
profitable indem variety maize farming , image source - pexels
ମକା ଚାଷ ଓଡିଶାର ବିଭିନ୍ନ ଜିଲ୍ଲାରେ ଚାଷ କରାଯାଉଛି l ବିଭିନ୍ନ କିସମ ମକା ଚାଷ କରି ଚାଷୀ ମଧ୍ୟ ଭଲ ଲାଭ ପାଉଛନ୍ତି l ଅନ୍ୟପଟେ ମକା ଚାଷ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ କୃଷି ବିଭାଗ ଉତ୍ପାଦକ ଗୋଷ୍ଠୀ ସହିତ ବିଭିନ୍ନ ଉତ୍ପାଦକ କମ୍ପାନୀ ମାଧ୍ୟମରେ ଚାଷୀଙ୍କ ପାଇଁ ମକା କ୍ଲଷ୍ଟରର ପ୍ରଚାର ଏବଂ ପ୍ରସାର କାର୍ଯ୍ୟ କରାଯାଉଛି । ମକା ଚାଷ କରିବା ପାଇଁ ନିଗିଡା, ବାଲିଆ, ଦୋରସା ଓ ପଟୁମାଟି ଆବଶ୍ୟକ। ମକା ଚାଷ ଶୀତ, ବର୍ଷା ଏବଂ ଖରାଦିନେ କରାଯାଇପାରେ। କିନ୍ତୁ, ଶୀତ ଓ ଖରାଦିନେ ମକା ଚାଷ ପାଇଁ ଜଳସେଚନ ଜରୁରୀ ହୋଇଥାଏ। ଚାଷୀ ଭଲ ଅମଳ ପାଇବା ପାଇଁ ବିହନ ବୁଣିବା ପୂର୍ବରୁ ବିହନର ଗଜା ଶକ୍ତି ପରୀକ୍ଷା କରିବା ଦରକାର।
ନିକଟରେ କୃଷି ଜାଗରଣ ଜଣେ ସଫଳ ମକା ଚାଷୀଙ୍କର ସ୍ୱତନ୍ତ୍ର ସାକ୍ଷାତକାର ନେଇଥିଲା l ଚାଷୀ ଜଣକ ବିଭିନ୍ନ ପ୍ରକାର ଚାଷକାର୍ଯ୍ୟ କରୁଛନ୍ତି l ବର୍ଷସାରା ବିଭିନ୍ନ ପ୍ରକାର ଚାଷକାର୍ଯ୍ୟ କରୁଛନ୍ତି ସେ l ଚାଷୀଙ୍କ ନାମ ହେଉଛି ଗୋପାଳ ଚନ୍ଦ୍ର ସିଂ l ସୁନ୍ଦରଗଡ଼ ଜିଲ୍ଲା, ଜଲଡା ପଂଚାୟତରେ ତାଙ୍କ ବାସଗୃହ l ନିଜ ଚାଷ ଜମିରେ ସେ ଏକ ଭଲ ଅମଳ ପ୍ରଦାନ କରୁଥିବା ମକାର ଉନ୍ନତ କିସମ ଚାଷ କରିଛନ୍ତି l ମକା ଚାଷ କରୁଥିବା ଜମିରେ ସେ ମକା ଗଛ ସହିତ ସାରୁ ମଧ୍ୟ ଚାଷ କରିଛନ୍ତି l ମିକ୍ସ କ୍ରପ ଚାଷ ତାଙ୍କୁ ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ପ୍ରଦାନ କରୁଛି l
କୃଷି ଜାଗରଣକୁ ସେ ନିଜ ସାକ୍ଷାତକାରରେ କିପରି ଚାଷ କରୁଛନ୍ତି , କିପରି ବଜାର ସହ ତାଙ୍କୁ ଭଲ ଅମଳ ମିଳୁଛି ସେ ବିଷୟରେ ଆଲୋଚନା କରିଥିଲେ l ଇଣ୍ଡମ କିସମ ମକା ଯାହାକି ଏକ ହାଇବ୍ରିଡ଼ କିସମ l ଜୁଲାଇ ମାସରେ ଏହି ମକା ସେ ଲଗାଇଥିଲେ l ଯାହାକି ସେପ୍ଟେମ୍ବର ମାସରେ ଅମଳ କରିବାକୁ ପ୍ରସ୍ତୁତ ହୋଇସାରିଛି l ଅଧା କିଲୋଗ୍ରାମ ମକା ବିହନ ତାଙ୍କୁ ୨ ରୁ ୩ କ୍ୱିଣ୍ଟାଲ ଅମଳ ପ୍ରଦାନ କରୁଛି l ବିହନ ବୁଣିବା ପୂର୍ବରୁ ମାଟିକୁ ୩ ରୁ ୪ ଥର ହଳ କରିବା ସହିତ ଗୋବର ଖତ ମିଶାଇଥିଲେ l ପ୍ରାକୃତିକ ପ୍ରଣାଳୀରେ ମାଟି ପ୍ରସ୍ତୁତ କରିଥିଲେ ମକା ବିହନ ବୁଣିବା ଆଗରୁ l
ଗୋମୂତ୍ର ଏବଂ ନିମ୍ବ ପତ୍ର ସାହାଯ୍ୟରେ ବିହନ ବିଶୋଧନ କରିଥିଲେ l ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ବିହନ ବିଶୋଧନ କରୁଛନ୍ତି ଯେପରି ମକାରେ ରୋଗପୋକ ଦେଖାଯିବା ସମ୍ଭାବନା ସ୍ୱଳ୍ପ ରହିବ l ମକା ଗଛକୁ ଗଛ ୨ ଫୁଟ ବ୍ୟବଧାନରେ ରୋପଣ କରାଯାଇଛି l ମକା ଗଛ ମଧ୍ୟରେ ସାରୁ ଚାଷ କରିବା ମୁଖ୍ୟ କାରଣ ହେଉଛି ମକା ଗଛ ଗୁଡ଼ିକ ସିଧା ସିଧା ହୋଇ ରହିବ l ଅନ୍ୟପଟେ ସାରୁ ଚାଷରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ l ପ୍ରାକୃତିକ ପ୍ରଣାଳୀରେ ଚାଷ କରିବା ପରେ ଉତ୍ପାଦିତ ମକା ସ୍ୱାଦଯୁକ୍ତ ହେବା ସହିତ ଭଲ ଅମଳ ଦେଉଛି l ରୋଗପୋକ ନ ହେବା ପାଇଁ କରଞ୍ଜ ପତ୍ର , ନିମ୍ବ ପତ୍ର ସହ ଗୋମୂତ୍ର ମିଶାଇ ସ୍ପ୍ରେ କରୁଛନ୍ତି l ସାର ଭାବେ କମ୍ପୋଷ୍ଟ ବ୍ୟବହାର କରୁଛନ୍ତି l ସ୍ଥାନୀୟ କୃଷି ବିଭାଗ ସହ , କୃଷି ବିଜ୍ଞାନ କେନ୍ଦ୍ରର ସାହାଯ୍ୟ ମଧ୍ୟ ମିଳିପାରୁଛି ତାଙ୍କୁ l ବଜାରକୁ ନଜରରେ ରଖି ଚାଷ ପରିବର୍ତ୍ତନ କରୁଥିବା ଉତ୍ପାଦିତ ଅମଳ ଉଚ୍ଚ ଦର ପାଇ ପାରୁଛି l ତାଙ୍କୁ ଦେଖି ଅନ୍ୟ ଚାଷୀ ମଧ୍ୟ ମକା ଚାଷ କରିବାକୁ ଉତ୍ସାହିତ ହେଉଛନ୍ତି l
Read more:
Share your comments