Success Stories

ସଞ୍ଜୟଙ୍କର ଅଭିନବ ପ୍ରୟାସ, ମାଗଣାରେ ବାଣ୍ଟୁଛନ୍ତି ଦେଶୀ ବିହନ

2013ରୁ ଦେଶୀ ମଞ୍ଜି ସଂଗ୍ରହ କରି ଦେଶରେ ଜରୁରୀ ଥିବା ଲୋକ ମାନଙ୍କୁ ସଂଜୟ ମଞ୍ଜି ବାଣ୍ଟୁଛନ୍ତି | ଏବେ ପର୍ଯ୍ୟନ୍ତ 17ଟି ରାଜ୍ୟର ହଜାର ହଜାର ଲୋକଙ୍କ ପାଖରେ ମାଗଣାରେ ବିଭିନ୍ନ ପ୍ରକାରର ଦେଶୀ ମଞ୍ଜି ପହଞ୍ଚାଇଛନ୍ତି |

11 July, 2022 5:24 PM IST By: Rajashree

ମଧ୍ୟପ୍ରଦେଶର ଗୁଣ ଜିଲ୍ଲା ର ୠଠିଆଇ ଗାଁର ଗରିବ ଚାଷୀ ପରିବାରର ପୁଅ ସଞ୍ଜୟଙ୍କର ଅଭିନବ ପ୍ରୟାସ | ପନିପରିବା ଫଳ , ଔଷଧୀୟ ବୃକ୍ଷ ଆଦିର ମଞ୍ଜିକୁ(seeds) ଏକାଠି କରି ଲୋକଙ୍କୁ ମାଗଣାରେ ଯୋଗାଇ ଦେଉଛନ୍ତି ସଞ୍ଜୟ |

ସଞ୍ଜୟଙ୍କର କହିବା କଥାକି, ଯେତେବେଳେ ସେ ଛୋଟ ହୋଇଥିଲେ ସ୍କୁଲରେ ପଢୁଥିଲେ ତାଙ୍କର ନିଜର ଚାଷ ଜମି ନଥିଲା | ତାଙ୍କ ବାପା ଜମି ଭାଗକୁ ନେଇ ଚାଷ(farming) କରୁଥିଲେ | ସେ ପାଠ ପଢିବା ସହ ଚାଷ କାମରେ ମଧ୍ୟ ବାପାଙ୍କୁ ସାହାଯ୍ୟ କରୁଥିଲେ | ଛୋଟ ବେଳେ ବର୍ଷା ଦିନରେ ସେ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ଦେଶୀ ଫଳ ମଞ୍ଜି(seeds) ଓ ଔଷଧୀୟ ବୃକ୍ଷର ମଞ୍ଜି ସଂଗ୍ରହ କରୁଥିଲେ | ସେହି ମଞ୍ଜିକୁ (seeds) ପାଖ ବଜାରରେ ବିକ୍ରି କରି ସେ ତାଙ୍କ ପଢା ଖର୍ଚ୍ଚ ଉଠାଉଥିଲେ |

ସେ କହିଛନ୍ତି କି, ଅଧିକ ଫାଇଦା ପାଇବା ଆଶାରେ ଲୋକମାନେ ହାଇବ୍ରିଡ଼ ମଞ୍ଜିର(hybrid seeds) ବ୍ୟବହାର କରୁଥିବା ଦେଖି ଲୋକଙ୍କ ପାଖରେ ଦେଶୀ ମଞ୍ଜି ପହଞ୍ଚାଇବାର ପ୍ରୟାସ କରିଥିଲି |

ମଞ୍ଜି ବାଣ୍ଟିବାର ପ୍ରୟାସ :

2013ରୁ ଦେଶୀ ମଞ୍ଜି ସଂଗ୍ରହ କରି ଦେଶରେ ଜରୁରୀ ଥିବା ଲୋକ ମାନଙ୍କୁ ସଂଜୟ ମଞ୍ଜି ବାଣ୍ଟୁଛନ୍ତି | ଏବେ ପର୍ଯ୍ୟନ୍ତ 17ଟି ରାଜ୍ୟର ହଜାର ହଜାର ଲୋକଙ୍କ ପାଖରେ ମାଗଣାରେ ବିଭିନ୍ନ ପ୍ରକାରର ଦେଶୀ ମଞ୍ଜି ପହଞ୍ଚାଇଛନ୍ତି | ମଞ୍ଜି ବାଣ୍ଟିବା (seeds collection) ସହ ପ୍ରାକୃତିକ ପରିବେଶର ଯତ୍ନ ତାଙ୍କୁ ଆତ୍ମସନ୍ତୋଷ ଦେଇଥାଏ ବୋଲି ସେ କହିଛନ୍ତି |

ବୃକ୍ଷ ରୋପଣ -

ପ୍ରାକୃତିକୁ ଭଲ ପାଇବା ଓ ପ୍ରାକୃତିକ ପରିବେଶ ପାଇଁ ଗଛ ଲଗାଇବା ତାଙ୍କୁ ଏକ ନୂଆ ପରିଚୟ ଦେଇଛି | ଏହି କାରଣରୁ ତାଙ୍କୁ ଜିଲ୍ଲାର ପ୍ରାକୃତିକ ପରିବେଶ (Nature)ରକ୍ଷଣା ବେକ୍ଷଣ ଦାଇତ୍ୱ ଦିଆଯିବା କଥା ସେ କହିଛନ୍ତି |

ପରିବେଶ ସୁରକ୍ଷା ଅଭିଯାନ -

ସଞ୍ଜୟ ପରିବେଶ ସୁରକ୍ଷା ଅଭିଯାନ(Nature) ନାମର ଏକ ସଂସ୍ଥା ଚଲାଉଛନ୍ତି, ଯେଉଁଥିରେ ଲୋକ ମାନଙ୍କୁ ମାଗଣାରେ ମଞ୍ଜି ବାଣ୍ଟିବା (Seeds distribute) ସହ ଖାଲି ଜାଗାରେ ବୃକ୍ଷ ରୋପଣ କରାଯାଉଛି |

ବୃକ୍ଷମିତ୍ର ଅଭିଯାନ ଆରମ୍ଭ, ଲାଗିବ 3.4 ଲକ୍ଷ ଗଛ

ବିଶ୍ୱ ପରିବେଶ ଦିବସ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)