1. ସଫଳ କାହାଣୀ

ପନିପରିବା ଓ ଫଳ ଚାଷ ଦେଉଛି ଭଲ ଆୟ

କୁକୁଡ଼ା ଚାଷ ରୁ ଫଳ ଚାଷ ସବୁକିଛି ଚାଷ କରି ବେଶ ଅଧିକ ଲାଭ କମାଉଛନ୍ତି ମହିଳା ଚାଷୀ l

Tanushree Mahapatra
Tanushree Mahapatra
successful farmer of fruits

successful farmer of fruits

ଚାଷକରି ଅତ୍ମନିର୍ଭର ହେଉଛନ୍ତି ଚାଷୀ l କେବଳ ଗୋଟିଏ ଚାଷ ନୁହେଁ ବିଭିନ୍ନ ପ୍ରକାର ଚାଷକରି ଅତ୍ମନିର୍ଭର ହେଉଛନ୍ତି ଚାଷୀ l ଗୋଟିଏ ଜମିରେ ବିଭିନ୍ନ ଚାଷ କରିବା ହୋଇଛି ସମ୍ଭବ l ନୂତନ ଜ୍ଞାନକୌଶଳ ଦ୍ୱାରା ଚାଷ କରି ଲାଭ କମାଉଛନ୍ତି ଚାଷୀ l କେବଳ ପୁରୁଷ ନୁହେଁ ଏଥର ମହିଳା ମଧ୍ୟ ନିଜକୁ ଚାଷ କାମରେ ସାମିଲ କଲେଣି l ମହିଳା ମଧ୍ୟ ଚାଷ କ୍ଷେତ୍ରରେ ପୁରୁଷଙ୍କୁ ବାଜିମାତ ଦେଉଥିବାର ଦେଖିବାକୁ ମିଳୁଛି l କୁକୁଡ଼ା ଚାଷ ରୁ ଫଳ ଚାଷ ସବୁକିଛି ଚାଷ କରି ବେଶ ଅଧିକ ଲାଭ କମାଉଛନ୍ତି ମହିଳା ଚାଷୀ l

ପାରମ୍ପରିକ ଚାଷ ଅପେକ୍ଷା ଉନ୍ନତମାନର ଚାଷ କରୁଛନ୍ତି ଚାଷୀ l ଜୈବିକ ଚାଷ , ପ୍ରାକୃତିକ ଚାଷ ସହିତ ଅନ୍ୟାନ୍ୟ ନୂତନ ପ୍ରଣାଳୀରେ ଚାଷ କରୁଛନ୍ତି l ଏଥିରେ ତାଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି କୃଷି ବୈଜ୍ଞାନିକ l ବିଭିନ୍ନ କୃଷି ଵିଜ୍ଞାନ କେନ୍ଦ୍ରରେ ଉପସ୍ଥିତ ଥିବା କୃଷି ବୈଜ୍ଞାନିକ ଚାଷୀଙ୍କୁ ସମସ୍ତ ଜ୍ଞାନ ପ୍ରଦାନ କରୁଛନ୍ତି l ଚାଷୀ ଏବେ ଗୋଟିଏ ସ୍ଥାନରେ ୭ ରୁ ୮ ପ୍ରକାର ଚାଷ କରୁଛନ୍ତି l

ଶିକ୍ଷିତ ଯୁବକ ଯୁବତୀ ମାନେ ଚାକିରୀ ପଛରେ ଧାଇଁ ଚାକିରୀ ନ ପାଇ ବେକାର ହୋଇ ଶେଷରେ ଚାଷ କାମକୁ ଆପଣାଉଥିବାର ଦେଖିବାକୁ ମିଳୁଛି କେତେକ କ୍ଷେତ୍ରରେ l ଏହା କରି ସେମାନେ ବେଶ ଦୁଇ ପଇସା ଲାଭ ମଧ୍ୟ ପାଉଛନ୍ତି l କରୋନା ଆସିବା ପରେ ପରେ ସମସ୍ତ ଜୀବନ ଏକ ପ୍ରକାର ବଦଳି ଯାଇଛି l କିଛି ଲୋକ ଚାଷ କାମ ଛାଡ଼ିଥିବାବେଳେ ଆଉ କିଛି ଲୋକ ଏହାକୁ ନିଜର ପେସା ବୋଲି ମାନିନେଇଛନ୍ତି l ଚାଷକାମ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି l

ଏହି ଆର୍ଟିକଲରେ ଓଡ଼ିଶା ରାୟଗଡ଼ ଜିଲ୍ଲାର ଜଣେ ଚାଷୀଙ୍କ ବିଷୟରେ ଆଲୋଚନା କରାଯାଇଛି l ଯାହାଙ୍କ ପ୍ରଚେଷ୍ଟା ଫଳରେ ଆଜି ତାଙ୍କ ଜମିରେ ସୁନା ଫଳୁଛି l ବଜାରକୁ ଦେଖି ବିଭିନ୍ନ ଚାଷ କରିଛନ୍ତି ସେ l ପନିପରିବା ସହିତ ବିଭିନ୍ନ ଫଳ ମଧ୍ୟ ଚାଷ କରିଛନ୍ତି l ଯାହା ତାଙ୍କୁ ବେଶ ଲାଭ ଦେଉଛି l ଓଡ଼ିଶା ରାଜ୍ୟରେ ପାଣିପାଗରେ ବିଭିନ୍ନତା ରହୁଥିବାରୁ ଏଠାରେ ଅନେକ ପ୍ରକାର ଚାଷ କାମ ହୋଇ ପାରୁଛି l ବିଦେଶୀ ଫଳ ମଧ୍ୟ ଓଡ଼ିଶା ମାଟିରେ ଫଳୁଛି l

ନାଁ ହେଉଛି ଦିନ ମାଝି l ବାଇଗଣ , ଲଙ୍କା , ଅମୃତ ଭଣ୍ଡା , ଲିଚୁ , ଆମ୍ବ , ପିଆଜ , ଟମାଟୋ ଏବଂ ଫୁଲକୋବି ଚାଷ କରୁଛନ୍ତି l ୭ ଏକ ଜମିରେ ଏହି ଚାଷ କରିଛନ୍ତି ସେ l ଆମ୍ବ ଓ ଲିଚୁ ଚାଷରୁ ପ୍ରତିବର୍ଷ ଲାଭ କମାଉଛନ୍ତି ସେ l ପନିପରିବା ଋତୁ ଅନୁଯାୟୀ ବଜାର ଚାହିଦା କୁ ଦେଖି ଚାଷ କରୁଛନ୍ତି l ସରକାରଙ୍କ ତରଫରୁ ଘର ମଧ୍ୟ ମିଳିଛି ତାଙ୍କୁ l ଚାଷ କାମରେ ନିକଟସ୍ଥ କୃଷି ବିଭାଗ ସାହାଯ୍ୟ କରୁଥିବାବେଳେ କୃଷି ବିଜ୍ଞାନ କେନ୍ଦ୍ରର ମଧ୍ୟ ସହଯୋଗ ରହିଛି l

ଚାଷ କାମ କରୁଥିବା ସମୟରେ କୃଷି ବିଭାଗ କର୍ମଚାରୀ ତାଙ୍କ ଚାଷ ଜମିକୁ ଯାଇ ତାଙ୍କୁ ବିଭିନ୍ନ ପରାମର୍ଶ ଦେଇଥାନ୍ତି ବୋଲି ସେ କହିଛନ୍ତି l ସରକାରୀ ସ୍ତରରେ ମଧ୍ୟ ତାଙ୍କୁ ଅନେକ ସାହାଯ୍ୟ ମିଳିଛି l ଜଳର ସୁବିଧା ସଠିକ ଥିବାରୁ ଚାଷ କାମ ସହଜ ହୋଇପାରୁଛି l ତାଙ୍କ ଦକ୍ଷ ଚାଷ ପାଇଁ କୃଷି ବିଭାଗ ତାଙ୍କୁ ପ୍ରଗତିଶୀଳ ଚାଷୀ ଭାବେ ସମ୍ମାନିତ ମଧ୍ୟ କରିଛି l ଯାହା ଅନ୍ୟ ଚାଷୀଙ୍କୁ ପ୍ରେରଣା ଦେଇଛି l ଏହି ଚାଷକାମରୁ ବେଶ ଦୁଇ ପଇସା ଲାଭ କରି ନିଜ ଚାଷ ଜମି ଓ ପରିବାରର ଯତ୍ନ ନେଉଛନ୍ତି ସେ l ଦୃଢ଼ ମନୋବଳ ତାଙ୍କୁ ଆଜି ସଫଳ କରିଛି l

ଅଧିକ ପଢ଼ନ୍ତୁ

କେମିତି କରିବେ ଜିଆ ଖତ ପ୍ରସ୍ତୁତ ?

ଶିବ ପ୍ରସାଦଙ୍କୁ ଟମାଟୋ ଚାଷ କରିଛି ଆତ୍ମନିର୍ଭର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ