1. ସଫଳ କାହାଣୀ

ଯାହାର ବୃତ୍ତି ହେଉଛି ପ୍ରାକୃତିକ କୃଷି: ନେତ୍ରାନନ୍ଦ ଲେଙ୍କା

ଚାଷ ବର୍ତ୍ତମାନର ଏକ ମୁଖ୍ୟ ବୃତ୍ତିରେ ପରିଣତ ହୋଇଛି l ଅନେକ ଯୁବପିଢ଼ି ଏବେ ଚାଷକାର୍ଯ୍ୟରେ ଅର୍ଥ ନିବେଶ କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି l ଦେଶ ତଥା ରାଜ୍ୟରେ ଏମିତି କିଛି ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ ନିଜେ ଆଜି ଅନ୍ୟ ବ୍ୟକ୍ତିଙ୍କ ପାଇଁ ଉଦାହରଣ ସାଜିଛନ୍ତି l

Tanushree Mahapatra
Tanushree Mahapatra
Netrananda lenka: who is a success farmer of natural farming image source - pexels.com

Netrananda lenka: who is a success farmer of natural farming image source - pexels.com

ଚାଷ ବର୍ତ୍ତମାନର ଏକ ମୁଖ୍ୟ ବୃତ୍ତିରେ ପରିଣତ ହୋଇଛି l  ଅନେକ ଯୁବପିଢ଼ି ଏବେ ଚାଷକାର୍ଯ୍ୟରେ ଅର୍ଥ ନିବେଶ କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି l ଦେଶ ତଥା ରାଜ୍ୟରେ ଏମିତି କିଛି ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ ନିଜେ ଆଜି ଅନ୍ୟ ବ୍ୟକ୍ତିଙ୍କ ପାଇଁ ଉଦାହରଣ ସାଜିଛନ୍ତି l ଚାଷକୁ ବୃତ୍ତି କରି ଲକ୍ଷାଧିକ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି l ତେବେ ଆଜି ଆମେ ଆପଣଙ୍କ ସହିତ ଏମୀତି ଏକ ବ୍ୟକ୍ତିତ୍ୱଙ୍କ ବିଷୟ ଆଲୋଚନା କରିବୁ ଏହି ଆର୍ଟିକଲ ମାଧ୍ୟମରେ l

ଶ୍ରୀଯୁକ୍ତ ନେତ୍ରାନନ୍ଦ ଲେଙ୍କା, ଏକ ସଫଳ ଚାଷୀର ବଳିଷ୍ଠ ଉଦାହରଣ l  କୃଷିକୁ ନିଜର ବୃତ୍ତି ବୋଲି ଭାବିବା ପରେ ଅନେକ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି l  ପ୍ରତିଟି ପ୍ରତିକୂଳ ପରିସ୍ଥିତିକୁ ସାମ୍ମନା କରି ଆଜି ସେ ଏକ ସଫଳ ଚାଷୀ ହୋଇପାରିଛନ୍ତି l  କେବଳ ନିଜା ଜିଲ୍ଲା ପାଇଁ ନୁହେଁ ବରଂ ସମ୍ପୁର୍ଣ୍ଣ ରାଜ୍ୟ ପାଇଁ l ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି l 

ବୟସ ୮୨ ବର୍ଷ l ପ୍ରତିଦିନ ନିଜର ମୋଟର ସାଇକେଲ ଧରି ସନ୍ଧ୍ୟା ୫ଟା ବେଳେ ନିଜ ଗାଁ ପାତ୍ରପୁଟରୁ ବାହାରି ଦୀର୍ଘ  ୧୭ କିମି ଜୟପୁର ଟାଉନ ଆସିଥାନ୍ତି l କ୍ଷୀର ଦୋକାନୀଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ଏ ବୟସରେ ଦେହରେ ନାଁ ଅଛି ମଧୁମେୟ , ନାଁ ଅଛି ଉଚ୍ଚ ରକ୍ତଚାପ ରୋଗ l ସଦାବେଳେ ହସ ହସ ମୁହଁ ଓ ବେଶୀ ସମୟ ଦେଇଥାନ୍ତି ପ୍ରକୃତି ସହିତ l

ଆଉ ସେହି ପ୍ରକୃତି ପ୍ରେମ ଆଜି ତାଙ୍କୁ ପ୍ରାକୃତିକ ଚାଷ ଶିଖାଇଛି l ଏହି ମହାନୁଭବ ବ୍ୟକ୍ତି ହେଉଛନ୍ତି ଶ୍ରୀ ନେତ୍ରାନନ୍ଦ ଲେଙ୍କା , ପିତା ନରୋତ୍ତମ ଲେଙ୍କା ଏବଂ ଘର ପାତ୍ରପୁଟ,ଜୟପୁର ବ୍ଲକ, କୋରାପୁଟ ଜିଲ୍ଲା l ତାଙ୍କର ଶିକ୍ଷାଗତ ଯୋଗ୍ୟତା, ସେ ଆଇ.ଏସ.ସି ( ISC )  ପାସ କଲାପରେ ଫରେଷ୍ଟର ଚାକିରୀରେ ନିଯୁକ୍ତ ହୋଇ ଗତ ୨୦୦୮ ମସିହାରେ ରେଞ୍ଜର ପୋଷ୍ଟରୁ ଅବସର ନେଇଥିଲେ l ପାତ୍ରପୁଟ ଗ୍ରାମରେ ଥିବା ତାଙ୍କର ୭ ଏକର ଜମିରେ ସେ ଅଭିନବ ଚାଷ ଆରମ୍ଭ କରିଥିଲେ l ଜୈବିକ ଖେତୀ ଓ ବାଉଁଶ ଚାଷ ଆଜିକୁ ଦୀର୍ଘ ୧୫ ବର୍ଷ ମଧ୍ୟରେ ସେ ତାଙ୍କର ସେହି ୭ ଏକର  କ୍ଷେତରୁ ବାଉଁଶ ୩ ଏକର , ଆମ୍ବ ବଗିଚା ୧ ଏକର ଏବଂ ଧାନ ଚାଷ ପାଇଁ ୩ ଏକର ଜମି ରଖିଛନ୍ତି l

ପ୍ରାକୃତିକ ଜୈବିକ ଚାଷରେ ସେ ବାଉଁଶ ବଣ ମଧ୍ୟରେ ଦେଶୀ ଆଳୁ , ଛତୁଚାଷ ଏବଂ ଆମ୍ବ ବଗିଚା ମଧ୍ୟରେ ହଳଦୀ , ଅଦା , ଘାସ ଚାଷ ସହିତ ଧାନ ଚାଷ , ପରେ ସୋରିଷ ଏବଂ ଏହାପରେ ମୁଗ ଚାଷ କରିଥାନ୍ତି l ବର୍ଷକୁ ୩ ଟି ଫସଲ ଧାନ ଜମିରୁ ଉଠାଉଥିବାବେଳେ ଆମ୍ବ ବଗିଚାରୁ ମଧ୍ୟ ଆଉ ୩ଟି ଫସଲ ଉଠାଇଥାନ୍ତି l ବାଉଁଶ ବଗିଚାରୁ ମଧ୍ୟ ବାଉଁଶକୁ ଛାଡି ଆଉ ୨ଟି ଫସଲରୁ ଲାଭ ଉଠାଇଥାନ୍ତି l ତାଙ୍କର ଫାର୍ମରେ ୪୦ ଟି କମରସିଆଲ ଗାଈ ରଖିଛନ୍ତି l ଗାଈରୁ ବର୍ଷ ସାରା ୧୫୦ ଲି. କ୍ଷୀର ପାଇଥାନ୍ତି ଏବଂ ତାଙ୍କ କ୍ଷୀର ସେ ପ୍ରତ୍ୟକ୍ଷ ବଜାରରେ ୬୦ ଟଙ୍କା ଲିଟର ପ୍ରତି ବିକ୍ରି କରିଥାନ୍ତି l ଗାଈ ଗୋବର, ବାଉଁଶ ଗଛର ପତ୍ର ଓ ଆମ୍ବ ଗଛର ପତ୍ରକୁ ନେଇ ତିଆରି କରିଛନ୍ତି ଜିଆ ଖତ l ଦୀର୍ଘ ୧୫ ବର୍ଷ ମଧ୍ୟରେ ଏହି ଚାଷ କାର୍ଯ୍ୟ ଦ୍ୱାରା ସେ ଆଉ ୧୯ ଏକର ଜମି କିଣିଛନ୍ତି l

ତାଙ୍କର କହିବା ଅନୁଯାୟୀ ପ୍ରତିଦିନ ୨୦ ଜଣ ଚାଷୀ ଶ୍ରମିକ ତାଙ୍କ ବଗିଚାରେ କାମ କରିଥାନ୍ତି l ବର୍ଷଯାକ ସେ ୨୦ଟି ପରିବାରକୁ ଆର୍ଥିକ ରୋଜଗାର ପନ୍ଥା ଯୋଗାଇ ଦେଇଛନ୍ତି l ବର୍ଷକୁ ଅନୁନ୍ୟ ବାଉଁଶରୁ ୪ ଲକ୍ଷ , ଛତୁ ଚାଷରୁ ୮୦ ହଜାର , ଆମ୍ବ ଚାଷରୁ ୧ ଲକ୍ଷ , ବାଉଁଶ ଚାରା ୨ ଲକ୍ଷ , ଆମ୍ବ ଚାରା ୫୦ ହଜାର , ଧାନରୁ ଏକ ଲକ୍ଷ , ସୋରିଷରୁ ୧ ଲକ୍ଷ , ଜିଆ ଖତରୁ ୨ ଲକ୍ଷ ଏବଂ ଗାଈ କ୍ଷୀରରୁ ୩୨ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି l ଜଣେ ଜୈବିକ ଚାଷୀ ଭାବରେ ପରିଚିତ ହୋଇ ରାଜ୍ୟ ସ୍ତରୀୟ ଓ କେନ୍ଦ୍ର ସ୍ତରୀୟ ଅନେକ ପୁରସ୍କାର ପାଇଛନ୍ତି l ବହୁ ସ୍ଥାନରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି l ଚାଷୀ କୂଳକୁ ତାଙ୍କ ବାର୍ତ୍ତା - ହେଉଛି ଆମେ ଜୈବିକ ପଦ୍ଧତିରେ ଚାଷ କରିବା ତେବେ ପ୍ରକୃତି ଆମକୁ ନିଶ୍ଚିତ ରକ୍ଷା କରିବ  l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments