1. ସଫଳ କାହାଣୀ

ଗୋଲମରିଚ ଚାଷ କରି ଆଜି କୋଟିପତି

ମହାରାଷ୍ଟ୍ର ଏବଂ ଆସାମ ଭଳି ରାଜ୍ୟରେ ପାହାଡ ପୂର୍ଣ୍ଣ ଅଞ୍ଚଳରେ ଗୋଲମରିଚ ଚାଷ କରାଯାଉଥିବାର ନଜିର ରହିଛି l

Tanushree Mahapatra
Tanushree Mahapatra
progressive farmer rajaram from chhatisgarh

progressive farmer rajaram from chhatisgarh

ଗୋଲମରିଚ ଚାଷ କରି ଆଜି କୋଟିପତି l ଯେପରିକି ଆପଣ ସମସ୍ତେ ଜାଣିଛନ୍ତି ଗୋଲମରିଚ ମସଲା ସମସ୍ତ ମସଲା ମଧ୍ୟରେ ଅନ୍ୟତମ l ଖାଦ୍ୟରେ ବ୍ୟବହାର ହେଉଥିବା ସହିତ ଅନେକ ଔଷଧ ପ୍ରସ୍ତୁତିରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ l ଆମ ଦେଶରେ ଚାଷ ହେଉଥିବା ଗୋଲମରିଚ ବିଦେଶକୁ ରପ୍ତାନି ହୋଇଥାଏ କାରଣ ଏହାର ଚାହିଦା ବିଦେଶରେ ମଧ୍ୟ ଅଧିକ ରହିଛି l

ଗୋଲମରିଚକୁ ମସଲା ମଧ୍ୟରେ ରାଜା କୁହାଯାଏ l ଦକ୍ଷିଣ ଭାରତରେ ଅଧିକ ଗୋଲମରିଚ ଚାଷ ହୋଇଥାଏ l ଯେପରିକି ତାମିଲନାଡ଼ୁ , କର୍ଣ୍ଣାଟକ ଏବଂ କେରଳ l ମହାରାଷ୍ଟ୍ର ଏବଂ ଆସାମ ଭଳି ରାଜ୍ୟରେ ପାହାଡ ପୂର୍ଣ୍ଣ ଅଞ୍ଚଳରେ ଗୋଲମରିଚ ଚାଷ କରାଯାଉଥିବାର ନଜିର ରହିଛି l ତେବେ ନିକଟରେ କୃଷି ଜାଗରଣ ଟିମ ଛତିଶଗଡ଼ ରାଜ୍ୟର କଣ୍ଡଗାଁଓ ଜିଲ୍ଲାର ଧନୀ ଚାଷୀ ରାଜାରାମ ତ୍ରିପାଠୀଙ୍କ ସାକ୍ଷାତକାର ନେଇଥିଲେ l

ଏକ ହଜାର ଏକର ଜମିରେ ଗୋଲମରିଚ ଚାଷ ସହିତ ଅନ୍ୟାନ୍ୟ ଔଷଧୀୟ ବୃକ୍ଷ ଚାଷ କରିଛନ୍ତି l ବର୍ଷକୁ ୭୦ କୋଟିରୁ ଅଧିକ ରୋଜଗାର କରନ୍ତି ରାଜାରାମ ତ୍ରିପାଠୀ l ରାଜାରାମଙ୍କୁ ହରିତ ଯୋଦ୍ଧା , କୃଷି ଋଷି , ହର୍ବଲ କିଙ୍ଗ ଏବଂ ଫାଦର ଅଫ ସଫେଦ ମୁସଲି ମଧ୍ୟ କୁହାଯାଏ l କୃଷି ଜାଗରଣକୁ ନିଜର ସାକ୍ଷାତକାର ଦେବା ସମୟରେ କହିଥିଲେ ତାଙ୍କ ପରିବାର ଅନେକ ବର୍ଷରୁ ଚାଷ କାମରେ ଜଡ଼ିତ ରହିଛନ୍ତି l କୃଷି କ୍ଷେତ୍ରରେ ଅନେକ ବାଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଛି l  ସହ କଥାବାର୍ତ୍ତା ବେଳେ ସଫଳ କୃଷକ ଡ Raj ରାଜାରାମ ତ୍ରିପାଠୀ କହିଛନ୍ତି ଯେ ତାଙ୍କ ପରିବାର ଗତ ଅନେକ ବର୍ଷ ଧରି ଚାଷ କାର୍ଯ୍ୟ କରିଆସୁଛନ୍ତି । ଗୋଲମରିଚ ,ଷ୍ଟେଭିଆ ଏବଂ ଧଳା ମୁସଲି ସହିତ ପ୍ରାୟ ୨୨ ପ୍ରକାରର ଔଷଧୀୟ ଫସଲ ଚାଷ କରନ୍ତି l ଅନେକ ସମସ୍ୟା ମଧ୍ୟରେ ସେ ପୁଣି ଥରେ ନିଜକୁ ଚାଷକାର୍ଯ୍ୟରେ ଦୃଢ଼ କରିଥିଲେ l ଯାହା ତାଙ୍କୁ ଆଜି ସଫଳତର ଶୀର୍ଷରେ ପହଞ୍ଚାଇଛି l

୩୦ ବର୍ଷ ଧରି ନିରନ୍ତର ଚେଷ୍ଟା କରିବା ପରେ ସେ  'ମା ଦାଣ୍ଟେଶ୍ୱରୀ ଗୋଲମରିଚ -16' (MDBP-16) ପ୍ରସ୍ତୁତ କରିଥିଲେ l ଯାହା ଅତ୍ୟଧିକ ଉତ୍ତାପ ଏବଂ କମ୍ ବୃଷ୍ଟିପାତରେ ଚାଷ କରିବା ସମ୍ଭବ ହୋଇଛି l କାରଣ ଅଧିକ ଉତ୍ତାପରେ ଗୋଲମରିଚ ଚାଷ କରିହୁଏ ନାହିଁ l ବର୍ଷା ଋତୁରେ ମାଟିରେ ଆର୍ଦ୍ରତା ସଠିକ ରହିଥାଏ ଯାହା ଏହି ଗୋଲମରିଚ ଚାଷ ପାଇଁ ଆବଶ୍ୟକ l ପ୍ରାୟତଃ ଏକ ଏକର ଜମିରେ ଅଷ୍ଟ୍ରେଲୀୟନ ଟିକ୍ ଗଛ ଲଗାଇ ଗୋଲମରିଚ ଚାଷ କରିବା ପ୍ରଥମ ବର୍ଷରେ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ l ସେ ଗୋଲମରିଚ ଚାଷ ପାଇଁ ବୃକ୍ଷ ରୋପଣ କରି ଏକ ପ୍ରାକୃତିକ ସବୁଜ ଘରର ମଡେଲ୍ ପ୍ରସ୍ତୁତ କରିଛନ୍ତି l ଏହି ମଡେଲ୍ ସ୍ୱତନ୍ତ୍ର ଟେକ୍ନୋଲୋଜି ବ୍ୟବହାର କରି ପ୍ରସ୍ତୁତ ହୋଇଛି l ଏହି ପ୍ରଯୁକ୍ତିବିଦ୍ୟା ଉପରେ ସେ  ନ୍ୟାସନାଲ ପେଟେଣ୍ଟ ପାଇଁ ଆବେଦନ କରିଥିଲେ ଯାହା ଗ୍ରହଣ କରାଯାଇଥିବାରୁ ସେ ଅତ୍ୟନ୍ତ ଖୁସି ଥିବା ମତବ୍ୟକ୍ତ କରିଛନ୍ତି l

ଗୋଟିଏ ଗଛରୁ ୮ ରୁ ୧୦ କେଜି ପର୍ଯ୍ୟନ୍ତ ଗୋଲମରିଚ ଅମଳ ହୋଇଥାଏ l ଅନ୍ୟ ଗୋଲମରିଚ ଅପେକ୍ଷା ଏହି ଭେରାଇଟି ଗୋଲମରିଚ ଅଧିକ ଉନ୍ନତ ଗୁଣବତ୍ତା ବିଶିଷ୍ଟ l ତେଣୁ ବିଦେଶରେ ଏହି ଗୋଲମରିଚ ଚାହିଦା ଅନ୍ୟ ଗୋଲମରିଚ ଅପେକ୍ଷା ଟିକେ ଅଧିକ l ଏହି ଚାଷରେ ସେ ବ୍ୟବହୃତ କରୁଥିବା ଅଷ୍ଟ୍ରେଲୀୟନ ଟିକ୍ ଗଛ ଯାହା ବିକ୍ରି କଲେ ମଧ୍ୟ ଅନେକ ଟଙ୍କା ଜଣେ ଚାଷୀ ରୋଜଗାର କରିପାରିବ l ତେବେ ଏହି ଭେରାଇଟି ଗୋଲମରିଚ ଚାଷ ପାଇଁ ସେ ଅନ୍ୟ ଚାଷୀଙ୍କୁ ମଧ୍ୟ ପ୍ରେରଣା ଦେଇଛନ୍ତି l

ଅଧିକ ପଢ଼ନ୍ତୁ

Profitable Farming: ପ୍ରଗତିଶୀଳ ଚାଷୀ ରାମସାୟ ମାର୍କମ୍

ଆତ୍ମନିର୍ଭର ଏବଂ ବିକଶିତ ଭାରତ ଯାତ୍ରାରେ MSME ପ୍ରମୁଖ ଶକ୍ତି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ