1. କୃଷି ବିଶ୍ବକୋଷ

Bitter Gourd: ଖରାଦିନିଆ କଲରା ଚାଷ , ଲାଭ ଅଧିକ

ବଡ କଲରା ଅପେକ୍ଷା ଛୋଟ କଲରାରେ ଅଧିକ ଲୌହ ଭିଟାମିନ ରହିଥାଏ .....

Tanushree Mahapatra
Tanushree Mahapatra
bitter gourd farming in summer, image source - pixeles

bitter gourd farming in summer, image source - pixeles

ଖରାଦିନରେ କଲରା ଚାଷ ଅଧିକ ଲାଭ ପ୍ରଦାନ କରେ ଚାଷୀଙ୍କୁ l ଖରାଦିନରେ ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଦରକାର । ତେଣୁ ସମୟ ଅନୁଯାୟୀ କିସମ ଚୟନ କରିବାକୁ ପଡ଼େ ଖରାଦିନିଆ କଲରା ଚାଷ କରୁଥିଲେ । ଖରାଦିନିଆ କସମ ଚୟନ କରିବା ଆବଶ୍ୟକ କାରଣ ଅଧିକ ଖରା ଚାଷ ନଷ୍ଟ କରିଥାଏ ।

ବର୍ତ୍ତମାନ  ଖରାଦିନିଆ ଲତା ଜାତୀୟ ପନିପରିବା ଚାଷ ମଧ୍ୟରେ କଲରା ଏକ ମୁଖ୍ୟ ପରିବା ସାଜିଛି । ବଡ କଲରା ଅପେକ୍ଷା ଛୋଟ କଲରାରେ ଅଧିକ ଲୌହ ଭିଟାମିନ ରହିଥାଏ l ଅନେକ ଔଷଧୀୟ ଗୁଣ ଭରି ରହିଥାଏ ଛୋଟ କଲରାରେ । ମଧୁମେହ ରୋଗୀଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ ହୋଇଥାଏ । ଜଳବାୟୁ ସାଧାରଣତଃ ଶୀତଦିନ ବ୍ୟତୀତ ଖରାଦିନେ ଏବଂ ବର୍ଷାଦିନେ ଅଲଗା ଅଲଗା ରହିଥାଏ । ବାୟୁମଣ୍ଡଳରେ ଉତ୍ତାପ ଅଧିକ ହେବା ଦ୍ଵାରା ଅଣ୍ଡିରା ଫୁଲର ପରିମାଣ ବଢିଯାଏ । ତେଣୁ ଖରାଦିନରେ ଏହି ଚାଷ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼େ l

ପରାଗ ସଙ୍ଗମ ଭଲ ଭାବରେ ହୋଇ ନ ପାରି ଫଳର ଅନୁପାତ ମଧ୍ୟ କମିଯାଏ । ଏଥିପାଇଁ ଭଲ କିସାନ ଚୟନ ଆବଶ୍ୟକ l ଏ ସମସ୍ତ ତଥ୍ୟକୁ ଦୃଷ୍ଟିରେ ରଖି ୩୦-୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହୁଥିବା ସ୍ଥାନରେ କଲରା ଚାଷ କଲେ ଭଲ ହେବ । ମୁଖ୍ୟତଃ ନିଗିଡା, ବାଲିଆ, ଦୋରସା ମାଟି ଯେଉଁଥରେ ଅମ୍ଳତା ୬.୫ରୁ ୭.୦ ରେ ରହିଥିବା ସେଥିରେ କଲରା ଚାଷ ଭଲ ଭାବରେ ହୋଇପାରେ । ତେଣୁ ସମୟ ଅନୁଯାୟୀ କିସମ ଚୟନ ଅର୍ଥାତ୍ ଖରାଦିନିଆ କଲରା ଚାଷ କରୁଥିଲେ ଖରାଦିନିଆ କିସମ ଚୟନ ଆବଶ୍ୟକ । ବିଭିନ୍ନ ପ୍ରକାର କିସମ ରହିଛି ଯାହା ଖରାଦିନରେ ଭଲ ଉତ୍ପାଦନ ଦିଏ l

ମଞ୍ଜି ଲଗାଇବା ସମୟରେ କ’ଣ ଆବଶ୍ୟକ

ସାଧାରଣତଃ ହେକ୍ଟର ପିଛା ୫ ରୁ ୬ କେ.ଜି. ଏବଂ ଏକରେ ଚାଷ କରୁଥିଲେ ୧.୫ରୁ ୨ କେ.ଜି. ମଞ୍ଜି ଆବଶ୍ୟକ ହୋଇଥାଏ ଚାଷକାର୍ଯ୍ୟ ପାଇଁ। ମଞ୍ଜିକୁ ମୁଖ୍ୟ ଜମିରେ ଲଗାଇବା ପୂର୍ବରୁ ବିଶୋଧନ କରନ୍ତୁ ଏବଂ ଜମାରୁ ଭୁଲନ୍ତୁ ନାହିଁ ଏହି କାମ । ଏକ କେ.ଜି. ମଞ୍ଜିକୁ ପ୍ରୟତଃ ୨ ଗ୍ରାମର କାପଟାନ କିମ୍ବା ଅରାମ ସହ ବିଶୋଧନ କରନ୍ତୁ । ମଞ୍ଜିରୁ ଶୀଘ୍ର ଗଜା ବାହାର କରି ଲାଗି ଚାହୁଁଥିଲେ ମଞ୍ଜିକୁ ୨୦ ରୁ ୨୪ ଘଣ୍ଟା ପାଣିରେ ବଡୁରାଇ ରଖନ୍ତୁ l ଗୋଟେ ଓଦା କପଡାରେ ବାନ୍ଧି ରଖିବା ଦ୍ଵାରା ମଞ୍ଜି ଶୀଘ୍ର ଅଙ୍କୁରୋଦଗମ ହୋଇଥାଏ । ଯେହେତୁ ଖରାଦିନେ ଚାଷ କରିବାକୁ ଇଛା ରଖିଛନ୍ତି ତେବେ ସେଥିପାଇଁ ଜାନୁୟାରୀ ଶେଷରୁ ମାର୍ଚ୍ଚର ଶେଷ ମଞ୍ଜି ଲଗାଇବା ପାଇଁ ପ୍ରକୃଷ୍ଟ ସମୟ ହୋଇଥାଏ । ଏହି ସମୟ ଉତ୍ତମ ଖରାଦିନ କଲରା ଚାଷ ପାଇଁ l

ମଞ୍ଜି ଲଗାଇବାର ୧୦ ଦିନ ମଧ୍ୟରେ ଖାଲି ଥିବା ସ୍ଥାନ ପୂରଣ କରନ୍ତୁ କିମ୍ବା ମନ୍ଦା ଲଗାନ୍ତୁ ଯାହା ଲତା ବଢ଼ିବାରେ ସାହାଯ୍ୟ କରିବ । ମନ୍ଦା ପିଛା ୨ ରୁ ୩ଟି ଗଛ ରଖନ୍ତୁ, ବାକି ସବୁ ଗଛ ଉପାଡି ଦିଅନ୍ତୁ । କାରଣ ଅଣ୍ଡିରା ଫୁଲର ପରିମାଣ ଅଧିକ ହେବା ଦ୍ଵାରା ଫଳର ପରିମାଣ କମିଯାଏ । ଏସବୁକୁ ଦୃଷ୍ଟିରେ ରଖି ଚାରା ୨-୩ ପତ୍ର ହୋଇଥିବା ବେଳେ ଆପଣ ପ୍ରତି ୬ ଦିନ ବ୍ୟବଧାନରେ ୨ ଥର ମାଲିକ୍ ହାଇଡ୍ରାଜାଇଡ ୧ ଗ୍ରାମକୁ ୫ ଲିଟର ପାଣିରେ ମିଶାଇ କରିବା ଆବଶ୍ୟକ l ମାଈ ଫୁଲର ପରିମାଣ ଅଧିକ ହେବା ସଙ୍ଗେ ସଙ୍ଗେ ଫଳର ପରିମାଣ ମଧ୍ୟ ବଢିଥାଏ । ଏହା ଧ୍ୟାନ ରଖିବା ଆବଶ୍ୟକ l

ରୋଗ ଓ ପୋକ ଆକ୍ରାନ୍ତରୁ ରକ୍ଷା କରିବେ କିପରି

-ଯଦିଓ କଲରା ଗଛକୁ ବେଶି ପରିମାଣରେ ରୋଗ ଓ ପୋକ ଆକ୍ରାନ୍ତ କରନ୍ତି l ରୋଗ ହିସାବରେ ପାଉଁଶିଆ ରୋଗ ଏବଂ ପତ୍ର ମୋଡାର ପ୍ରାଦୁର୍ଭାବ ଅଧିକ ଦେଖାଦିଏ । ତେବେ ନିକଟରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ସହିତ ଆଲୋଚନା କରିବା ଆବଶ୍ୟକ l

-ପାଉଁଶିଆ ରୋଗ ପାଇଁ ଆପଣ ୱେଟ ବୁଲ ସଲଫରକୁ ୨ ଗ୍ରାମ, ୧ ଲି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

-ପତ୍ର ମୋଡା ରୋଗ ହେଲେ ଇମିଡାକ୍ଳୋପ୍ରିଡ ୦.୫ ମି.ଲି. କୁ ୧ ଲି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

-ଫଳ ମାଛିର ଦମନ ଲାଗି ସାଇପରମେଥିରିନ ୧ମି.ଲି.+ ଗୁଡ ୧୦ ଗ୍ରାମ ଏବଂ ୧ ଲି. ପାଣିରେ ମିଶାଇ ସିଞ୍ଚନ କଲେ। ଫଳ ମାଛିକୁ ନିୟନ୍ତ୍ରଣ କରାଯାଇପାରିବ ।

-ନାଲି କଖାରୁ ପୋକର ଦମନ ସକାଶେ ଆପଣ ଟ୍ରାଇସାଇକ୍ଲାଭୋଲ୍  ୨ ମି.ଲି. + ନିମ୍ବତେଲ ୫ ମି.ଲି. ୧ ଲିଟର ପାଣିରେ ମିଶାଇ ଗଛକୁ ବୁଡାଇ ସିଞ୍ଚନ କରନ୍ତୁ ।

ଅମଳ ସମୟ

ମଞ୍ଜି ଲଗାଇବାର ପ୍ରାୟତଃ ୫୦ ରୁ ୬୦ ଦିନରେ କଲରା ଅମଳ ଉପଯୋଗୀ ହୋଇଥାଏ । ଧ୍ୟାନ ରଖିବା ଉଚିତ ଯେ କଞ୍ଚା ଅବସ୍ଥାରେ କଲରାକୁ ହାତରେ ନ ଛିଣ୍ଡାଇ ଉନ୍ନତମାନର ଦାଆ ସାହାଯ୍ୟରେ କାଟନ୍ତୁ । ଏକର ପିଛା ୪୦ ରୁ ୫୦ କୁଇଣ୍ଟାଲ ମିଳିବା ସଙ୍ଗେ ସଙ୍ଗେ ହେକ୍ଟର ପିଛା ୮ ରୁ ୧୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ ଖରାଦିନିଆ କଲରା ଚାଷରେ ।

Farmer Registration Start: ମେ ପହିଲାରୁ ଧାନ ସଂଗ୍ରହ ନୋଟିସ

Hybrid Chilli Varieties: ୩ କିସମର ହାଇବ୍ରିଡ ଲଙ୍କା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments