ନୂଆ ବାସୁମତି ଧାନ କିସମ ଚାଷ ଦେଇଛି ଓଡିଆ ମହିଳା ଚାଷୀଙ୍କୁ ନୂଆ ପରିଚୟ । ଦୁଇ ଦଶନ୍ଧି ପୂର୍ବରୁ ଜଗତସିଂହପୁରର କାଦମ୍ବିନୀ ବେହେରା କୌତୁହଳରୁ ପ୍ରଥମ ଥର ପାଇଁ ଧାନ କୃଷି କ୍ଷେତ୍ରରେ ପାଦ ଦେଇଥିଲେ । ଆଜି ସେ ଜିଲ୍ଲାର ଏକମାତ୍ର ମହିଳା ଚାଷୀ ଯିଏକି ତାଙ୍କ ନାମରେ କରିଛନ୍ତି ଏକ ଉଚ୍ଚ ଅମଳକ୍ଷମ ବାସୁମତି ଚାଉଳ (fragrant paddy)କିସମ ।
ନୂଆଦିଲ୍ଲୀରେ ଥିବା ପ୍ଲାଣ୍ଟ କିସମ ରେଜିଷ୍ଟ୍ରି ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଅ ଗାଁର ବାସିନ୍ଦା କାଦମ୍ବିନି ବେହେରାଙ୍କ ନାମରେ 'ଲାଲ ବସନା ଧାନ'ର ଏକ ନୂଆ କିସମ ଧାନ ପଞ୍ଜିକରଣ କରିଛି । ଉଭୟ ଖରିଫ ଏବଂ ରବି ଋତୁରେ ଏହି କିସମର ଧାନ ଚାଷ କରାଯାଇପାରିବ ବୋଲି ଏହି ସଫଳ ମହିଳା ଚାଷୀ କରିଛନ୍ତି ।
ଉଦ୍ୟାନ କୃଷି ପିଲାବେଳୁ ଏକ ସୋଉକ ରହିଥିବା କହିଛନ୍ତି କାଦମ୍ବିନି | 1997 ରେ ସ୍ନାତକ ଡିଗ୍ରୀ ସମାପ୍ତ କରିବା ପରେ ସେ ବିବାହ କରିଥିଲେ ସୁଦ୍ଧା ନିଜର ଉଦ୍ୟାନ କୃଷି ନିଶା ଛାଡିନଥିଲେ । ରଘୁନାଥପୁର ଏକ ଧାନଚାଷ ବହୁଳ ଅଞ୍ଚଳ ହୋଇଥିବାରୁ ତାଙ୍କର ଧ୍ୟାନ ବାସୁମତି ଧାନ କିସମକୁ ଆକର୍ଷିତ ହୋଇଥିଲା ।
ଏହିପରି କିସମ ବୃଦ୍ଧି ପାଇଁ ଆଗ୍ରହ ଦେଖାଇ କାଦମ୍ବିନି 2002ରେ ରେଢୁଅର ଏକ ଅଗ୍ରଣୀ କୃଷକ ସଂଗଠନରେ ଯୋଗ ଦେଇଥିଲେ । ଏହି କୃଷକ ସଂଗଠନର ସଦସ୍ୟମାନେ ଉଚ୍ଚମାନର ଧାନ ବିହନ ଉତ୍ପାଦନ କରୁଛନ୍ତି ଏବଂ ବେହେରା ଜଣେ ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।
କୃଷି ସଂଗଠନଙ୍କ ମାର୍ଗଦର୍ଶନରେ କାଦମ୍ବିନି ଗତ 15 ବର୍ଷ ଧରି ନିଜ ଜମିରେ ଦୁଇ ପ୍ରକାରର ବାସୁମତି ଧାନ - କେଟାକିଜୁହା(Ketakijuha)ଏବଂ କୁଦ୍ରତ -3(Kudrat-3)ଚାଷ କରିଆସୁଛନ୍ତି । କେଟାକିଜୁହା ହେଉଛି NRRI ପକ୍ଷରୁ ସ୍ବୀକୃତିପ୍ରାପ୍ତ ହୋଇଥିବା ଏକ ପ୍ରକାର ଏବଂ କୁଦ୍ରତ -3 ହେଉଛି ଏକ ସ୍ୱଦେଶୀ କିସମ ।
ପରେ ପରେ ଚାଷ କ୍ଷେତ୍ରରେ ରାଜ୍ୟର ବିଭିନ୍ନ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି କାଦମ୍ବିନୀ ବେହେରା l ରାଜ୍ୟପାଳ ପୁରଷ୍କାର ସହିତ ଓୟୁଏଟି ତାଙ୍କ ଦ୍ୱାରା ପରିଚାଳିତ ଏଫପିଓ ଵାଣିକ୍ଷେତ୍ର ମହିଳା କୃଷକ ଉତ୍ପାଦ ସଂଗଠନଙ୍କୁ ଶ୍ରେଷ୍ଠ ଏଫପିଓ ଭାବେ ସମ୍ମାନିତ କରାଯାଇଥିଲା l ଏହା ସହିତ ଅନ୍ୟାନ୍ୟ ପଞ୍ଚାୟତ ସ୍ତରରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି l ଚଳିତ ବର୍ଷ କୃଷି ଜାଗରଣ ଦ୍ୱାରା ଆୟୋଜିତ ହେଉଥିବା ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର 2024 ରେ ଜିଲ୍ଲା ସ୍ତରରେ Millionaire fibre crop farmer of India ସମ୍ମାନିତ କରାଯାଇଛି l ଜଣେ ମହିଳା ହୋଇ ଚାଷ କ୍ଷେତ୍ରରେ ସଫଳ ପାଇବା ନିହାତି ଏକ ବଡ଼ ଗର୍ବର ବିଷୟ ଅଟେ l
Read more:
Share your comments