1. ସଫଳ କାହାଣୀ

Profitable Farming: ପ୍ରଗତିଶୀଳ ଚାଷୀ ରାମସାୟ ମାର୍କମ୍

ଛତିଶଗଡ଼ର ଏହି ଚାଷୀ ବର୍ଷକୁ ମୁନାଫା ପାଉଛନ୍ତି ୧୮ ଲକ୍ଷ , ମାସକୁ ୧ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ମାତ୍ର ୫୦ ହଜାର ଟଙ୍କା ଖର୍ଚ୍ଚ କରି...

Tanushree Mahapatra
Tanushree Mahapatra
Progressive Farmer of chhatisgarh

Progressive Farmer of chhatisgarh

ଗୋଲାପ ଚାଷ କରି ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଦୁଇ ଦମ୍ପତି l ଚାଷରେ ଆଜି ସଫଳତା ହାସଲ କରିଛନ୍ତି ନିଜ ଚେଷ୍ଟା ଓ ଦୃଢ଼ ମନବଳ ପାଇଁ l ଚାଷକୁ ପେସା କରିଛନ୍ତି ଦୁହେଁ l ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦୁହେଁ l ଆଜି ଏହି ଆର୍ଟିକଲରେ ଆମେ ଜଣେ ସଫଳ ଗୋଲାପ ଚାଷୀଙ୍କ ବିଷୟରେ ଆଲୋଚନା କରିଛୁ l

ଯାହାଙ୍କ ସାକ୍ଷାତକାର ନେଇଥିଲା କୃଷି ଜାଗରଣ ଟିମ l ବିଗତ କିଛି ଦିନ ହେବ ଚାଷକାମରେ ଦ୍ରୁତ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି l ଅନେକ ନୂତନ କୌଶଳ ବ୍ୟବହାର କରି ଚାଷ କରୁଛନ୍ତି ଚାଷୀ l ଏହି ଦୁଇ ଦମ୍ପତି ଛତିଶଗଡର ଏକ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଚାଷ କରି ଆଜି ପ୍ରଗତିଶୀଳ ପାଲଟିଛନ୍ତି ରାମସାଇ ମାର୍କମ୍ l ଗତ କିଛି ବର୍ଷ ହେବ ସେ ୧ ଏକର ଜମିରେ ପଲି ହାଉସ ମାଧ୍ୟମରେ ଗୋଲାପ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି l ପ୍ରତିମାସ ଏହି ଗୋଲାପ ଚାଷ ତାଙ୍କୁ ୧ ଲକ୍ଷ ଟଙ୍କା ଲାଭ ପ୍ରଦାନ କରୁଛି l କାରଣ ଗୋଲାପ ଏପରି ଏକ ଫୁଲ ଚାଷ ଯାହାର ଚାହିଦା ବଜାରରେ ଅଧିକ ରହିଥାଏ ସର୍ବଦା l

ସ୍ୱତନ୍ତ୍ର ସାକ୍ଷାତକାରରେ କୃଷି ଜାଗରଣକୁ ସେ କହିଥିଲେ ବିଗତ ୩ ବର୍ଷ ହେବ ସେ ପଲି ହାଉସ ମାଧ୍ୟମରେ ଗୋଲାପ ଚାଷ କରୁଛନ୍ତି l ତାଙ୍କ ପତ୍ନୀ ସୁନୀତା ମାର୍କମ୍ ମଧ୍ୟ ସାହାଯ୍ୟ କରୁଛନ୍ତି ତାଙ୍କୁ ଏହି କାମରେ । ଗୋଲାପ ଚାଷ ଚାଷିଂକ ପାଇଁ ଲାଭପ୍ରଦ ଚାଷ ହୋଇପାରେ ବୋଲି ସେ  ସେ କହିଛନ୍ତି l ଡଚ ଗୋଲାପ ଚାଷ କରିଛନ୍ତି ସେ l ସେ କହିଛନ୍ତି ଯେ ଦେଶରେ ବିଭିନ୍ନ ସ୍ଥାନରେ ଚାଷୀ ଅନ୍ୟାନ୍ୟ ପ୍ରକାର ଗୋଲାପ ଚାଷ କରୁଛନ୍ତି l କିନ୍ତୁ ଏହି ଭେରାଇଟି ଗୋଲାପ ତାଙ୍କୁ ଅଧିକ ଲାଭ ପ୍ରଦାନ କରିଥିବାରୁ ସେ ଏହାର ଚାଷ ଜାରି ରଖିଛନ୍ତି l ଏହି ଚାଷରେ ବ୍ୟବହାର ହେଉଥିବା ସୋଲାର ପମ୍ପ ଏବଂ ଇରିଗେସନ ସିଷ୍ଟମ ପାଇଁ ତାଙ୍କୁ ଜାତୀୟ ଉଦ୍ୟାନ କୃଷି ବୋର୍ଡ ପକ୍ଷରୁ ୫୦ ପ୍ରତିଶତ ସବ୍ସିଡି ପ୍ରଦାନ କରାଯାଇଛି ଋଣ ଉପରେ l କୋଣ୍ଡାଗାଓଁ କୃଷି ବିଜ୍ଞାନ କେନ୍ଦ୍ର ଏଥିରେ ତାଙ୍କୁ ସହାୟତା ପ୍ରଦାନ କରିଛନ୍ତି l

ଏକ ପଲିହାଉସ୍ ପ୍ରତିଷ୍ଠା କରିବା ପାଇଁ ୬୦ ଲକ୍ଷ ଟଙ୍କା ଆବଶ୍ୟକ ହୋଇଥାଏ l ୨୬ ଲକ୍ଷ ଟଙ୍କା ଜାତୀୟ ଉଦ୍ୟାନ କୃଷି ବୋର୍ଡ ଦ୍ୱାରା ସବସିଡି ମିଳିଛି ତାଙ୍କୁ l ପ୍ରସ୍ତୁତ ହୋଇଥିବା ଏହି ପଲି ହାଉସ ପ୍ରାୟତଃ ୧୦ବର୍ଷ ପର୍ଯ୍ୟନ୍ତ ରହିପାରେ l କେବଳ ଉପର ସେଡ କୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ ଚାଷୀଙ୍କୁ l ଏହା ମାଧ୍ୟମରେ ଚାଷୀଙ୍କୁ ୯୦ ଦିନରେ ଅମଳ ମିଳିଥାଏ l ପ୍ରାୟତଃ ୫ ବର୍ଷ ପର୍ଯ୍ୟନ୍ତ ଏହା ଅମଳ ପ୍ରଦାନ କରେ l ୫୦ ହଜାର ଖର୍ଚ୍ଚ ହୋଇଥିବା ଚାରାରେ ୧ ଲକ୍ଷରୁ ଅଧିକ ଟଙ୍କା ଲାଭ ମିଳିଥାଏ l ଯାହାକି ବର୍ଷକୁ ୧୮ ଲକ୍ଷ ଟଙ୍କା ପ୍ରଦାନ କରିଥାଏ l ତେବେ ଆପଣ ମଧ୍ୟ ଏହି ଚାଷକାମ କରି ମୁନାଫା କମାଇ ପାରିବେ l

ଅଧିକ ପଢ଼ନ୍ତୁ

Salai Arun: ଜୈବିକ ଚାଷର ପ୍ରେରଣାଦାୟକ କାହାଣୀ

ମହିନ୍ଦ୍ରା ଟ୍ରାକ୍ଟର ସହିତ ପାରସ୍ ରାମ ଯାଦବଙ୍କ ସଫଳତାର କାହାଣୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ