1. ସଫଳ କାହାଣୀ

ଚନ୍ଦ୍ରକାନ୍ତି ନାୟକ: ଦଳିତ ମଣିଷଙ୍କର ସାଜିଛନ୍ତି ଆଶା ପ୍ରଦୀପ

ବାପା ଅନୁଗୁଳ ଜେଲ୍ ରେ ଚାକିରି କରୁଥିଲେ। ତେଣୁ ସେଇଠି ରହି ପାଠ ପଢ଼ୁଥିଲେ ଚନ୍ଦ୍ରକାନ୍ତି । ବିଦ୍ୟାଳୟ ରେ ଏକ ଉତ୍ସବ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅଭିନୀତ ଏକ ନାଟକ ମଞ୍ଚସ୍ଥ ହେଉଥିଲା । ଯେଉଁଥିରେ ଚନ୍ଦ୍ରକାନ୍ତି ପର୍ଶୁରାମ ଚରିତ୍ର ରେ ଅନୁଭବ କରୁଥିଲେ। ଭଲ ଅଭିନୟ ପାଇଁ ଦର୍ଶକ ମାନଙ୍କ ଠାରୁ ପ୍ରଶଂସା ପାଇଥାନ୍ତି ।

Tanushree Mahapatra
Tanushree Mahapatra
success story of chandrakanti nayak

success story of chandrakanti nayak

କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ରେ ବାସ କରନ୍ତି ଶ୍ରୀମତୀ ଚନ୍ଦ୍ରକାନ୍ତି ବୌଦ୍ଧ। ବୟସ ବର୍ତ୍ତମାନ ୫୨ ବର୍ଷ । ପିତା ଙ୍କ ନାମ ପ୍ରସନ୍ନ କୁମାର ନାୟକ ଜଣେ ଅବସରପ୍ରାପ୍ତ ଜେଲର ଓ ମାତା ଙ୍କ ନାମ ସୁଲୋଚନା ନାୟକ । ସ୍ଵାମୀ ସଂଜୟ କୁମାର ପଢ଼ିଆରି । ଚନ୍ଦ୍ରକାନ୍ତି ଙ୍କ କୋଳ ରେ ଦୁଇଟି ସନ୍ତାନ ଗୋଟେ ପୁଅ କୁ ୧୯ ବର୍ଷ ଓ ଝିଅ କୁ ମାତ୍ରା ୬ ବର୍ଷ ଏମାନଙ୍କୁ ନେଇ ତାଙ୍କ ସଂସାର ହେଲେ ସେ ହେଉଛନ୍ତି ଜଣେ ଭିନ୍ନ ମହିଳା ଯେ କି ସାଧାରଣ ସଂସାର ରୁ ଉର୍ଦ୍ଧ୍ବ କୁ ଯାଇ ବାହାର ଦୁନିଆ ----- ନିଷ୍ପେସିତ ଓ ଦଳିତ ମଣିଷ ମାନଙ୍କର ସାଜିଛନ୍ତି ସହା ଭରଷା ଆଶା ପ୍ରଦୀପ। ପିଲା ଦିନର ଏକ ଘଟଣାର କାରଣ ଖୋଜିବାକୁ ଯାଇ ପରବର୍ତ୍ତୀ ସମୟରେ ଚନ୍ଦ୍ରକାନ୍ତି ପାଲଟି ଯାଆନ୍ତି ବିଜୟିନୀ । ସେତେବେଳେ ସେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥାଆନ୍ତି ।

ବାପା ଅନୁଗୁଳ ଜେଲ୍ ରେ ଚାକିରି କରୁଥିଲେ। ତେଣୁ ସେଇଠି ରହି ପାଠ ପଢ଼ୁଥିଲେ ଚନ୍ଦ୍ରକାନ୍ତି । ବିଦ୍ୟାଳୟ ରେ ଏକ ଉତ୍ସବ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅଭିନୀତ ଏକ ନାଟକ ମଞ୍ଚସ୍ଥ ହେଉଥିଲା । ଯେଉଁଥିରେ ଚନ୍ଦ୍ରକାନ୍ତି ପର୍ଶୁରାମ ଚରିତ୍ର ରେ ଅନୁଭବ କରୁଥିଲେ। ଭଲ ଅଭିନୟ ପାଇଁ ଦର୍ଶକ ମାନଙ୍କ ଠାରୁ ପ୍ରଶଂସା ପାଇଥାନ୍ତି । ଏହି ସମୟ ରେ ତାଙ୍କୁ ଶୋଷ ଲାଗିବାରୁ ସେଥିରେ ରଖାଯାଇଥିବା ଏକ ଛୋଟ ଷ୍ଟିଲ ଡ୍ରମରୁ ପାଣି ପିଇବା ପାଇଁ ଚାମର ରେ ପାଣି ଭରିବା ପାଇଁ ଯାଉଥିବା ସମୟରେ ତାଙ୍କ ଶ୍ରେଣୀ ଶିକ୍ଷକ ତାଙ୍କ ହାତ ଧରି ପକାଇ କହିଲେ କି ତୁ ଏ ପାଣି ପିଇ ପାରିବୁ ନାହିଁ କହି ଅନ୍ୟତ୍ର ଚାଲିଗଲେ। ଖରା ଦିନ ସେଥିରେ ଅଭିନୟ ପରିଶ୍ରମ ଦ୍ବାରା ତାଙ୍କୁ ଖୁବ୍ ଜୋର ଶୋଷ ଲାଗୁଥିଲା ।

ଏ କଥା ଦେଖି ତାଙ୍କ ବଡ ଭଉଣୀ ନିକଟ ରେ ଜଣଙ୍କ ଘରୁ ପାଣି ଆଣି ଦେଲେ । ସେ ଦିନର ସେହି ଘଟାନ ଚନ୍ଦ୍ରକାନ୍ତି ଙ୍କ ମସ୍ତିସ୍କ ରେ ରେଖାଘାତ କରିଥିଲା। ତାପର ଦିନ ସେ ତାଙ୍କ ବାପା ଙ୍କୁ ପଚାରିଲେ ଯେ କଣ ପାଇଁ ସ୍କୁଲ୍ ରେ ଅନ୍ୟ ମାନେ ଘୃଣା କରୁଛନ୍ତି । ବାପା ତାଙ୍କୁ ବୁଝାଇ ଦେଇଥିଲେ ଯେ ଆମେ ଜାତିରେ ପାଣ ଆମେ ହରିଜନ, ସମାଜ ରେ ନିମ୍ନ ବର୍ଗ ରେ । ତେଣୁ ଉଚ୍ଚ ବର୍ଗ ର ଲୋକ ମାନେ ଆମକୁ ଏପରି ବ୍ୟବହାର କରୁଛନ୍ତି । ଏ କଥା ଶୁଣି ଚନ୍ଦ୍ରକାନ୍ତି ପାଠ ପଢିବାକୁ ଯିବା ପାଇଁ ମନା କରିଦେଲେ । ବାପା ତାଙ୍କର ଗୋଟେ ଚଟି ବହି ଆଣି ଦେଇଥିଲେ। ସେଥିରେ ଡ଼ା. ଭୀମରାଓ ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନ କାହାଣୀ ରୁ ଲେଖା ଥିଲା । ବହିଟି ଦେଇ ବାପା କହିଲେ ଯାହାଙ୍କୁ ଆଜି ଭାରତ ବର୍ଷ ପୂଜା କରୁଛନ୍ତି । ଦିନେ ସେ ମଧ୍ୟ ଅନେକ ନିର୍ଯାତନା ଭୋଗ କରିଥିଲେ ।

ତେଣୁ ତୁ ପାଠ ପଢି ବନ୍ଦ ନକରି ସ୍କୁଲ୍ ଯା, ତାପରେ ସେ ପୁଣି ପାଠ ପଢ଼ିବା ପାଇଁ ନିଷ୍ପତି ନେଲେ । ଯାହାର ମୂଳ କାରଣ ଓ ସାମାଜିକ ପରିବର୍ତ୍ତନ ପାଇଁ ସବୁବେଳେ ଚିନ୍ତା କରୁଥିଲେ । ସେଥି ପାଇଁ ବୟସ ହେଲା ପରେ ବାପା ଵିଵାହ ପ୍ରସ୍ତାବ ଆଣିଥିଲେ । ମୁଁ ମନା କାଲି ଅଧିକ ପାଠ ପଢିବା ପାଇଁ କଟକ ସ୍ଥିତ ଶୈଳବାଳା ମହାବିଦ୍ୟାଳୟ ରେ ଅଧ୍ୟୟନ କରି ସ୍ନାତକ ହାସଲ କରିଥିଲେ ।

ପାଠ ପଢା ଶେଷ କରି ସମାଜ ରେ ମହିଳା ତଥା ଦଳିତ ଓ ପଢୁଆ ବର୍ଗ ଙ୍କ ପ୍ରତି ହେଉଥିବା ଉତ୍ପିତନ ଵିରୁଦ୍ଧ ରେ ସଂଗ୍ରାମ କରିବା ପାଇଁ ନିଷ୍ପତି ନିଅନ୍ତି ଚନ୍ଦ୍ରକାନ୍ତି । ତେଣୁ ବାଙ୍ଗାଲୋର ସ୍ଥିତ National federation of Dalit woman ଅନୁଷ୍ଠାନ ରେ ୩ ମାସ ତାଲିମ୍ ଗ୍ରହଣ କରିଥିଲେ। ସେତେ ବେଳେ ସେ ଓଡ଼ିଶା ପ୍ରଶାସନିକ ସେବା (OPSC) ଦ୍ଵାରା ପରିଚାଳିତ OAS ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇଥିଲେ ସେହି ସମୟରେ ୧୯୯୭ ମସିହାରେ ତାଙ୍କ ମାଆ ଆରପାରିକୁ ଚାଲିଗଲେ ତେଣୁ ସେ ଆଉ ପରୀକ୍ଷା ଦେଇ ପାରିନଥିଲେ । ୨୦୦୦ ମସିହାରେ ଭାରତ ବର୍ଷ ର ସର୍ବମାନ୍ୟ ଦଳିତ ନେତା କାଂଶିରାମଙ୍କ ସହିତ ସମ୍ପର୍କ ରେ ଆସନ୍ତି ଚନ୍ଦ୍ରକାନ୍ତି । ସେ କହିଲେ ଏ ଝିଅ କୁ ମୁଁ ଓଡ଼ିଶା ର ମାୟାବତୀ ' କରି ତିଆରି କରିବି । ତାଙ୍କ ଆଦର୍ଶ ରେ ପ୍ରଭାବିତ ହୋଇ ବହୁଜନ ସମାଜ ପାର୍ଟି ରେ ଯୋଗ ଦେଇଥିଲେ ଓ BSP ରୁ ଟିକେଟ ପାଇ ବମ୍ବେ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରିଥିଲେ ।

୨୦୦୩ -୦୪ ମସିହାରେ all India Buddhist samaj ଦ୍ଵାରା ଅଯୋଧ୍ୟା ଠାରେ ଅନୁସିତ ହୋଇଥିବା ପ୍ରାୟ ୧୦୦୦୦ ଲୋକ ଙ୍କ ଗଣ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଓ ଚନ୍ଦ୍ରକାନ୍ତି ନାୟକ ବୌଦ୍ଧ ନାମ ରେ ପରିଚିତ ହେଲେ । ପରେ ପରେ ସେହି ସଂଗଠନ ରେ ସଭାନେତ୍ରୀ ଭାବରେ ମନୋନୀତ ହୋଇ ବୌଦ୍ଧ ଧର୍ମ ର ପ୍ରଚାର ପ୍ରସାର କାମ କରୁଥିଲେ । କେ ଆର୍ ନାରାୟଣନ୍ ଏକ ପ୍ରଚାର ରଥରେ ଓ ସୋନିଆ ଗାନ୍ଧୀ ଙ୍କ ଦ୍ଵାରା ପ୍ରଦତ୍ତ ଏକ ସ୍ଵର୍ଣ୍ଣ ନିର୍ମିତ ବୁଦ୍ଧଦେବ ଙ୍କ ମସ୍ତକ ରଖି ଭାରତ ବର୍ଷ ର ବିଭିନ୍ନ ରାଜ୍ୟ ପରିକ୍ରମା କରିଛନ୍ତି । ତା ସହିତ ଜାତିବାଦ ଵିରୁଦ୍ଧ ରେ ସଂଗ୍ରାମ ଜାରି ରଖିଥିଲେ ।

୨୦୦୨ ମସିହା ବେଳକୁ ତାଙ୍କର ଵିଵାହ ବୟସ ଗଡି ଯାଇଥିବା ପାଇଁ ବେତି ବ୍ୟସ୍ତ ହୋଇପଡ଼ିଥିଲେ ସେହି ସମୟରେ ନିକଟ ଗ୍ରାମ ରେ ଜଣେ ପଛୁଆ ବର୍ଗ ର ବ୍ୟକ୍ତି ଙ୍କ ମା ଆସି ତାଙ୍କୁ ବୋହୂ କରି ନେବା ପାଇଁ ପ୍ରସ୍ତାବ ଦେଲେ । ଯଦିଓ ଚନ୍ଦ୍ରକାନ୍ତି ପାଣ ସଂପ୍ରଦାୟର ଏବଂ ବୟସରେ ମଧ୍ୟ ପୁଅ ଠାରୁ ଅଧିକ ଥିଲେ ତେବେ ଚନ୍ଦ୍ରକାନ୍ତି ଙ୍କ କାର୍ଯ୍ୟ ଗୁଡିକରେ ପ୍ରଭାବିତ ହୋଇ ତାଙ୍କୁ ବୋହୂ କରି ନେବାକୁ ଆଡି ବସିବାରୁ ଚନ୍ଦ୍ରକାନ୍ତି ଙ୍କ ଵିଵାହ ପ୍ରସନ୍ନ କୁମାର ପଢ଼ିଆରୀ ଙ୍କ ସହିତ ହୋଇଥିଲା । ବିବାହ ପରେ ଚନ୍ଦ୍ରକାନ୍ତି ଚିନ୍ତା କଲେ ଯେ ସମାଜ ର ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ସାମାନ୍ୟ କଥା ଗଣମାଧ୍ୟମ ରେ ପ୍ରକାଶ ପାଇଥିବା ବେଳେ ନିମ୍ନ ବର୍ଗ ର ଅନେକ ସମସ୍ୟା ଲୋକ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ । ସେଥି ପାଇଁ କେଦାର ମିଶ୍ର ଙ୍କ ଦ୍ଵାରା ପରିଚାଳିତ 'ସମୀକ୍ଷା' ଚ୍ୟାନେଲ ପାଇଁ କିଛି ଦିନ କାମ କରି ଅଭିଜ୍ଞତା ହାସଲ କରିଥିଲେ । ତାପରେ MSME ରୁ ଆର୍ଥିକ ସହାୟତା ଆଣି "Chandrakanta media" ନାମ ରେ ନିଜର ଏକ ସଂସ୍ଥା ଗଠନ କରି ସାମ୍ବାଦିକତା କରୁଛନ୍ତି । ସେଥି ପାଇଁ ପରିଣତ ବୟସ ରେ ମଧ୍ୟ journalism ପାଠ ପଢ଼ା ଜାରି ରଖିଛନ୍ତି । ଏହି ସାମ୍ବାଦିକତା ମହିଳା ଓ ଦଳିତ ବର୍ଗ ର ବିଭିନ୍ନ ସମସ୍ୟାକୁ ଲୋକ ଲୋଚନ କୁ ଆଣିବା ଓ ତାର ସମାଧାନ ଦିଗରେ ବିଶେଷ ସହାୟତା ପ୍ରଦାନ କରୁଛି ବୋଲି ପ୍ରକାଶ କରିଛନ୍ତି ଚନ୍ଦ୍ରକାନ୍ତି । ଉତ୍ତର ପ୍ରଦେଶ ର ରାଜନେତା ତଥା ସମାଜ ସେବୀ ଚନ୍ଦ୍ରଶେଖର ଆଜାଦ ଙ୍କ ଦ୍ଵାରା ଗଠିତ " ଭିମ୍ ଆର୍ମି" ଦଳ ରେ ଯୋଗ ଦେଇ ଓଡ଼ିଶା ର ସଭାନେତ୍ରୀ ଅଛନ୍ତି ।

ଜୀବନର ବିଭିନ୍ନ ଘଟଣାରେ ନିଜକୁ ସାମିଲ୍ କରାଇ ସାଧାରଣ ମଣିଷକୁ ନ୍ୟାୟ କରାଇବାରେ ସୁଖ ଅନୁଭବ କରିଚାଲିଛି ଚନ୍ଦ୍ରକାନ୍ତି । ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ସଂଗ୍ରାମ ରେ ସେ ସଫଳତା ଅର୍ଜନ କରିଛନ୍ତି । ସେଗୁଡିକ ମଧ୍ୟରୁ କେତୋଟି ଘଟଣା ତାଙ୍କର ସ୍ମୃତି ହୋଇ ରହିଯାଇଛି । ବରଗଡ଼ ଜିଲ୍ଲାରେ ଏକ ଉଚ୍ଚ ବର୍ଗ ପୁଅ ପାଣ ସଂପ୍ରଦାୟର ଏକ ଝିଅକୁ ଵିଵାହ କରି ସୁରଟ ଚାଲିଗଲା। ସେହି ରାଗରେ ପୁଅ ପକ୍ଷର ଚାରିଜଣ ଲୋକ ୫୦/୫୫ ବର୍ଷ ଝିଅର ମା ଙ୍କୁ ବଳାତ୍କାର କରିଥିଲେ । ଶ୍ରୀମତୀ ଚନ୍ଦ୍ରକାନ୍ତି ସେହି ଘଟଣା କୁ ହଜାର ହଜାର ଏକାଠି କରି ଆନ୍ଦୋଳନ ଅନଟନ କରିଥିଲେ । ଯାହା ଫଳରେ SP ନିଜେ ଆସି ଜଣକୁ ଆରେଷ୍ଟ କରାଯାଇଥିବା ଜଣାଇଲେ ଏବଂ ଅନ୍ୟ ଚାରିଜଣ ଙ୍କୁ ଖୁବ୍ ଶୀଘ୍ର ଆରେଷ୍ଟ କରାଯିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପାଇଁ ବାଧ୍ୟ ହୋଇଥିଲେ । ମହିଳା ନିର୍ଯାତନା କ୍ଷେତ୍ର ରେ ଯେକୌଣସି ବର୍ଗ ହୋଇଥାଆନ୍ତୁ ନା କାହିଁକି ସେ ସମସ୍ତ ଙ୍କ ପାଇଁ ଢାଲ ହୋଇ ଛିଡା ହୁଅନ୍ତି । ସେହି ପରି ନୂଆପଡ଼ା ଜିଲ୍ଲାର ଦିପାଞ୍ଜଳୀ ତାଣ୍ଡି ଙ୍କ ନିର୍ଯାତନା ଘଟଣା ପାଇଁ ଆନ୍ଦୋଳନ କରି ନ୍ୟାୟ ପ୍ରଦାନ କରିଛନ୍ତି । ଏହି ପରି ଯାଜପୁର, କଟକ, ନୂଆପଡ଼ା, କଟକ ସମ୍ବଲପୁର, ଢେ଼ଙ୍କାନାଳ, ଅନୁଗୁଳ ପ୍ରଭୃତି ଜିଲ୍ଲା ମାନଙ୍କର ଦଳିତ ଅସହାୟ ମହିଳା ମାନଙ୍କ ନ୍ୟାୟ ପାଇଁ ସଂଗ୍ରାମ କରି ସଫଳତା ପାଇଛନ୍ତି।

ହରିଜନ ଶବ୍ଦ କୁ ଉଚ୍ଛେଦ କରିବା ପାଇଁ ଜୋରଦାର ଆନ୍ଦୋଳନ ରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ କହିବା ଅନୁଯାୟୀ ହରିଜନ ଶବ୍ଦ କୁ କେତେକ ଲୋକ ହରି ଙ୍କ ଅର୍ଥାତ୍ ଭଗବାନ୍ ଙ୍କ ଜନ ବୋଲି ଯୁକ୍ତି ଦର୍ଶାଇ ଏହା ଖରାପ୍ ଶବ୍ଦ ନୁହେଁ , ତେବେ ଆମ ନିର୍ଦ୍ଧିଷ୍ଟ ଜାତି ପାଇଁ ଏହା କାହିଁକି ବ୍ୟବହାର ହେବ । ଅନ୍ୟ ଜାତି ପାଇଁ କାହିଁକି ନୁହେଁ । ଏହି ଘଟଣାର ପ୍ରମାଣ ଦେବାକୁ କୁହନ୍ତି । ଭାରତ ବର୍ଷ ର ଚାରି ଧାମ ରେ ଏବେ ମଧ୍ୟ " ଦେବଦାସୀ ନୃତ୍ୟ " ରହିଛି ଯେଉଁଥିରେ ପଛୁଆ ବର୍ଗ ର ଅବିବାହିତ ଝିଅ ମାନେ ନୃତ୍ୟ ପରିବେଷଣ କରନ୍ତି । ବ୍ରାହ୍ମଣ ମାନଙ୍କୁ ଭଗବାନ୍ ବୋଲି ସମାଜ ରେ ମାନ୍ୟତା ପାଇଥାନ୍ତି । ତେଣୁ ଦେବଦାସୀ ନୃତ୍ୟ କରୁଥିବା ଝିଅ ଟି ସେମାନଙ୍କ ନିକଟରେ ନିଜକୁ ସମର୍ପିତ କରିଦିଏ । ଏକାଧିକ ବ୍ରାହ୍ମଣ ଙ୍କ ସମ୍ପର୍କ ରେ ଆସିଥିବା ଝିଅ ଗର୍ଭବତୀ ହୋଇ ଯେତେବେଳେ ସନ୍ତାନ ଜନ୍ମ ଦିଏ ଯଦି ସେ ସନ୍ତାନ ଝିଅ ହୋଇଥାଏ ବ୍ରାହ୍ମଣ ମାନେ ତାକୁ ଯତ୍ନ ରେ ପାଳନ୍ତି ଆଉ ଯଦି ପୁଅ ଟିଏ ହୁଏ ତାକୁ ମନ୍ଦିର ର ସିଂହଦ୍ଵାର ରେ ରଖି ଦିଅନ୍ତି । ଯେତେବେଳେ ଗୋଟେ ପାଣ କି ହାଡ଼ି ଟିଏ ଝାଡୁ କରେ ସେ ପିଲା କୁ ଦେଖି ଭଗବାନ୍ ଙ୍କ ଦାନ ଭାବି ଘରକୁ ନିଏ । ସେତେବେଳେ ସେ ପୁଅ ଟିର ଜାତି ପାଣ କିମ୍ବା ହାଡ଼ି ହୋଇଥାଏ । ଏହି ପରି ବିଧାନ ଏହି ସମାଜ ରୁ ହଟାଇବା ପାଇଁ ଜାତିବାଦ ଏବଂ ହରିଜନ ଶବ୍ଦ ଉଚ୍ଛେଦ ପାଇଁ ବ୍ୟାପକ ସଂଗ୍ରାମ ସମଗ୍ର ଦେଶରେ ସୃଷ୍ଟି ହେବା ଦ୍ଵାରା ବାଧ୍ୟ ହୋଇ ସରକାର ହରିଜନ ଶବ୍ଦ କୁ ବା ସଂଜ୍ଞା କୁ ଉଚ୍ଛେଦ କରିଦେଲେ । ଏହି ସବୁ କାର୍ଯ୍ୟ କରିବାରେ ଚନ୍ଦ୍ରକାନ୍ତି ଙ୍କୁ ତାଙ୍କ ପରିବାର ସହଯୋଗ କରିଥିଲେ। ଚନ୍ଦ୍ରକାନ୍ତି ଙ୍କ ପରି ଜଣେ କନ୍ୟା ଆମ ରାଜ୍ୟ ଓଡ଼ିଶା ମାଟି ପାଇଁ ଗର୍ବିତ ଅଟେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ