1. ସଫଳ କାହାଣୀ

ନାରୀଙ୍କ ପାଇଁ ଅନନ୍ୟ ଉଦାହରଣ ନନ୍ଦିତା କଲିତା

ନନ୍ଦିତା କଲିତା, ଜଣେ ସଫଳ ମହିଳା ଚାଷୀ l ଆସାମ ରାଜ୍ୟର ଢେମାଜି ଜିଲ୍ଲାରେ ବସବାସ କରନ୍ତି l ୨୮ ବର୍ଷ ଧରି ଏକ ବେସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ l ୧୯୯୩ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେ ହିନ୍ଦୀ ପାଠ ପଢ଼ାଉଥିଲେ l

Tanushree Mahapatra
Tanushree Mahapatra
Nanadita Kalita from dhemaji dist of assam

Nanadita Kalita from dhemaji dist of assam

ନାରୀ ଅନନ୍ୟ l ବର୍ତମାନ ନାରୀ ସମସ୍ତ କ୍ଷେତ୍ରରେ ସର୍ବାଗ୍ରେ ରହିଥିବା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ l ବିଭିନ୍ନ କ୍ଷେତ୍ରରେ ନାରୀ ନିଜ ଦକ୍ଷତା ବିକାଶ କରିଛନ୍ତି l ସେ ରାଜ୍ୟ ହେଉ କିମ୍ବା କେନ୍ଦ୍ର ସରକାର ନାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରାତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି l ଚାଷ କ୍ଷେତ୍ର ରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସାୟ କ୍ଷେତ୍ରରେ ନାରୀ ଆଜି ପୁରୁଷଙ୍କୁ ପଛରେ ପକାଇଛନ୍ତି l ତେବେ ଏହି ଆର୍ଟିକଲରେ ଏପରି ଏକ ସଫଳ ମହିଳା ଚାଷୀଙ୍କ ବିଷୟରେ ଆଲୋଚନା କରାଯାଇଛି ଯେଉଁ ମହିଳାଙ୍କ କାହାଣୀ ଅନ୍ୟ ମହିଳାଙ୍କୁ ଉତ୍ସାହିତ କିମ୍ବା ପ୍ରେରଣା ଦେବ l

ନନ୍ଦିତା କଲିତା, ଜଣେ ସଫଳ ମହିଳା ଚାଷୀ l ଆସାମ ରାଜ୍ୟର ଢେମାଜି ଜିଲ୍ଲାରେ ବସବାସ କରନ୍ତି l ୨୮ ବର୍ଷ ଧରି ଏକ ବେସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ l ୧୯୯୩ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେ ହିନ୍ଦୀ ପାଠ ପଢ଼ାଉଥିଲେ l ଅନେକ ବର୍ଷ ସେ ସରକାରୀ ଚାକିରୀ ପାଇଁ ଅପେକ୍ଷା କରିବା ପରେ ଚାକିରୀ ଛାଡିଥିଲେ l ପରେ ଘରେ ନିଜ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ ଆଗକୁ କେଉଁ କାର୍ଯ୍ୟ କରିବା ଦ୍ୱାରା ତାଙ୍କ ଘରପାରିବାର ଚଳିବ l ବିଭିନ୍ନ ଅଲାଚନା ପରେ ଚାଷ କାମ କରିବାକୁ ମନସ୍ଥ କରିଥିଲେ l

ପ୍ରଥମେ ସେ ମାଛ ପୋଖରୀ କରିଥିଲେ l ମାଛ ପୋଖରୀ ରେ ମାଛ ଚାଷ କରିବା ପରେ ପୋଖରୀ ଚାରିପଟେ ଅନ୍ୟ ଚାଷ କରିଛନ୍ତି l କଦଳୀ ଚାଷ , କିଙ୍ଗ ଚିଲି ସହ ନପିଆର ଘାସ ଚାଷ କରିଛନ୍ତି l ପ୍ରଥମରେ ୩ ଦିଘା ଜମିରେ ଚାଷ କାମ ଆରମ୍ଭ କରିଥିଲେ l ବର୍ତ୍ତମାନ ୧୦ ଦିଘା ଜମିରେ ତାଙ୍କ ଚାଷ କାମ କରୁଛନ୍ତି l କେବଳ ସେତିକି ନୁହେଁ କଖାରୁ ଚାଷ , ରେଶମ ଚାଷ , ଉଦ୍ୟାନ ଚାଷ ସହିତ ଛେଳି , କୁକୁଡ଼ା ଏବଂ ବାଟକ ପାଳନ କରିଛନ୍ତି l ଋତୁ ଅନୁସାରେ ଅନେକ ପ୍ରକାର ପନିପରିବା ଚାଷ କରୁଛନ୍ତି l ଉନ୍ନତ କିସମ କଦଳୀ ଚାଷ କରିଛନ୍ତି ସେ l

ନନ୍ଦିତା ନିଜ ସଂଘର୍ଷ କାହାଣୀ କୃଷି ଜାଗରଣ ପ୍ରତିନିଧିଙ୍କୁ କହିଥିଲେ l ଚାଷରୁ ଆୟ ହେଉଥିବା ଅର୍ଥ ରେ ସେ ନିଜ ପୁଅକୁ ପାଠ ପଢ଼ାଉଛନ୍ତି l ସେ କହିଛନ୍ତି, ସରକାରୀ ଚାକିରୀରୁ ପାଉଥିବା ଅର୍ଥ ରୁ ଖୁବ ଅଧିକ ଲାଭ ତାଙ୍କୁ ତାଙ୍କ ଚାଷ ଜମି ପ୍ରଦାନ କରିଛନ୍ତି l ସେ ଚାଷ କାମ କରିବା ପରେ ଖୁସି ଅଛନ୍ତି l ବିଦ୍ୟାଳୟ ଛାଡ଼ିବା ପରେ ସେ ଦୁଃଖୀ ରହୁଥିଲେ କିନ୍ତୁ ଚାଷକାମ କରିବା କିଛି ଦିନ ପରେ ସେ ଖୁସିରେ ଅଛନ୍ତି ବର୍ତ୍ତମାନ l ଆଗାମୀ ଭବିଷ୍ୟତରେ ସେ ନିଜ ଜମିରେ ଏକ ରିସର୍ଟ କରିବାର ସ୍ବପ୍ନ ଦେଖିଛନ୍ତି l ଦକ୍ଷ ମନୋବଳ , ନିଜ ପରିଶ୍ରମ ଏବଂ ନିଜ ପରିବାରର ସହଯୋଗ ଆଜି ତାଙ୍କୁ ଜଣେ ସଫଳ ମହିଳା ଚାଷୀରେ ପରିବର୍ତ୍ତନ କରିଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ