1. ସଫଳ କାହାଣୀ

ଦେଶୀ ବିହନ ସଂରକ୍ଷଣ ଓ ଉଦ୍ୟାନ କୃଷି କରି ଉଦାହରଣ ପାଲଟିଛନ୍ତି : କ୍ଷେତ୍ରବାସୀ ମହାନ୍ତ

ଚମ୍ପୁଆ : ଚମ୍ପୁଆ ବ୍ଲକ ପଡ଼ୁଆ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ କ୍ଷେତ୍ରବାସୀ ମହାନ୍ତ(୬୨) ଦେଶୀ ବିହନ ସଂରକ୍ଷଣ କରି ଜୈବିକ ଖତସାର ଔଷଧ ନିଜେ ପ୍ରସ୍ତୁତ କରି ନିଜ ଜମିରେ ପ୍ରୟୋଗ କରି ପାରମ୍ପରିକ ପଦ୍ଧତିରେ ଚାଷ କରି ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି । ସେ ଏବେ ମଧ୍ୟ ଦେଶୀ ଧାନ ବିହନ ସରୁଭୁଜନୀ, ଧୋବାଭଜନା, ଛେଳିଗୁଡ଼ି, ଚିଙ୍ଗୁଡ଼ିଳ ଗୋଡ଼ାଧାନ ଇତ୍ୟାଦି ସଂରକ୍ଷଣ କରି ପର୍ଯ୍ୟାୟକ୍ରମେ ଚାଷ କରି ଆସୁଛନ୍ତି । ସେ ଜମିରେ ରାସାୟନିକ ସାର ବଦଳରେ ପ୍ରୟୋଗ କରନ୍ତି ଜୈବିକ ଔଷଧ ମଧ୍ୟ ନିଜେ ପ୍ରସ୍ତୁତ କରି ରୋଗ ପୋକ ଦମନ ପାଇଁ ବ୍ୟବହାର କରିଥାନ୍ତି ଓ ଅଞ୍ଚଳର ଚାଷୀମାନଙ୍କୁ ପ୍ରବର୍ତ୍ତାଇ ଥାନ୍ତି ।

KJ Staff
KJ Staff
Khetrabasi Mahanta

ନିଜ ବାଡ଼ି ଅଗଣାରେ ଏକ କୁଣ୍ଡକରି ଜଳ ପଦ୍ମ ଲଗାଇ ସେଠାରେ ମ୍ୟାଲେରିଆ ନିରାକରଣ ପାଇଁ ଗଙ୍ଗୁସିଆ ମାଛ ଛାଡ଼ିଛନ୍ତି, ଯାହାକି ସେହି ମାଛ ମାନେ ମଶା ବଂଶକୁ ନିପାତ କରିଥାନ୍ତି । ନିଜ ବଗିଚାରେ ବର୍ଷସାରା ପନିପରିବା ସହ ଲେମ୍ବୁ, ସପୁରୀ, ଅମୃତଭଣ୍ଡା, କମଳା, ନଡ଼ିଆ, ତୁତୁକୁଳୀ, ଆମ୍ବ, ପଣସ, ପିଜୁଳି, କଦଳୀ ଇତ୍ୟାଦି ଗଛ ଶୋଭା ପାଉଛି । ଯାହାକି ନିଜେ ବ୍ୟବହାର କରିବା ସହ ପଡ଼ୋଶୀ ଓ ବନ୍ଧୁବାନ୍ଧବ ମାନେ ମଧ୍ୟ ସେ ଫଳ ବ୍ୟବହାର କରି ପ୍ରଶଂସା କରିଥାନ୍ତି କ୍ଷେତ୍ରବାସୀଙ୍କୁ ।

କ୍ଷେତ୍ରବାସୀ ୧୬ବର୍ଷ ବୟସରୁ ହାଇସ୍କୁଲ ପଢ଼ିଲା ବେଳୁ ପ୍ରକୃତି, ପରିବେଶ ପ୍ରେମରେ ପଡ଼ି ଗଛ ଲଗାଇବା, ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବା କାର୍ଯ୍ୟକରିବା ସହିତ ନିଜେ ଯେଉଁ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ସେହି ବିଦ୍ୟାଳୟର ଉଦ୍ୟାନକୁ ମଧ୍ୟ ସର୍ବାଙ୍ଗ ସୁନ୍ଦର ଆକର୍ଷଣୀୟ କରିଯାଇଛନ୍ତି ।

ନିଜ ଘରେ ଜୈବିକ ଖତରୁ ଗୋବର ଗ୍ୟାସ ପ୍ଲାଣ୍ଟକରି ଜାଳେଣୀ ସମସ୍ୟା ମଧ୍ୟ ଦ୍ୱର କରି ପାରିଛନ୍ତି । ଖାଲି ସେତିକି ନୁହେଁ ବିଭିନ୍ନ ଔଷଧିୟ ବୃକ୍ଷଲତାରୁ ରୋଗ ପାଇଁ ଔଷଧ, ମୋଦକ ପ୍ରସ୍ତୃତ କରି ଅଞ୍ଚଳ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ରୋଗୀମାନଙ୍କୁ ମାଗଣାରେ ଦେଶୀ ଚିକିତ୍ସା ମଧ୍ୟ ଯୋଗାଇ ଆସୁଛନ୍ତି କ୍ଷେତ୍ରବାସୀ । ଏଥିପାଇଁ ସେ ଏକ ପୁସ୍ତକପ୍ରକୃତି ଆମ ମିତ୍ର(୨୦୧୫)ରେ ପ୍ରକାଶିତ କରି ଜନସାଧାରଣ, ପାଠକମାନଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ।

ଜଣେ ଲେଖକ, ସଂଗଠକ, ସମାଜସେବୀ ଭାବେ ପରିଚିତ କ୍ଷେତ୍ରବାସୀ ପୁସ୍ତକଅମୃତ ସନ୍ତାନ(୨୦୧୮)” ମଧ୍ୟ ରଚନା କରିଛନ୍ତି । ଅବସର ପରେଅଟଳ ବିହାରୀ ବାଜପେୟୀ ସ୍ୱେଚ୍ଛାସେବୀ ସଂଗଠନ” ଗଠନ କରି ଅଦ୍ୟାବଧି ସମାଜ ସେବାରେ ରହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବଜାଇରଖି ବୃକ୍ଷରୋପଣ ବିଭିନ୍ନ ଗ୍ରାମ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ ଜରିଆରେ ତାଙ୍କ ସାଥୀ, ସଦସ୍ୟମାନଙ୍କ ଦ୍ୱାରା ସେବା ବଜାଇ ରଖି ଯୁବ ସମାଜ ପାଇଁ ଆଦର୍ଶ ଉଦାହରଣ ପାଲଟିଥିବା କ୍ଷେତ୍ରବାସୀଙ୍କୁ ବିଭିନ୍ନ ଅନୁଷ୍ଠାନମାନେ ମଧ୍ୟ ସମ୍ମାନିତ କରିଥିବା ଜଣାଯାଇଛି ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments