ଅନୁଗୁଳ ଜିଲ୍ଲାର ସଫଳ ଚାଷୀ ପ୍ରତାପ କୁମାର ପ୍ରଧାନ l ପାଠ ପଢା ସାରିବା ପରେ ନିଜକୁ ଚାଷ କାମରେ ନିୟୋଜିତ କରିଥିଲେ l ଆଜି ଜଣେ ସଫଳ ଚାଷୀ ପାଲଟିଛନ୍ତି l ଗତକାଲି କୃଷି ଜାଗରଣ ଏକ ଅନଲାଇନ ସାକ୍ଷାତକାର ନେଇଥିଲା ତାଙ୍କର l ଯେଉଁଠି ସେ ଆମ ସହାୟତାରେ ଅନ୍ୟ ଚାଷୀଙ୍କ ସହ ଯୋଡ଼ି ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l
ସେ କହିଥିଲେ ପ୍ରଥମରେ ରାସାୟନିକ ସାର ବ୍ୟବହାର କରି ଚାଷକାମ କରୁଥିଲି , ପରେ ଜୈବିକ ପ୍ରକ୍ରିୟାରେ ଚାଷ କାମ ଆରମ୍ଭ କଲି ଯାହା ମତେ ଶୂନ ଖର୍ଚ୍ଚରେ ଲାଭ ଅଧିକ ଦେଲା l ପ୍ରଥମରେ ମାଛ ଚାଷ , ଗାଈ ରଖିଲି , ଆମ୍ଭ ଗଛ , ଲେମ୍ବୁ ଗଛ ସହ ଅଳ୍ପ ଚାଷ କାର୍ଯ୍ୟ କରୁଥିଲି l ଖର୍ଚ୍ଚ ଅଧିକ ଶ୍ରମ ଅଧିକ ହେବାରୁ ରାସାୟନିକ ଚାଷ ଆଉ ନ କରି ପାରି ଜୈବିକ ଚାଷ କରିବାକୁ ଇଛା କଲି l ବାଇଗଣ , ଭେଣ୍ଡି , ଟମାଟର, ଫୁଲକୋବି , ଆଳୁ , ଲଙ୍କା , ଋତୁ ଅନୁଯାୟୀ ରବି ଓ ଖରିଫରେ ଚାଷ କରୁଛି l ବୋରୱେଲ କରିଛି ନିଜ ଜମିରେ ଜଳ ସେଚନ ପାଇଁ l
ନିଜର ମୋଟ ୩ ଏକର ଚାଷ ଜମିରେ ଜୈବିକ ଚାଷ କରୁଛି l ବଳକା ଜମି ଅନ୍ୟ ଚାଷୀଙ୍କୁ ଦେଇଛି ଚାଷ କାମ କରିବା ପାଇଁ l ମାଛ ଚାଷ କରିଛି ଯାହା ବର୍ଷ ସାରା ରୋଜଗାର ଦେଉଛି l ଖରିଫରେ - ଧାନ , ବାଇଗଣ , ବାଦାମ , ମୁଗ , ବିରି ଚାଷ କରୁଛି l ରବିରେ - ଧାନ ପରେ ଟମାଟର, ରସୁଣ ବାଇଗଣ ,ଛୋଟ ପ୍ରଜାତି ପିଆଜ ଚାଷ କରୁଛି l ମାଛ ଚାଷରେ - ରୋହି, ଭାକୁର, ମିରିକାଳୀ ମାଛ ଚାଷ କରୁଛି l ଦେଶୀ ଗାଈ ରଖିଛି - ଯାହାର ଗୋମୂତ୍ର , ଗୋବରରେ ବିଭିନ୍ନ ପ୍ରକାର ଜୈବିକ ଖତ ସାର ପ୍ରସ୍ତୁତ କରି ନିଜ ଜମିରେ ବ୍ୟବହାର କରୁଛି l ଚାଷ କାମ ପାଇଁ ସରକାରୀ ଟ୍ରେନିଂ ମିଳି ପାରୁଛି l
ବାସ୍ନା ଧାନ ମଧ୍ୟ ଚାଷ କରିଛି l ଯାହା ଜୈବିକ ଉପାୟରେ ଚାଷ କରିଛି l କୁଦ୍ରତ 3 ନାମକ ବାସ୍ନା ଧାନ ଚାଷ କରିଛି l ଯାହା ଦେଖିବାକୁ ପତଳା ଓ ଲମ୍ବା l ଖାଇବାକୁ ସ୍ୱାଦଯୁକ୍ତ ମଧ୍ୟ l ଏହା ଏକ ଉନ୍ନତ କିସମ ଯାହାର ବଜାର ଦର ମଧ୍ୟ ଭଲ l ଚାଷୀ ଏହାକୁ ଚାଷ କଲେ ଭଲ ଲାଭ ପାଇ ପାରିବେ l ଅମଳ ହେଉଥିବା ଧାନ ସରକାରୀ ଦରରେ ବିକ୍ରି କରେ l ମାଛର ଚାହିଦା ଗାଁ ରେ ଅଧିକ ଥିବାରୁ ଗାଁ ରେ ମାଛ ବିକ୍ରି କରିଥାଏ ଯାହା ଭଲ ଲାଭ ମିଳେ l ସାପ୍ତାହିକ ହାଟରେ ପନିପରିବା ବିକ୍ରି କରେ l ସମୟ ଅନୁସାରେ ଲାଭ ରହୁଛି ବିଭିନ୍ନ ଉତ୍ପାଦିତ ଅମଳ ଫସଲରେ l
ମାଛ ଚାଷ କରିବାକୁ ହେଲେ ପୋଖରୀରେ ପ୍ରଥମ ହଳ କରି ୧୦ ଟ୍ରାକ୍ଟର ଖତ ପକାଯିବ l ବର୍ଷା ପାଣି ହେଲା ପରେ , ଚୂନ ୫୦ କେଜି ପକାଯିବ l ମିକ୍ସ ମାଛ ଜାଅଁଳା ଆଣି ପୋଖରୀରେ ଛାଡ଼ନ୍ତୁ l ୬ ମାସ ପରେ ମାଛ ବିକ୍ରି ଯୋଗ୍ୟ ହୋଇଥାଏ l ଭର୍ମିକମ୍ପୋଷ୍ଟ ବ୍ୟବହାର କରୁଛି l ଅନ୍ୟ ଚାଷୀଙ୍କୁ ମଧ୍ୟ କହିବି ଭର୍ମିକମ୍ପୋଷ୍ଟ ବ୍ୟବହାର କରନ୍ତୁ l ସରକାର ଜୈବିକ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି l ମୁଁ ନିଜ ଓ ଅନ୍ୟ ଜିଲ୍ଲାର ଲୋକଙ୍କୁ ଟ୍ରେନିଂ ଦେଇଥାଏ ଅନ୍ୟ ସ୍ଥାନକୁ ଯାଇ ମଧ୍ୟ ଟ୍ରେନିଂ ଦେଇଥାଏ l ହାଇଦ୍ରାବାଦର ଏକ ଏନଜିଓ ସଂସ୍ଥା ମତେ ମାଷ୍ଟର ଟ୍ରେନର ଭାବେ ସମ୍ମାନିତ କରିଛନ୍ତି l କୃଷି ବିଜ୍ଞାନ କେନ୍ଦ୍ର ସହ କୃଷି ବିଭାଗର ସହାୟତା ରହିଛି l ଆଧୁନିକ ପ୍ରଣାଳୀ ମଧ୍ୟ ବ୍ୟବହାର କରେ ଶ୍ରମକୁ କମ କରିବା ପାଇଁ l ନୂଆ ଚାଷ କାମ ଆରମ୍ଭ କରିବାକୁ ଇଛା କରିଥିବା ଚାଷୀ ଅଳ୍ପ ଖର୍ଚ୍ଚ ଏବଂ ଉଚିତ ଚାଷ କାମ ବାଛିବା ଆବଶ୍ୟକ l ମିଶ୍ରିତ ଚାଷରେ ଲାଭ ରହିଛି l ଗୋଟିଏ ଫସଲ ନଷ୍ଟ ହେଲେ ଅନ୍ୟ ଫସଲ ଲାଭ ଦିଏ l
ଅଧିକ ପଢ଼ନ୍ତୁ
Share your comments