1. ସଫଳ କାହାଣୀ

କୃଷକଙ୍କର ଝିଅଙ୍କ କମାଲ୍: ରାଜ୍ୟ ପ୍ରଶାସନିକ ସେବାରେ ସାମିଲ

ଦିନ ଥିଲା ଝିଅମାନଙ୍କୁ ସମାଜ ତଥା ପରିବାରର ବୋଝ ବୋଲି କୁହାଯାଉଥିଲା l ହେଲେ ବର୍ତମାନ ସମୟ ବଦଳିଯାଇଛି l ଝିଅମାନେ ମଧ୍ୟ ପୁରୁଷମାନଙ୍କ ସହ ତାଳ ମିଳାଇ ସମସ୍ତ କାର୍ଯ୍ୟରେ ଯୋଗଦାନ କରିପାରୁଛନ୍ତି l ପ୍ରତିଟି କ୍ଷେତ୍ରରେ ନିଜ ଦକ୍ଷତାକୁ ପ୍ରତିପାଦନ କରି ସେମାନେ ପ୍ରମାଣ କରିପାରିଛନ୍ତି ଯେ ସେମାନେ ମଧ୍ୟ କାହା ଠାରୁ କମ୍ ନୁହଁନ୍ତି l

Sugyan Kumar Nayak
Sugyan Kumar Nayak
Farmers

Farmers

ଦିନ ଥିଲା ଝିଅମାନଙ୍କୁ ସମାଜ ତଥା ପରିବାରର ବୋଝ ବୋଲି କୁହାଯାଉଥିଲା l ହେଲେ ବର୍ତମାନ ସମୟ ବଦଳିଯାଇଛି l ଝିଅମାନେ ମଧ୍ୟ ପୁରୁଷମାନଙ୍କ ସହ ତାଳ ମିଳାଇ ସମସ୍ତ କାର୍ଯ୍ୟରେ ଯୋଗଦାନ କରିପାରୁଛନ୍ତି l ପ୍ରତିଟି କ୍ଷେତ୍ରରେ ନିଜ ଦକ୍ଷତାକୁ ପ୍ରତିପାଦନ କରି ସେମାନେ ପ୍ରମାଣ କରିପାରିଛନ୍ତି ଯେ ସେମାନେ ମଧ୍ୟ କାହା ଠାରୁ କମ୍ ନୁହଁନ୍ତି l ନିକଟରେ ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ଭୈରୁସୁରୀ ଗ୍ରାମର ଜଣେ ଚାଷୀଙ୍କର ତିନି ଝିଅ ଏକକାଳୀନ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ  କୃତିତ୍ୱ ଅର୍ଜନ କରିଛନ୍ତି. ଅନଶୁ, ଋତୁ, ଏବଂ ସୁମନ ତିନି ଭଉଣୀ ମିଶି ଗୋଟିଏ ଥରରେ ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ ହୋଇପାରିଛନ୍ତି l

ଗୋଟିଏ ପରିବାରର ପାଞ୍ଚ ଝିଅ ହେଲେ ପ୍ରଶାସନିକ ଅଧିକାରୀ

ରାଜସ୍ଥାନର ଭୈରୁସୁରୀ ଗ୍ରାମର କୃଷକ ସହଦେବ ସାହାଣେଙ୍କର ପାଞ୍ଚ ଝିଅଙ୍କ ମଧ୍ୟରୁ ଦୁଇ ଝିଅ ଆଗରୁ ହିଁ ରାଜସ୍ଥାନ ପ୍ରଶାସନିକ ସେବାରେ ଯୋଗଦେଇଥିବାବେଳେ  ୨୦୨୧ରେ ଅନ୍ୟ ତିନୋଟି ଝିଅ ମିଶି ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି l ଗରିବୀ ଯୋଗୁଁ ସେମାନେ ସ୍କୁଲ ମଧ୍ୟ ଯାଇ ପାରିନଥିଲେ  l ତିନି ଭଉଣୀଙ୍କ ସଫଳତାର ଗୋଟିଏ ଖାସ କଥା ଏହା ଯେ ପଞ୍ଚମ ଶ୍ରେଣୀ ପର ଠାରୁ ସେମାନେ ସ୍କୁଲ ଯାଇନାହାଁନ୍ତି l କାରଣ ସେମାନଙ୍କ ଗାଁରେ ସ୍କୁଲର ସୁବିଧା ହିଁ ନଥିଲା ଏବଂ ସେମାନଙ୍କ ବାପା ଗରିବ ଚାଷୀ ହୋଇଥିବାରୁ ଝିଅମାନଙ୍କୁ ସହରରେ ପାଠ ପଢ଼ାଇବା ସମ୍ଭବ ହୋଇପାରିନଥିଲା l ତେଣୁ ସେମାନେ ଘରେ ରହି ପରସ୍ପରର ସହାୟତା ଓ ସହଯୋଗରେ ପିଏଚଡି  ପର୍ଯ୍ୟନ୍ତ ପାଠ ପଢା ସମାପ୍ତ କରିଥିଲେ l ଜଣେ ଗରିବ କୃଷକଙ୍କର ଝିଅ ହୋଇ ମଧ୍ୟ ସେମାନେ ପ୍ରମାଣ କରିଦେଇ ପାରିଛନ୍ତି ଯେ, ଦୃଢ ଇଛାଶକ୍ତି ଓ ଅଧ୍ୟବସାୟ ବଳରେ ସବୁ କଷ୍ଟକର କାମ ମଧ୍ୟ ସମ୍ଭବ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments