ଯଦି ଆପଣମାନେ କେବେ ବିହନ ବିହୀନ ଲେମ୍ବୁ (seedless lemon)ଚାଷ କଥା ଭାବିଛନ୍ତି, ତେବେ ଏହି ଷ୍ଟୋରିଟି ଖାସ୍ ଆପଣଙ୍କ ପାଇଁ । ଯଦି କୌଣସି କାମକୁ ଲକ୍ଷ୍ୟପୂର୍ଣ୍ଣ ଏବଂ ସ୍ଥିର ମନଭାବରେ ଅନୁସରଣ କରାଯାଏ ତେବେ ନିଶ୍ଚିତ ଲକ୍ଷ୍ୟ ସ୍ଥଳ ପହଞ୍ଚିପାରେ । ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କ ପିଲା ଏକ ଉତ୍ତମ କାମ କରି ଜୀବିକା ନିର୍ବାହ କରୁ । ବିହାରର ସାକରା ବ୍ଲକ ଅନ୍ତର୍ଗତ ମୁଜାଫରପୁରର ଜଣେ ଆଗଧାଡ଼ିର କୃଷକ ନିଜର ଆତ୍ମ ପ୍ରଚେଷ୍ଟା ବଳରେ ହାସଲ କଲେ ରାଷ୍ଟ୍ରିୟ ଉଦୟ ରତ୍ନ ( Rashtriya Udyan Ratna) ।
ପିତାଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ 21 ବର୍ଷିୟ ସୋନୁ ନିଗମ କୁମାର ଚାଷ କାର୍ଯ୍ୟରେ ମନ ନିବେଶ କରିଥିଲେ । ତାଙ୍କର ଏହି ପ୍ରୟାସର ଚାରି ବର୍ଷ ମଧ୍ୟରେ ସୋନୁ ନିଗମ କୁମାରଙ୍କୁ ରାଷ୍ଟ୍ରିୟ ଉଦୟ ରତ୍ନ ପୁରସ୍କାର ( Rashtriya Udyan Ratna )ପାଇଁ ମନୋନୀତ କରାଯାଇଥିଲା । ମେ 28 ରେ କୁମାର ମହାରାଷ୍ଟ୍ରର ଜାଲଗାଓଁରେ ପଦକ ପାଇବେ ବୋଲି ସେ ସରକାରଙ୍କ ତରଫରୁ ଏକ ଚିଠି ପାଇଛନ୍ତି।
ପିତାଙ୍କ ଦେହାନ୍ତ ପରେ ଯୁବକ ଜଣକ ନିଜର ଅଭିଳାଷକୁ ହୃଦୟଙ୍ଗମ କରିବା ଦିଗରେ କାର୍ଯ୍ୟ କରିବା ଆରମ୍ଭ କଲେ । ବିଭିନ୍ନ ପ୍ରକାରର ଅସୁବିଧା ସତ୍ୱେ ସେ ପୋଟଳ (Pointed gourd )ଏବଂ ବିହନହୀନ ଲେମ୍ବୁ ଚାଷ ( seedless lemon)ପାଇଁ ଅନବରତ ଚେଷ୍ଟା କରି ସଫଳତା ପାଇଲେ । ପ୍ରାୟ ଚାରି ବର୍ଷ ପୂର୍ବେ କୁମାରଙ୍କ ଅନୁଯାୟୀ ସେ ମହାରାଷ୍ଟ୍ରର ଜାଲଗାଓଁରୁ କିଛି ଲେମ୍ବୁ ଚାରା ଏବଂ ବାରାଣାସୀର ଭାରତୀୟ ପନିପରିବା ଅନୁସନ୍ଧାନ କେନ୍ଦ୍ରରୁ( Indian Institute of Vegetable Research)କିଛି ପୋଟଳ ଚାରା (Pointed gourd seedlings ) ଆମଦାନୀ କରିଥିଲେ।
ବର୍ତ୍ତମାନ ତାଙ୍କ ପାଖରେ 60 ଟି ଲେମ୍ବୁ ଗଛ ଅଛି ଏବଂ ସେ ପାଞ୍ଚ ଏକର ଜମିରେ ପୋଟଳ ଚାଷ କରିଛନ୍ତି । ସେ କହିଛନ୍ତି ଯେ ସେ ଲଗେଇଥିବା ପୋଟଳର ଆକାର ବଡ଼, ଏଥିରେ କେବଳ ଗୋଟିଏ କିମ୍ବା ଦୁଇଟି ମଞ୍ଜି ଥାଏ, ଏବଂ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରେଫ୍ରିଜରେଟରରେ ଗଚ୍ଛିତ କଲେ ମଧ୍ୟ ହଳଦିଆ ହୋଇଯାଏ ନାହିଁ । ଜୈବିକ ଚାଷ (ORGANIC FARMING) ପ୍ରଣାଳୀରେ ଚାଷ କରି ସେ ସଫଳତା ପାଇଥିବାର ଦାବି କରିଛନ୍ତି । ତାଙ୍କ ଅନୁସାରେ ପ୍ରତ୍ୟେକ ଗଛରେ ବର୍ଷକୁ ପ୍ରାୟ 300 ଟି ଲେମ୍ବୁ ଅମଳ ହୁଏ ।
କୁମାରଙ୍କ ଅନୁଯାୟୀ, ଉଦ୍ଭିଦ ଗ୍ରାଫ୍ଟିଂ (plant grafting)ପଦ୍ଧତି ଦ୍ୱାରା ଲେମ୍ବୁ ଚାରା ପ୍ରସ୍ତୁତ କରାଯାଇଥିଲା । ଲେମ୍ବୁ ଗଛ ପ୍ରତିରୋପଣ ପାଇଁ ନର୍ସରୀ ଦ୍ୱାରା ବ୍ୟବହୃତ ସବୁଠାରୁ ଲୋକପ୍ରିୟ କୌଶଳ ହେଉଛି ଟି-ବଡିଙ୍ଗ(T budding) ଯାହାକୁ ମଧ୍ୟ କୁମାର ନିଜ ଚାଷ ରେ ପ୍ରୟୋଗ କରିଥିଲେ ।
ପ୍ରକାଶ ଥାଉ ଯେ, 21 ବର୍ଷିୟ ସୋନୁ ନିଗମ କୁମାରଙ୍କ ପରିବାର ଏବଂ କୃଷି ବିଭାଗର କର୍ମଚାରୀମାନେ ତାଙ୍କୁ ଏହି ଚାଷ କାର୍ଯ୍ୟ କରିବାପାଇଁ ବହୁତ ସାହାଯ୍ୟ କରିଥିଲେ । ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ପୁସା, ସମସ୍ତିପୁର ଏବଂ ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟ (agriculture universities) ତାଙ୍କର ଏହି କାର୍ଯ୍ୟ ପାଇଁ ସୋନୁ ନିଗମ କୁମାରଙ୍କୁ ବହୁତ ପ୍ରସଂଶା ଆଉ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
Share your comments