1. ସଫଳ କାହାଣୀ

ସୁରେନ୍ଦ୍ର ଗାଦବା: ଧାନ ଚାଷ ଦେଇଛି ନୂଆ ପରିଚୟ !

କୋରାପୁଟ ଜିଲ୍ଲାରୁ ସୁରେନ୍ଦ୍ର ଗଦବା ଯିଏକି ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ରେ l ସେ ଶ୍ରୀ ପଦ୍ଧତିରେ ଧାନ ଚାଷ କରନ୍ତି l ପନିପରିବା ଚାଷ ମଧ୍ୟ କରିଥାନ୍ତି l

Tanushree Mahapatra
Tanushree Mahapatra
Progressive farmer Surendra gadaba from koraput

Progressive farmer Surendra gadaba from koraput

କୃଷି ଜାଗରଣ ଦ୍ୱାରା "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ଆୟୋଜନ କରାଯାଇଥିଲା l ଯେଉଁଠି ବିଭିନ୍ନ ରାଜ୍ୟର ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l ଯେଉଁ ଚାଷୀ କେବଳ ଚାଷ ନୁହେଁ ଚାଷକୁ ବ୍ୟବସାୟରେ ପରିବର୍ତ୍ତନ କରିଛନ୍ତି ସେହିଭଳି ସମ୍ମାନିତ ଚାଷୀଙ୍କୁ ତାଙ୍କ ସଫଳତା ପାଇଁ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ " ରେ ସମ୍ମାନିତ କରାଯାଇଥିଲା l ୩୦୦ ରୁ ଅଧିକ କ୍ୟାଟେଗୋରୀରେ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି କୃଷି ମହାକୁମ୍ଭରେ ମୁଖ୍ୟ ପ୍ରାୟୋଜକ ରହିଥିଲା ମହିନ୍ଦ୍ର ଟ୍ରାକ୍ଟର l ଏହି କୃଷି ମହାକୁମ୍ଭରେ ICAR ସହ ଆୟୋଜକ ରହିଥିଲା l ତେବେ ଏହି ପରିପ୍ରେକ୍ଷୀରେ ଓଡ଼ିଶା ରୁ ମଧ୍ୟ ବିଭିନ୍ନ ଜିଲ୍ଲାରୁ ଚାଷୀ ସମ୍ମାନିତ ହୋଇଥିଲେ l ଜିଲ୍ଲା , ରାଜ୍ୟ ଏବଂ ଜାତୀୟ ସ୍ତରରେ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l

ସେହିପରି କୋରାପୁଟ ଜିଲ୍ଲାରୁ ସୁରେନ୍ଦ୍ର ଗଦବା ଯିଏକି ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ରେ l ସେ ଶ୍ରୀ ପଦ୍ଧତିରେ ଧାନ ଚାଷ କରନ୍ତି l ପନିପରିବା ଚାଷ ମଧ୍ୟ କରିଥାନ୍ତି l ଏରୋମେଟିକ ଧାନ ଚାଷ ଯେପରି କଳାଜିରା ଧାନ , ବାସୁଭୋଗ , ଲକ୍ଟିଚୁଡ଼ି ଭଳି ବିଭିନ୍ନ ପ୍ରକାର ଧାନ ଚାଷ କରନ୍ତି l ତାଙ୍କ କହିବା ଅନୁଯାୟୀ ଯେଉଁ ଧାନ କିସମ ଲୋପ ପାଇବାକୁ ବସିଥିଲା ସେହି ଧାନ କିସମ କୁ ଦଶେ ସଂରକ୍ଷଣ କରିବାକୁ ଚେଷ୍ଟା କରିଛନ୍ତି l

କଳାଜିରା ଧାନ ଚାଷକୁ ଶ୍ରୀ ପଦ୍ଧତିରେ ଚାଷ କରୁଛନ୍ତି l ଖେତରେ ବିହନ ପକାଇବାର ୮ ରୁ ୧୦ ଦିନ ମଧ୍ୟରେ ତାହା ଗଜା ହେବା ପରେ ସେହି ଧାନ ତଳିକୁ ସେ ଧାନ ଖେତରେ ରୋପଣ କରୁଛନ୍ତି l ଏହି ଧାନ ଚାଷ ସମୟରେ ୧୦ ରୁ ୧୨ ଦିନ ଅନ୍ତରରେ ସେ ୱିଡିଂ ପ୍ରଣାଳୀ କରିଥାନ୍ତି l ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି ସୁରେନ୍ଦ୍ର l ସୁରେନ୍ଦ୍ର କହିଥିଲେ -" ଦେଶୀ ଧାନରେ ଚାଷୀଙ୍କୁ ଅଧିକ ଲାଭ ମିଳିପାରିବ l କିନ୍ତୁ ଦେଶୀ ଧାନ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଯାହାକୁ ସଂରକ୍ଷଣ କରିବାକୁ ଚାଷୀଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ l କାରଣ ଓଡ଼ିଆ ପର୍ବପର୍ବାଣିରେ ଏହି ବାସ୍ନା ଧାନ କିମ୍ବା ଦେଶୀ ଧାନର ଆବଶ୍ୟକତା ରହିଛି l ଏହାର ବଜାର ମଧ୍ୟ ଭଲ ରହିଛି l "

ତାଙ୍କ କହିବା ଅନୁଯାୟୀ କେବଳ ସେ ସେହି ଧାନ ଚାଷ କରୁନାହାନ୍ତି l ସେ ଚାଷ କରୁଥିବା ଧାନ ବିହନ ଅନ୍ୟ ୧୦୦ ରୁ ୨୦୦ ଚାଷୀଙ୍କୁ ସେ ପ୍ରଦାନ କରୁଛନ୍ତି ଯାହାକୁ ଚାଷ କରି ସେମାନେ ମଧ୍ୟ ଲାଭବାନ ହୋଇପାରୁଛନ୍ତି l ତାଙ୍କ ଖେତରେ ଉତ୍ପାଦନ ହେଉଥିବା ଧାନକୁ ସେ ନିଜ ବ୍ଲକରେ ଥିବା ଚିତ୍ରିଦରା ଏଫପିଓ ସଂସ୍ଥାକୁ ଦେଉଛନ୍ତି ଯାହାକି ମହିଳା ଏଫପିଓ l ସେହି ଏଫପିଓ ର ମା ମାନେ ସେହି ଧାନକୁ ଚାଉଳ କରି ଅନ୍ୟ ରାଜ୍ୟକୁ ବିକ୍ରି କରୁଛନ୍ତି l ଯାହାଦ୍ୱାରା ତାଙ୍କୁ ଭଲ ଦି ପଇସା ଲାଭ ମିଳିପାରୁଛି l

ପନିପରିବା ଚାଷରେ ସେ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି l ଯାହା ତାଙ୍କ ଶ୍ରମ ଓ ଅର୍ଥ କୁ ହ୍ରାସ କରୁଛି l ଜୈବିକ ପ୍ରଣାଳୀରେ ଋତୁ ଅନୁଯାୟୀ ପନିପରିବା ଚାଷ କରୁଛନ୍ତି l ଚାଷ କ୍ଷେତ୍ରରେ ସରକାରୀ ସହାୟତା ମଧ୍ୟ ମିଳିଛି l ମକା ଚାଷ ପାଇଁ ସରକାରୀ ମୁଖ୍ୟମନ୍ତ୍ରୀ ଓଡ଼ିଶା ମିଶନ ତରଫରୁ ମକା ବିହନ ମିଳିଛି l କୃଷି ବିଜ୍ଞାନ କେନ୍ଦ୍ର , ଶିମିଳିଗୁଡ଼ା ଠାରେ ବିଭିନ୍ନ ତାଲିମ ନେଇଛନ୍ତି ଏବଂ ଭୁବନେଶ୍ୱର CIFA ରେ ମଧ୍ୟ ମାଛ ଚାଷ ପାଇଁ ସେ ତାଲିମ ନେଇଛନ୍ତି l ଆଜି ନିଜ ଚେଷ୍ଟା ଓ ମନୋବଳ ମାଧ୍ୟମରେ ସେ ଚାଷକୁ ବ୍ୟବସାୟରେ ପରିଣତ କରିଛନ୍ତି l ତେବେ ଏହିପରି ଚାଷୀ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା l ପ୍ରଥମ ଥର ସେ କୃଷି ଜାଗରଣ ଦ୍ୱାରା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବାରୁ ସେ କୃଷି ଜାଗରଣ ସଂସ୍ଥାଙ୍କୁ ଧନ୍ୟବାଦ ଜଣାଇଥିଲେ l

Read more:

କଳାଚମ୍ପା ଧାନ: ଅଧିକ ରହିଛି ଜଳ ଧାରଣା କ୍ଷମତା !

ଏହି ଧାନ ଚାଷରେ ମିଳେ ଅଧିକ ଅମଳ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ