1. ସଫଳ କାହାଣୀ

ମୁକେଶ ଚନ୍ଦ୍ରକାର: ପାମ ଅଏଲ ଓ କୋକଆ ଚାଷ ଦେଉଛି ଅଧିକ ଲାଭ !

youtube ଶିଖାଇଛି ଚାଷ ପ୍ରଣାଳୀ l ୭୭ ଏକର ର ରହିଛି ଚାଷ ଜମି l ବର୍ଷକୁ ରୋଜଗାର ୨ କୋଟି l ଚାଷ ପାଇଁ ପାଇଛନ୍ତି ସରକାରୀ ସବସିଡି l ଚାଷ କରିବାକୁ ହେଲେ ଆବଶ୍ୟକ ମନୋବଳ l

Tanushree Mahapatra
Tanushree Mahapatra
progressive farmer of nupada

progressive farmer of nupada

ଚାଷ କାମ କରି ବର୍ତ୍ତମାନ ଅଧିକ ଲୋକ ଅର୍ଥ ରୋଜଗାର କରୁଛନ୍ତି l କେବଳ ଧାନ ନୁହେଁ ଧାନ ଚାଷ ସହିତ ପନିପରିବା , ଫଳ ଏବଂ ଅନ୍ୟାନ୍ୟ ଶସ୍ୟ ଜାତୀୟ ଚାଷ ମଧ୍ୟ କରୁଛନ୍ତି l ଅନେକ କ୍ଷେତ୍ରରେ ମହିଳା ମଧ୍ୟ ଚାଷ କାମକୁ ବ୍ୟବସାୟରେ ପରିଣତ କରୁଥିବାର ଦେଖିବାକୁ ମିଳୁଛି l ମହିଳାଙ୍କ ଆର୍ଥିକ କ୍ଷେତ୍ରକୁ ଏହା ସଶକ୍ତ ମଧ୍ୟ କରୁଛି l ବିଭିନ୍ନ ଚାଷୀ ରାସାୟନିକ ସାର ଅପେକ୍ଷା ଜୈବିକ ଚାଷ ଓ ପ୍ରାକୃତିକ ପ୍ରଣାଳୀରେ ଚାଷ କରିବାକୁ ଅଧିକ ଭଲ ପାଉଛନ୍ତି l

ନିକଟରେ କୃଷି ଜାଗରଣ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ଆୟୋଜିତ କରିଥିଲା ଯାହାର ମୁଖ୍ୟ ପ୍ରାୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟର l ଏହି କାର୍ଯ୍ୟକ୍ରମର ସହ ସଂଯୋଜକ ରହିଥିଲା ICAR l ଓଡ଼ିଶା ରୁ ବିଭିନ୍ନ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିବାବେଳେ ମୁକେଶ ଚନ୍ଦ୍ରକାର ଯିଏକି ନୂଆପଡା ଜିଲ୍ଲାରୁ ଜିଲ୍ଲାସ୍ତରୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ l  ତେବେ ସେ ଆମ କୃଷି ଜାଗରଣ ଟିମ କୁ ନିଜ ସାକ୍ଷାତକାରରେ ତାଙ୍କ ଚାଷ କରିବା ଶୈଳୀ ଓ କରୁଥିବା ବିଭିନ୍ନ ଚାଷ ବିଷୟରେ ବର୍ଣ୍ଣନା କରିଥିଲେ l ବିଶେଷ କରି ସେ ପାମ ଅଏଲ ଚାଷ କରନ୍ତି l ୭୭ ଏକର ଜମିରେ ସେ ପାମ ଅଏଲ ଚାଷ କରନ୍ତି l ୭ ବର୍ଷ ହୋଇଯିବ ସେ ଏହି ଚାଷ କରୁଛନ୍ତି l ସେ କୋକଆ ଚାଷ ମଧ୍ୟ ୨୦ ଏକ ଜମିରେ କରୁଛନ୍ତି l ୧୦ ଏକର ଜମିରେ କଦଳୀ ଚାଷ କରନ୍ତି l ଏହା ସହିତ ସେ ଅନ୍ୟ ପନିପରିବା ମଧ୍ୟ ଚାଷ କରନ୍ତି l ଅନ୍ୟପଟେ ସେ ୪୦ ଏକର ଜମିରେ ଧାନ ଚାଷ ମଧ୍ୟ କରୁଛନ୍ତି l ଅନେକ ଭଲ କିସମ ଧାନ ଚାଷ କରନ୍ତି ସେ l

ତାଙ୍କ ଚାଷ କାମରେ ସେ ଜିଆଖତ ବ୍ୟବହାର କରନ୍ତି l ଚାଷ ଭୂମିରେ ଡ୍ରିପ ପ୍ରଣାଳୀରେ ଜଳ ସେଚନ କରନ୍ତି l ଜୈନ କମ୍ପାନୀର ଡ୍ରିପ ବ୍ୟବସ୍ଥା ସେ ବ୍ୟବହାର କରନ୍ତି l ମୁକେଶ ଚନ୍ଦ୍ରକାର କହିଥିଲେ- " ଚାଷ ମନକୁ ଶାନ୍ତି ଦେଇଥାଏ l ଅର୍ଥ ମଧ୍ୟ ଦେଇଥାଏ l ଚାଷରେ ଭଲ ଲାଭ ରହିଛି କେବଳ ଜାଣିବାର ଅଛି ସଠିକ ଚାଷ ପ୍ରଣାଳୀ l " ଚାଷ ପାଇଁ ସଠିକ ଜମି ବାଛିବା ଆବଶ୍ୟକ l ଜଳ ର ମଧ୍ୟ ସଠିକ ରହିବା ଆବଶ୍ୟକ l

ସେ ଚନ୍ଦନ ଗଛ ମଧ୍ୟ ଲଗାଇଛନ୍ତି l କଦଳୀ ଅଧିକ ଲାଭ ପ୍ରଦାନ କରୁଛି l କଦଳୀ ବଜାର ଭଲ ରହିଛି l ପାମ ଅଏଲ ୩୦ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଲାଭ ପ୍ରଦାନ କରିବ l ପାମ ଅଏଲ ମଧ୍ୟରେ ଅନ୍ୟ ଚାଷ ମଧ୍ୟ କରିହେବ l ଡ୍ରିପ ଜଳସେଚନରେ ସବସିଡି ମଧ୍ୟ ରହିଛି l ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛଗଇ ସେ ସମସ୍ତ ଚାଷ ତଥ୍ୟ ୟୁ ଟ୍ୟୁବ ରୁ ଶିଖିଛନ୍ତି l ସାଙ୍ଗ ପାଖରୁ ନୂତନ କୌଶଳ ଦେଖି ଉତ୍ସାହିତ ହୋଇଥିଲେ ଏବଂ ଚାଷକାମ ପ୍ରତି ମନ ବଳାଇଥିଲେ l ତେବେ ଶେଷରେ ସେ କୃଷି ଜାଗରଣ ଠାରୁ ଏହି ସମ୍ମାନରେ ସମ୍ମାନିତ ହେବା ପରେ କୃଷି ଜାଗରଣ ଓ ମହିନ୍ଦ୍ରା ଟ୍ରାକ୍ଟରକୁ ଧନ୍ୟବାଦ ଅର୍ପଣ କରିଥିଲେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ