ସୃଜନଶୀଳ କୃଷି କୃଷକମାନଙ୍କ ପାଇଁ କେତେ ମାତ୍ରାରେ ଲାଭଦାୟକ ହୋଇପାରେ, ଏହାର ଉଦାହରଣ ଉନ୍ନତ ଚାଷୀ ଦେବରାଜ ପାଟିଦାର ହିଁ ଦେଇଛନ୍ତି l ଇନ୍ଦୋରରୁ କେବଳ ୧୨ କିଲୋମିଟର ଦୂରରେ ଥିବା ଅମିରିଖେଡା ଗ୍ରାମର ଦେବରାଜ ପାଟିଦାର ବିଗତ ଅନେକ ବର୍ଷ ଧରି ମିଶ୍ରିତ କୃଷି କରୁଛନ୍ତି l ତାଙ୍କ ପାଖରେ ପାଖାପାଖି ୧୦ ବୀଘା ଜମି ରହିଛି, ଯେଉଁଥିରେ ସେ ଜୈବିକ ଉପାୟରେ କୃଷି କାର୍ଯ୍ୟ କରୁଛନ୍ତି l ଏହି ପ୍ରକ୍ରିୟାରେ କୃଷି କରିବାର ଅନ୍ୟ ଏକ ଲାଭ ଏହା ମଧ୍ୟ ହୋଇଥାଏ ଯେ ଏଥିରେ ପଶୁପାଳନ, ମହୁମାଛି ପାଳନ, ବଗିଚା,ପନିପରିବା ଓ ଆହୁରି ବିଭିନ୍ନ ଫସଲ ଏକା ସହିତ କରାଯାଇ ପାରେ l ଏହି କୃଷିରୁ ତାଙ୍କୁ ବାର୍ଷିକ ୧୦ ରୁ ୧୨ ଲକ୍ଷ ଟଙ୍କାର ଲାଭ ମିଳିଯାଇଥାଏ l କୃଷି କ୍ଷେତ୍ରରେ ସଫଳତା ଯୋଗୁ ତାଙ୍କୁ ଦେଶ, ରାଜ୍ୟ, ଓ ଜିଲ୍ଲା ସ୍ତରରେ ଅନେକ ପୁରସ୍କାର ମଧ୍ୟ ମିଳିଛି l ସୋୟାବିନ ଫସଲରେ ତାଙ୍କର ସଫଳତା ପାଇଁ ୨୦୧୭ରେ ତାଙ୍କୁ ଭାରତ ସୋୟାବିନ ଅନୁସନ୍ଧାନ ସଂସ୍ଥାନ ସଫଳ କୃଷକ ଭାବରେ ପୁରସ୍କୃତ କରିଛି l ସେ ବିଗତ ୫ ବର୍ଷ ଧରି ହାଇଡ୍ରୋପନିକ୍ସ କୃଷି ଉପରେ ମଧ୍ୟ କାମ କରୁଛନ୍ତି l ସେ ଏହି ହାଇଡ୍ରୋପନିକ୍ସ ଉପାୟରେ ନିଜ ଗାଈ ଗୋରୁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି l
ଶିକ୍ଷକତା ଛାଡ଼ି ଆପଣାଇ ଥିଲେ କୃଷିକୁ
କୃଷି ଜାଗରଣ ସହିତ ହୋଇଥିବା ଆଲୋଚନାରେ ସେ ଜଣାଇଥିଲେ ଯେ, ସେ ଜଣେ ଶିକ୍ଷକ ଥିଲେ l ମାତ୍ର ୧୯୮୪ ମସିହାରେ ସେ ଶିକ୍ଷକତା ଛାଡ଼ି କୃଷିକୁ ଆପଣାଇଥିଲେ l ସେ କୃଷି କ୍ଷେତ୍ରରେ ମଧ୍ୟ କିଛି ନୂଆ କରି ଦେଖାଇବାକୁ ଚାହୁଁଥିଲେ l ସେ ପ୍ରଥମେ ଗୋପାଳନ କରିବାର ନିଷ୍ପତି ନେଇଥିଲେ l ସେ ଏମ.ଏ ଓ ଏଲ.ଏଲ.ବି ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି l ତାଙ୍କ କହିବା ଅନୁସାରେ ଆଜିର ସମୟରେ ହେଉଥିବା ରାସାୟନିକ କୃଷି ମୃତ୍ତିକା ପାଇଁ ବହୁତ କ୍ଷତିକାରକ ହୋଇଥାଏ l ତେଣୁ କୃଷକମାନଙ୍କୁ ଜୈବିକ କୃଷି ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ l
ମିଶ୍ରିତ କୃଷି କ’ଣ
ଦେବରାଜ ଙ୍କ କହିବା ଅନୁସାରେ, ରାସାୟନିକ ପ୍ରୟୋଗ ମୃତ୍ତିକାର ଉତ୍ପାଦନ କ୍ଷମତା କମାଇବା ସହିତ ଜଳଧାରଣ କ୍ଷମତା ମଧ୍ୟ କମାଇଦେଇଥାଏ l ତେଣୁ ସେ ଜୈବ ପଦାର୍ଥ ପ୍ରୟୋଗରେ ପ୍ରାକୃତିକ ଉର୍ବରକ ବ୍ୟବହାର କରି ମିଶ୍ରିତ କୃଷି କରିଥିଲେ l ସେଥିରେ ସେ ପଶୁପାଳନ, ପନିପରିବା କୃଷି, ମାଛ ଚାଷ ଇତ୍ୟାଦି କରିଥିଲେ l ସେ ଏଥିରେ ମହୁମାଛି ଚାଷ କରିବାର ମୁଖ୍ୟ କାରଣ ଥିଲା ଏମାନେ ପରାଗଣରେ ସହାୟକ ହୋଇପାରିବେ l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କୃଷିରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ସେ ରାସାୟନିକ ସାର ପରିବର୍ତ୍ତେ ଫସଲର ଅବଶେଷ ଓ ଗୋବରକୁ ପ୍ରୟୋଗ କରିଥାନ୍ତି l ରୋଗ ଠାରୁ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ନିମ ତେଲ ଭଳି ପ୍ରାକୃତିକ ପଦାର୍ଥକୁ ପ୍ରୟୋଗ କରିଥାନ୍ତି l
Share your comments