ପାଉଡର ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି l ମୁରଲୀଧର କହିଥିଲେ - " ଜୈବିକ ଚାଷ କଲେ ମାଟି ମା ର ସୁରକ୍ଷା କରିବା ସହିତ ମାଟିର ଗୁଣବତ୍ତା ମଧ୍ୟ ବଜାୟ ରଖିହେବ l " ଜୈବିକ ଚାଷ କରିବା ପାଇଁ ସରକାରୀ ହର୍ଟିକଲଚର ବିଭାଗ ତରଫରୁ ଜିଆଖତ ପ୍ରସ୍ତୁତ କରିବାକୁ ୟୁନିଟ ସହାୟତା ପ୍ରଦାନ କରାଯାଇଛି l ଅନ୍ୟପଟେ ତାଙ୍କୁ ଏରୋମାଟିକ ଧାନ ଚାଷ କରିବାକୁ ଇନସେଣ୍ଟିଭ ମଧ୍ୟ ପ୍ରଦାନ କରାଯାଉଛି l
ଜୈବିକ ପ୍ରଣାଳୀରେ ମସଲା ଚାଷ କରିବା ସହିତ ଲଙ୍କା ଚାଷ କରିଲେ ଚାଷୀ ଭଲ ଲାଭ ପାଇବେ l ଯାହା ଅଳ୍ପ ଦରରେ ଆମେ ନିଜ ରାଜ୍ୟରେ ବିକ୍ରି କରୁଛୁ ତାହା ଅନ୍ୟ ରାଜ୍ୟ ତଥା ଦେଶ ବାହାରେ ଅଧିକ ଦର ମିଳିପାରିବ ଚାଷୀଙ୍କୁ l ମୁରଲୀଧର ନିଜ ସାକ୍ଷାତକାରରେ କହିଥିଲେ ଜୈବିକ ଶ୍ରୀ ଏଫପିଓ କୁ ସେ ତାଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିଥାନ୍ତି l ଯାହା ତାଙ୍କୁ ସଠିକ ମୂଲ୍ୟ ମିଳିବାରେ ସହାୟତା ପ୍ରଦାନ କରୁଛି l ଶେଷରେ ଏଭଳି ଏକ କୃଷି ମହୋତ୍ସବରେ ତାଙ୍କୁ ସମ୍ମାନିତ କରିଥିବାରୁ ସେ କୃଷି ଜାଗରଣ ଓ ମହିନ୍ଦ୍ରା ଟ୍ରାକ୍ଟର କୁ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ପୁରସ୍କାର ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
Share your comments