1. ସଫଳ କାହାଣୀ

ସଫଳ ଲେମ୍ବୁ ଚାଷୀ: କୁଲଦୀପ ସିଂ

ଲକଡାଉନ୍ ଦେଲା ରୋଜଗାରର ନୂଆ ପନ୍ଥା l ଲେମ୍ବୁ ପ୍ରକ୍ରିୟାକରଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କୁଲଦୀପ ସିଂହ l 'ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ'.. ପିଲାଦିନରୁ ଆମେ ଏହି କଥା ଶୁଣିଆସିଛେ । କିନ୍ତୁ ଏହି ଉକ୍ତିକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ପ୍ରଗତିଶୀଳ କୃଷକ କୁଲଦୀପ ସିଂ। ଦିଲ୍ଲୀର ଜୌନ୍ତି ନଗର ଗାଁର ଅଧିବାସୀ ହେଉଛନ୍ତି କୁଲଦୀପ। ମାର୍ଚ୍ଚ, ୨୦୨୦ରେ ହଠାତ୍ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହେବା ସହିତ ମଣ୍ଡି ଓ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା ।

Sugyan Kumar Nayak
Sugyan Kumar Nayak

ଲକଡାଉନ୍ ଦେଲା ରୋଜଗାରର ନୂଆ ପନ୍ଥା l ଲେମ୍ବୁ ପ୍ରକ୍ରିୟାକରଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କୁଲଦୀପ ସିଂହ l 'ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ'.. ପିଲାଦିନରୁ ଆମେ ଏହି କଥା ଶୁଣିଆସିଛେ । କିନ୍ତୁ ଏହି ଉକ୍ତିକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ପ୍ରଗତିଶୀଳ କୃଷକ କୁଲଦୀପ ସିଂ। ଦିଲ୍ଲୀର ଜୌନ୍ତି ନଗର ଗାଁର ଅଧିବାସୀ ହେଉଛନ୍ତି କୁଲଦୀପ। ମାର୍ଚ୍ଚ, ୨୦୨୦ରେ ହଠାତ୍ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହେବା ସହିତ ମଣ୍ଡି ଓ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା । ଏପରି ସମୟରେ ବହୁ ପରିମାଣରେ ପନିପରିବା ତଥା ଫଳ କ୍ଷେତରେ ନଷ୍ଟ ହୋଇଗଲା । ସେତେବେଳେ କୁଲଦୀପ ସିଂ ବହୁ ପ୍ରଚେଷ୍ଟା ସତ୍ତ୍ୱେ ନିଜର ଲେମ୍ବୁ ଉତ୍ପାଦ ବିକ୍ରୟ କରିବାରେ ସକ୍ଷମ ହୋଇନଥିଲେ। ଏଭଳି କଠିନ ପରିସ୍ଥିତିରେ ଲେମ୍ବୁ ପ୍ରକ୍ରିୟାକରଣ କରି ଜାମ୍ ଓ ଆଚାର ତିଆରି କରିବାର ଚିନ୍ତାଧାରା ତାଙ୍କ ମନକୁ ଆସିଥିଲା। ଶେଷରେ ତାଙ୍କର କଠିନ ପରିଶ୍ରମର ଫଳସ୍ୱରୂପ ଆଜି ସେ ଏହି ବ୍ୟବସାୟରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି। ଆସନ୍ତୁ ତାଙ୍କ ଠାରୁ ଜାଣିବା ଲେମ୍ବୁ ପ୍ରକ୍ରିୟାକରଣ ବ୍ୟବସାୟର ସମ୍ପୂର୍ଣ୍ଣ ବିଧି ଓ ଏଥିରୁ ଆମେ କିପରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରାଯାଇପାରିବ।

କୁଲଦୀପ ସିଂ କୁହନ୍ତି ଯେ ତାଙ୍କର ପ୍ରାୟ ୧୪ ଏକର ଜମି ଅଛି, ଯେଉଁଥିରେ ସେମାନେ ଲେମ୍ବୁ, ଗହମ, ମୁଗ, ସୋରିଷ ଏବଂ ଅନ୍ୟାନ୍ୟ ପ୍ରକାରର ଉଦ୍ୟାନ କୃଷି କରିଥା’ନ୍ତି । ଉଦ୍ୟାନ କୃଷି ପ୍ରତି ତାଙ୍କର ବହୁତ ଆଗ୍ରହ ରହିଛି । ଗତ ୧୦ ବର୍ଷ ଧରି ସେ ନିଜ ଚାଷ ଜମିରେ କୌଣସି ପ୍ରକାରର କୀଟନାଶକ କିମ୍ବା ରାସାୟନିକ ସାର ବ୍ୟବହାର କରିନାହାଁନ୍ତି। ସେମାନେ କେବଳ ଜୈବିକ ଉପାୟରେ ଚାଷ କରନ୍ତି ଏବଂ ଭଲ ଅମଳ ପାଇଁ ସେମାନେ ଜୀବଙ୍କ ମୁତ୍ର, ଗୋମୁତ୍ର ଆଦିର ବ୍ୟବହାର କରନ୍ତି । ସେମାନେ ଲେମ୍ବୁ ଚାଷ ମଧ୍ୟ ମଧ୍ୟ ଜୈବିକ ଉପାୟରେ କରନ୍ତି । କୁଲଦୀପ ସିଂ କୁହନ୍ତି ଯେ ଚଳିତ ବର୍ଷ ମଧ୍ୟ ଲେମ୍ବୁ ଫସଲ ପାଚିବାକୁ ଯାଉଛି, ଏବେ ଧୀରେ ଧୀରେ ଲେମ୍ବୁ ପାଚିବା ଆରମ୍ଭ କରିଛି। ସେମାନେ ଶୀଘ୍ର ଏହାକୁ ପ୍ରକ୍ରିୟାକରଣ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରଥମେ ଲେମ୍ବୁ ଗ୍ରେଡିଙ୍ଗ୍ କରାଯାଏ ଏବଂ ଏହାପରେ ଭଲ ଭାବରେ ସଫା କରାଯାଏ । ତା’ପରେ ଲେମ୍ବୁକୁ ଚାରି ଫାଳ କରି ଲୁଣ ବା ଚିନି ମିଶାଯାଇ ଏକ ମାସ ପର୍ଯ୍ୟନ୍ତ ରଖାଯାଏ । ଏକ ମାସ ପରେ ଏଥିରେ ଗୋଲମରିଚ, ଲବଙ୍ଗ, ଅଳେଇଚ ଇତ୍ୟାଦି ମିଶାଯାଏ । ୨୦ ରୁ ୩୦ ଦିନ ମଧ୍ୟରେ ଆଚାର ବିକ୍ରୟ କରିବା ଭଳି ହୋଇଯାଏ । ସେମାନେ କେବଳ ଜୈବିକ ଉପାୟରେ ହିଁ ଆଚାର ପ୍ରସ୍ତୁତ କରନ୍ତି । ଏଥିରେ କୌଣସି ପ୍ରକାରର ରାସାୟନିକ ଦ୍ରବ୍ୟର ଉପଯୋଗ ହେଉନଥିବାରୁ  ସେମାନଙ୍କର ଗ୍ରାହକମାନେ ଏହାକୁ ବହୁତ ଭଲ ପାଆନ୍ତି । ସେହିପରି, ଜାମ୍ ପ୍ରସ୍ତୁତ କରିବା ପାଇଁ ମଞ୍ଜି ବାହାର କରିଦିଆଯାଏ । ମଞ୍ଜି ବାହାର କରିଦେବା ପରେ ଏହାକୁ ଚିନି ସିରପରେ ରଖାଯାଏ । ଏହିପରି ଭାବରେ କିଛି ଦିନ ମଧ୍ୟରେ ଜାମ୍ ପ୍ରସ୍ତୁତ ହୋଇଯାଏ, ଯାହା ପ୍ୟାକେଜିଙ୍ଗ୍ କରାଯାଇ ବିକ୍ରି ହୋଇଥାଏ । ତାଙ୍କର ରୋଜଗାର ବିଷୟରେ କୁଲଦୀପ କହିଥିଲେ ଯେ, କେବଳ ଆଚାର ପ୍ରକ୍ରିୟାକରଣରୁ ହିଁ ସେ ପ୍ରାୟ ୧ ରୁ ୧.୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରନ୍ତି । ଶେଷ ଲକଡାଉନରେ ସେ ୪୦୦ କିଲୋଗ୍ରାମ ଆଚାର ଏବଂ ଜାମ୍‍ ପ୍ରସ୍ତୁତ କରିଥିଲେ ଓ ସେଥିରୁ ସେ ପ୍ରାୟ ୩୦୦ କିଲୋଗ୍ରାମ ବିକ୍ରି କରିସାରିଛନ୍ତି । ସେ କହିଛନ୍ତି ଯେ ଯଦି କୃଷକମାନେ ଲେମ୍ବୁ ଚାଷ ସହିତ ଏହାର ପ୍ରକ୍ରିୟାକରଣ ମଧ୍ୟ କରନ୍ତି, ତେବେ ସେମାନେ ନିଶ୍ଚୟ ଅଧିକ ଅର୍ଥ ଉପାର୍ଜନ କରିପାରିବେ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ