1. ସଫଳ କାହାଣୀ

ପେଷାରେ ଶିକ୍ଷକ, ନିସାରେ ସଫଳ ଚାଷୀ

ପୋଟଳ , ବାଇଗଣ , କୁନ୍ଦୁରି , ଅମୃତ ଭଣ୍ଡା , ଟମାଟୋ , କଦଳୀ , ଲଙ୍କା , ପଣସ , ବାର ମାସି ସଜନା ଛୁଇଁ, ବନ୍ଧାକୋବି , ଫୁଲ କୋବି , ଓଲ ଚାଷ , ମୂଳା ,ଭେଣ୍ଡି, ଆମ୍ବ ଚାଷ କରନ୍ତି l ଏହି ସମସ୍ତ ଚାଷ ତାଙ୍କୁ ବର୍ଷସାରା ଭଲ ରୋଜଗାର ଦେଇଥାଏ l ଋତୁ ଅନୁଯାୟୀ ଚାଷ କରିବାକୁ ଗୁରୁତ୍ତ୍ଵ ଦିଅନ୍ତି ସେ l

Tanushree Mahapatra
Tanushree Mahapatra
progressive farmer achuyta nanda sahu

progressive farmer achuyta nanda sahu

ପେଷା ନିସା ଭିତରେ ଅନେକ ପାର୍ଥକ୍ଯ ରହିଛି । ମଣିଷ ନିଜର ପେଷାକୁ ଯେମିତି ଗୁରୁତ୍ବ ଦିଏ ସେହିପରି ନିଶାକୁ ଗୁରୁତ୍ବ ଦେଇଥାଏ । ଯାହାର ଅନେକ କ୍ଷେତ୍ରରେ ନଜିର୍ ମଧ୍ୟ ରହିଛି । ନିକଟରେ ଜଣେ ଏପରି ଶିକ୍ଷକଙ୍କ ର କୃଷି ଜାଗରଣ ସ୍ୱତନ୍ତ୍ର ସାକ୍ଷାତକାର ନେଇଥିଲା ଯିଏକି ଶିକ୍ଷକତା କରିବା ସହ ଚାଷ କାମ କରୁଛନ୍ତି l ଚାଷ କାମରେ ତାଙ୍କୁ ଅନେକ ଖୁସି ମିଳେ । ତା' ସହ ତାଙ୍କ ଜମିରେ କାମ କରୁଥିବା କିଛି ଲୋକଙ୍କ ପରିବାର ମଧ୍ୟ ଚଳୁଛି ତାଙ୍କ ଅବଦାନରୁ । କାରଣ କିଛି ଲୋକ ପରିବା ନେଇ ମାର୍କେଟରେ ବିକି ଦୁଇ ପଇସା ରୋଜଗାର କରୁଛନ୍ତି l ଆଜିକୁ ୨୫ ବର୍ଷ ହେବ ସେ ନିଜକୁ ଚାଷକାମ ସହିତ ଜଡ଼ିତ ରଖିଛନ୍ତି l ଶିକ୍ଷକତା ପରେ ବଳକା ସମୟ ନିଜ ଚାଷଜମିକୁ ଦିଅନ୍ତି l

 

ଯାହାଙ୍କ ବିଷୟରେ ଆମେ ଆଲୋଚନା କରୁଛୁ ତାଙ୍କ ନାମ ହେଉଛି ଅଚ୍ୟୁତା ନନ୍ଦ ସାହୁ , ଖଇରା ବ୍ଲକ, ବାଲେଶ୍ୱର ଜିଲ୍ଲାର ବାସିନ୍ଦା ସେ l ୧୯୯୬ରୁ ଶିକ୍ଷକତା ଆରମ୍ଭ କରିବା ସହିତ ପିଲାବେଳୁ ନିଜକୁ ଚାଷକାମରେ ସାମିଲ କରିଛନ୍ତି l ପୋଟଳ , ବାଇଗଣ , କୁନ୍ଦୁରି , ଅମୃତ ଭଣ୍ଡା , ଟମାଟୋ , କଦଳୀ , ଲଙ୍କା , ପଣସ , ବାର ମାସି ସଜନା ଛୁଇଁ, ବନ୍ଧାକୋବି , ଫୁଲ କୋବି , ଓଲ ଚାଷ , ମୂଳା ,ଭେଣ୍ଡି, ଆମ୍ବ ଚାଷ କରନ୍ତି  l ଏହି ସମସ୍ତ ଚାଷ ତାଙ୍କୁ ବର୍ଷସାରା ଭଲ ରୋଜଗାର ଦେଇଥାଏ l ଋତୁ ଅନୁଯାୟୀ ଚାଷ କରିବାକୁ ଗୁରୁତ୍ତ୍ଵ ଦିଅନ୍ତି ସେ l

ସର୍ବମୋଟ ୩୬ ଡେସିମିଲ ଜମିରେ ସେ ଚାଷ କରନ୍ତି l ୧୬ ଡେସିମିଲ ଜମିରେ ପୋଟଳ ଚାଷ , ୧୦ ଡେସିମିଲ ଜମିରେ ବାଇଗଣ ଚାଷ , ସ୍ଥାୟୀ ଜମିରେ ଅମୃତ ଭଣ୍ଡା , କଦଳୀ , ଲଙ୍କା ଭଳି ଅନ୍ୟାନ୍ୟ ପନିପରିବା ଚାଷ କରନ୍ତି l ବାଇଗଣ ପଲେଇ ଆମ୍ବ ଯାହା ତାଙ୍କୁ ଗ୍ରୀଷ୍ମରେ ଭଲ ଦୁଇ ପଇସା ଦେଇଥାଏ l ୧୨ ମାସ ସଜନା ଛୁଇଁ ଗଛ ତାଙ୍କୁ ବର୍ଷକୁ ୨ ଥର ଅମଳ ପ୍ରଦାନ କରେ l

ବର୍ଷା ଋତୁରେ ଭଲ ଅମଳ ହୋଇନଥାଏ ଜମିରେ ପାଣି ଅଧିକ ହେଉଥିବାରୁ l ଗ୍ରୀଷ୍ମ ଋତୁରେ ଏବଂ ଶୀତ ଦିନରେ ଅମଳ ଭଲ ହୋଇଥାଏ ପନିପରିବା l ବାଇଗଣ ୨ ପ୍ରକାର ଚାଷ କରିଛନ୍ତି ଯଥା ,ଲମ୍ବା ଏବଂ ଗୋଲ ଆକାରର l ସେ କହିଛନ୍ତି, " ମଲଚିଙ୍ଗ ବ୍ୟବସ୍ଥାରେ ଚାଷ କରିଛି ବାଇଗଣ l ଏହା ଏକ ଆଧୁନିକ ପ୍ରଣାଳୀ l ବର୍ଷା ଋତୁ ପାଇଁ ମଲଚିଙ୍ଗ ବ୍ୟବସ୍ଥାରେ ବାଇଗଣ ଚାଷ କରୁଛି l ମଲଚିଙ୍ଗ ବ୍ୟବସ୍ଥାରେ ଅଧିକ ଅମଳ ମିଳିଥାଏ ଏବଂ ଘାସ ମଧ୍ୟ ଅଧିକ ହୋଇ ନ ଥାଏ l " ଚାଷ ଜମିରେ ଜୈବିକ ସାର , ଗୋବର ଖତ , କମ୍ପୋଷ୍ଟ ଅଧିକ ଦେବା ଉପରେ ଗୁରୁତ୍ତ୍ଵ ପ୍ରଦାନ କରୁଛି l ଗଛ ଅଳ୍ପ ଲାଗିଲେ ମଧ୍ୟ ଅଧିକ ଅମଳ ମିଳିବ ମଲଚିଙ୍ଗ ବ୍ୟବସ୍ଥାରେ l ବିଷ ସହ ସାର ପକାଇବା ମଧ୍ୟ ସହଜ ଏହି ପ୍ରଣାଳୀରେ l  ୯୦ ଦିନରେ ଅମଳ ଦେବ ଏହି ବାଇଗଣ l ମଲଚିଙ୍ଗ ବ୍ୟବସ୍ଥାରେ ପାଣି ଜମିବାର ଭୟ ମଧ୍ୟ ରହି ନଥାଏ ଏହି l

ଓଲ ମଧ୍ୟ ଭଲ ଅମଳ ଦେଇ ପାରିବ ଚାଷୀଙ୍କୁ l ସାତପେତେରି ଭେଣ୍ଡି କିସମ ଲାଗିଛି ତା' ସହିତ ଦେଶୀ ଭେଣ୍ଡି ଚାଷ କରିଛି l ସାତପେତେରି ଭେଣ୍ଡି ଅମଳ ଅଧିକ ଦେବ , ବର୍ଷାରେ ନାଲି ପଡିବ ନାହିଁ , ରୋଗ ମଧ୍ୟ ହେବ ନାହିଁ , ମଉଳିବ ନାହିଁ ଫଳ l ଚଳିତ ବର୍ଷ ପୋଟଳ ଚାଷରେ ଲାଭ ଅଧିକ ପାଇଥିଲି l

ତାଙ୍କ କହିବା ଅନୁଯାୟୀ ଯଦି ଜଣେ ଚାଷୀ ସଠିକ ପ୍ରଣାଳୀରେ ପୋଟଳ ଚାଷ କରେ ତେବେ ସେ ଭଲ ଅମଳ ପାଇପାରିବ l ଚାଷୀ ଚେଷ୍ଟା କରନ୍ତୁ ନିଜ ଚାଷଜମିରେ ଅଧିକ ଜୈବିକ ସାର ବ୍ୟବହାର କରିବା ପାଇଁ l ନିକଟରେ ମୁଁ ୮ କ୍ୱିଣ୍ଟାଲ ପୋଟଳ ବିକ୍ରି କରିଛି ମାତ୍ର ୧୬ ଡେସିମିଲ ଜମିରୁ l  ଅଳ୍ପ ଖର୍ଚ୍ଚରେ ଲାଭ ଭଲ ମିଳୁଛି l ନିଜ ଜମିରେ ନିଜ କାମ କରିବାକୁ ଅଧିକ ଭଲ ଲାଗେ ମତେ ସେଥିପାଇଁ ଶ୍ରମ ଖର୍ଚ୍ଚ ନାହିଁ l

ଚାଷଜମି ଧାରରେ ୨୦ ଟି ଅମୃତ ଭଣ୍ଡା ଗଛ ଲଗାଇଛନ୍ତି ଯାହା ପ୍ରତି ଗଛ ୫୦ କେଜି ପର୍ଯ୍ୟନ୍ତ ଅମଳ ଦେଉଛି l ୩ ମାସରେ ଅମଳ ଦେଉଛି ଅମୃତ ଭଣ୍ଡା l ସେହିପରି କଞ୍ଚା କଦଳୀ ଓ ପାଚିଲା କଦଳୀ କିସମ ଚାଷ କରିଛନ୍ତି l କଞ୍ଚା କଦଳୀ କାନ୍ଦିରେ ୧୫୦/୨୦୦ ରୁ କଦଳୀ ରହୁଛି ଏବଂ ପାଚିଲା କଦଳୀ  ୨୧୦ ରୁ ୨୩୦ ପର୍ଯ୍ୟନ୍ତ କଦଳୀ ରହୁଛି l ଅନ୍ୟପଟେ ସେ କହିଥିଲେ " ବାଡି଼ରେ ପୋଇ ଏକ ଉନ୍ନତ କିସମର ଲାଗିଛି ଯାହାକୁ ଯେତିକି କଟାଯିବ ସେ ସେତିକି ବଢ଼ିବ l ୭ କ୍ୱିଣ୍ଟାଲ ପୋଇ ବିକ୍ରି କରିଛି ଚଳିତ ବର୍ଷ l ପ୍ରତି ଗଛ ୨୫ ରୁ ୩୦ କେଜି ଅମଳ ଦେବା l ଏହା ଖାଇବାକୁ ମଧ୍ୟ ଖୁବ ସ୍ୱାଦଯୁକ୍ତ l" ଚାଷୀଙ୍କୁ କହିବି ପ୍ରତ୍ୟେକ ଚାଷରେ ଲାଭ ରହିଛି କିନ୍ତୁ ଚାଷ ପରିବର୍ତ୍ତନ କରନ୍ତୁ ଏବଂ ଚାଷ ସହ ପରିଶ୍ରମ କରିବାକୁ ଘୃଣା କରନ୍ତୁ ନାହିଁ l ତେବେ ଯାଇ ଜଣେ ସଫଳ ଚାଷୀ ହୋଇପାରିବେ l

Read more:

ବ୍ରାଜିଲରେ ଭାରତୀୟ ଅଭିନବ କୃଷି ଭବିଷ୍ୟତ ପାଇଁ ବିଶେଷ ଆଲୋଚନା !

ମନରେଗା ଯୋଜନାକୁ ସୁଦୃଢ଼ କରିବା ପାଇଁ ବିଚାର ବିମର୍ଶ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ