Success Stories

Amrapali Mango: ମାର୍ଚ୍ଚ ଏପ୍ରିଲରେ ଲଗାନ୍ତୁ ଆମ୍ରପଲ୍ଲୀ ଆମ୍ବ ଗଛ

ଆସାମରେ ଏହି ଚାଷୀ ଜଣକ ଆମ୍ରପଲ୍ଲୀ ଆମ୍ବ ଗଛ ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି.....

11 March, 2024 3:49 PM IST By: Tanushree Mahapatra

ଆମ୍ବ ହେଉଛି ଫଳର ରାଜା l ବିଭିନ୍ନ ପ୍ରକାର ଆମ୍ବ ଚାଷ କରୁଛନ୍ତି ଚାଷୀ l ତେବେ ଆମ୍ବ ପ୍ରଜାତି ଭିତରେ ଏମିତି କିଛି ପ୍ରଜାତି ଅଛି ଯାହା ଚାଷୀଙ୍କୁ ଦ୍ଵିଗୁଣ ଆୟ ପ୍ରଦାନ କରୁଛି l ଚାଷୀ ମଧ୍ୟ ଉତ୍ସାହିତ ହେଉଛନ୍ତି ସେହି ଆମ୍ବ ଚାଷ ଅଧିକ କରିବା ପାଇଁ l ଗତ ଦୁଇ ତିନି ବର୍ଷ ମଧ୍ୟରେ ଆସାମର ଅନେକ କୃଷକ କିଛି ଫସଲ ଆରମ୍ଭ କରିଛନ୍ତି ଯାହା ଆମ କୃଷକମାନେ ପୂର୍ବରୁ କରିନାହାଁନ୍ତି ।

ପନିପରିବା, ଉଦ୍ୟାନ କୃଷି ଫସଲ ହେଉ କିମ୍ବା ସବୁ କ୍ଷେତ୍ରରେ ଫସଲ ହେଉଛି l ଆସାମ କୃଷି କ୍ଷେତ୍ର ପାଇଁ ଏହା ନିଶ୍ଚିତ ଭାବେ ଏକ ଖୁସି ଖବର l ସମ୍ପ୍ରତି, ଆମର କୃଷକମାନେ ମାଲ୍ଟା ଚା, ଡ୍ରାଗନ୍ ଫଳ, ଆପଲ୍ ଏବଂ ତରଭୁଜ କରୁଛନ୍ତି ଆରମ୍ଭ କରିଛନ୍ତି | ସେଠାକାର ଜଣେ ଚାଷୀ ଧନିରାମ ଚେଟିଆ ବର୍ତ୍ତମାନ ଦୁଇ ତିନି ବର୍ଷ ଧରି ଏକ ସମତଳ ଏବଂ ସ୍ୱଳ୍ପ ସମୟର ଆମ୍ବ ଚାଷ କରୁଛନ୍ତି । ସେ କହିଛନ୍ତି ଯେ ଆମ୍ରପଲ୍ଲୀ ନାମକ ଏହି ଆମ୍ବ ଚାଷ କରି ସେ ବହୁତ ଉପକୃତ ହୋଇଛନ୍ତି ।

ସଠିକ୍ ଫର୍ଟିଲାଇଜେସନ୍ ସହିତ ଆମ୍ବ ଗଛରେ ୨୦ - ୩୦ କିଲୋଗ୍ରାମ ଆମ୍ବ ଅମଳ ହୋଇଥାଏ l ଏହି ଆମ୍ରପଲ୍ଲୀ ଆମ୍ବ ଗଛ ଦେଖିବାକୁ ଖୁବ ଛୋଟ କିନ୍ତୁ ଅଧିକ ଅମଳ ଦେଇଥାଏ ଯାହା ଚାଷୀଙ୍କ ଆୟ ଅଧିକ କରେ l ସେ କହିଛନ୍ତି ଯେ ଆମ୍ରପଲ୍ଲୀ ଗଛ ଲଗାଇବାର ଦେଢ଼ ବର୍ଷ ମଧ୍ୟରେ ଫଳ ଦେବା ଆରମ୍ଭ କରେ। ପ୍ରାରମ୍ଭରେ, ଏହା ଟିକିଏ କମ୍ ଅମଳ ଦିଏ l ୫ - ୬  ବର୍ଷ ବୟସ ପରେ, ଗଛ ଅଧିକ ବଢ଼ିବାକୁ ଲାଗେ l ଏକ ଆମ୍ରପଲ୍ଲୀ ଆମ୍ବ ଗଛ ପ୍ରାୟ ୨୦ -୨୫  ବର୍ଷ ପର୍ଯ୍ୟନ୍ତ ଫଳ ଦେଇଥାଏ l ଚାରା ରୋପଣ ମଧ୍ୟରେ ଟିକେ ସାର ଏବଂ ପାଣି ପ୍ରୟୋଗ କରାଯିବା ଉଚିତ୍ l କୃଷକମାନେ ୨୦ - ୨୫  ବର୍ଷ ପର୍ଯ୍ୟନ୍ତ ଫଳ ପାଇବା ଜାରି ରଖିବେ ଯଦି ସଠିକ ଭାବେ ଗଛ ରୋପଣ କରାଯାଇଥାଏ l

ଆଜିକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ନର୍ସରୀ ଅଛି l ଏହି ନର୍ସରୀଗୁଡ଼ିକରେ ଆମ୍ବ ଚାଷ କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଯୋଗାଯୋଗ କରିବା ଉଚିତ୍ l ଆପଣ ଯେତେ ସମ୍ଭବ ନିର୍ଭରଯୋଗ୍ୟ ନର୍ସରୀ ଉପରେ ଧ୍ୟାନ ଦିଅନ୍ତୁ l ଆମ୍ରପଲ୍ଲୀ ଆମ୍ବ ଖାଇବାକୁ ଖୁବ ସ୍ୱାଦଯୁକ୍ତ l ଆସାମରେ ଏହି ଚାଷୀ ଜଣକ ଆମ୍ରପଲ୍ଲୀ ଆମ୍ବ ଗଛ ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି l

ଆମ୍ବ ଗଛରୁ ପ୍ରଚୁର ପରିମାଣରେ ଆମ୍ବ ଝଡିଯାଏ । ସେଥିପାଇଁ ଆପଣ ଆମ୍ବ ଗଛରେ ପ୍ରଚୁର ପରିମାଣରେ ଜଳ ଦେବା ଆବଶ୍ୟକ l ଫଳ ଝଡିବା ବନ୍ଦ କରିବା ଏହା ଜରୁରୀ । ଗୋଟିଏ ଲିଟର ପାଣିରେ ଆପଣ ୧୦ ଟୋପା ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରିବା ଦରକାର । ଆମ୍ବ ବଗିଚାର ମଧ୍ୟବର୍ତ୍ତୀ ସ୍ଥାନକୁ ପଡିଆ ନରଖି ଆପଣ ସେଠାରେ ଅମୃତଭଣ୍ଡା, ସପୁରୀ, କଦଳୀ କିମ୍ବା ଅଳ୍ପଦିନିଆ ଫଳଗଛ ଝୁଡୁଙ୍ଗ, ଗୁଆଁର ସିମ୍ବ , ଭେଣ୍ଡି, କଖାରୁ, କାକୁଡି ପ୍ରଭୃତି ପନିପରିବା ଚାଷ କରିପାରିବେ l କୋଳଥ, ବିରି, ମୁଗ ପ୍ରଭୃତି ଡାଲି ଜାତୀୟ ଫସଲ ଚାଷ ମଧ୍ୟ କରାଯାଇପାରିବ ।

DUCK FARMING: ଏହି ଚାଷ ଦେବ ଦ୍ଵିଗୁଣ ଆୟ

Bitter Gourd: ଖରାଦିନିଆ କଲରା ଚାଷ , ଲାଭ ଅଧିକ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)