1. ସଫଳ କାହାଣୀ

ଅମଳ ପରବର୍ତ୍ତୀ ମାଛର ଯତ୍ନ

ବରଫିକରଣ ( ଆଇସିଂ): ଏହି ପ୍ରକ୍ରିୟା ଏକ ସହଜ ଏବଂ ସୂକ୍ଷ୍ମ ଉପାୟ । ଯେଉଁଥିରେ ମାଛକୁ ବରଫ ଦ୍ଵାରା ସଂରକ୍ଷିତ କରାଯାଏ ଏଥିରେ ତାପମାତ୍ରା O ଡିଗ୍ରୀ ସେଲସିୟସ୍ ରହିଥାଏ । ଏହା ଦ୍ଵାରା ମାଛର ଶରୀର ଥଣ୍ଡା ରହେ ଏବଂ ଅତି ସହଜରେ ରୋଗ ଜୀବାଣୁ ମାନେ ସଂକ୍ରମଣ କରିପାରନ୍ତି ନାହିଁ।

Sudesna Nayak
Sudesna Nayak
Taking care of fish in farming involves a combination of proper water quality management appropriate feeding practices

Taking care of fish in farming involves a combination of proper water quality management appropriate feeding practices

୧. ବରଫିକରଣ ( ଆଇସିଂ): ଏହି ପ୍ରକ୍ରିୟା ଏକ ସହଜ ଏବଂ ସୂକ୍ଷ୍ମ ଉପାୟ । ଯେଉଁଥିରେ ମାଛକୁ ବରଫ ଦ୍ଵାରା ସଂରକ୍ଷିତ କରାଯାଏ ଏଥିରେ ତାପମାତ୍ରା O ଡିଗ୍ରୀ ସେଲସିୟସ୍ ରହିଥାଏ । ଏହା ଦ୍ଵାରା ମାଛର ଶରୀର ଥଣ୍ଡା ରହେ ଏବଂ ଅତି ସହଜରେ ରୋଗ ଜୀବାଣୁ ମାନେ ସଂକ୍ରମଣ କରିପାରନ୍ତି ନାହିଁ। ମାଛ (fish)ର ଗୁଣବତ୍ତା ବଜାୟ ରହିଥାଏ ଓ ମାଛ ଶରୀର ଉଜ୍ବଳ ଦେଖାଯାଏ । ଯାହା ଦ୍ଵାରା କି ବଜାର ଚାହିଦା, ଉପଭୋକ୍ତା ମାନଙ୍କ ଦ୍ଵାରା ବୃଦ୍ଧି ପାଏ । ବରଫୀକରଣ ମାଧ୍ୟମରେ ମାଛକୁ ସହଜରେ ମଧ୍ୟ ସ୍ଥାନାନ୍ତର କରାଯାଇପାରେ। ଏହାକୁ ପୋଟେବୁଲ ରେଫ୍ରିଜରେସନ ବା ସ୍ଥାନାନ୍ତର ଶୀତଳୀକରଣ ପ୍ରକ୍ରିୟା କୁହାଯାଏ । ଏହା ଦ୍ଵାରା ମାଛର ଜୀବନ କାଳ ୭ ରୁ ୧୪ ଦିନ ମଧ୍ୟରେ ବୃଦ୍ଧି ପାଇଥାଏ ।

୨. ଶୀତଳୀକରଣ (ଫ୍ରୀଜିଂ): ଯେତେବେଳେ ମାଛର ଅମଳ ପରିମାଣ ଅଧିକ ହୋଇଥାଏ ଏବଂ ମାଛକୁ ଦୂରସ୍ଥାନକୁ ସ୍ଥାନାନ୍ତର କରାଯାଏ ସେତେବେଳେ ଏହି ପ୍ରକ୍ରିୟା ଅବଲମ୍ବନ କରାଯାଏ। ଏଥିରେ ମାଛକୁ O ଡିଗ୍ରୀ ସେଲସିୟସ ତାପମାତ୍ରା ତଳେ ରଖିବାକୁ ହୋଇଥାଏ। ସାଧାରଣତଃ (-୧ ଡିଗ୍ରୀ ରୁ – ୫ ଡିଗ୍ରୀ ସେଲସିୟସ) ତାପମାତ୍ରା ମଧ୍ୟରେ ମାଛକୁ ରଖାଯାଏ I ଏହା ଦ୍ଵାରା ମାଛର ଜୀବନ କାଳ ୪ ମାସରୁ ୬ ମାସ ମଧ୍ୟରେ ବୃଦ୍ଧି ପାଇଥାଏ।

ମାଛ (fish) ଗୁଣବତ୍ତାର ପର୍ଯ୍ୟବେକ୍ଷଣ: ମାଛର ଗୁଣବତ୍ତା ବା କ୍ବାଲିଟି, ଏହାର ପୋଷଣ ମୂଲ୍ଯ, ପରିପୂର୍ଣ୍ଣତା ବା ସମ୍ପୂର୍ଣ୍ଣତା ଏବଂ ଉଜ୍ୱଳତା ଦ୍ଵାରା ଜଣାଯାଏ । ଏଣୁ ମାଛର ଗୁଣକୁ ରକ୍ଷା କରିବା ପାଇଁ କେତେଗୁଡିଏ ଉପାୟ ଅବଲମ୍ବନ କରାଯାଏ ।

•ମାଛକୁ ପରିଷ୍କାର ପରିଛନ୍ନ ଭାବେ ଅମଳ କରିବା ଉଚିତ |
•ଅମଳ ପରେ ମାଛର ଉପଯୁକ୍ତ ପ୍ରକ୍ରିୟା କରଣ ଚୟନ କରିବା ଉଚିତ୍।
•ମାଛ ବିକ୍ରିବଟା ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବା ଉଚିତ୍।
•ମାଛର ପ୍ରକ୍ରିୟାକରଣ କରିବା ସମୟରେ ପ୍ରତିଟି କ୍ରମରେ ମାଛର ଯେମିତିକି କୌଣସି କ୍ଷତି ନ ହୁଏ ଏବଂ ତାହାର ଗୁଣବତ୍ତା ଉପରେ ପ୍ରଭାବ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବା ଉଚିତ।

ମାଛର ବିକ୍ରିବଟା : ଏହା କୃଷକଠାରୁ ଗ୍ରାହକ ପର୍ଯ୍ୟନ୍ତ ମାଛ କିମ୍ବା ମାଛ ଉତ୍ପାଦର ପ୍ରବାହରେ ସମସ୍ତ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ କରେ । ମାଛ ଅମଳ କରିସାରିବା ପରେ ନିଜ ଆବଶ୍ୟକତା ଠାରୁ ଅଧିକ ମାଛ କୁ ଶୀଘ୍ର ବିକ୍ରି କରିଦେବା ଉଚିତ । ଏଥିପାଇଁ ସ୍ଵତନ୍ତ୍ର ବଜାର ତିଆରି କରିବା ଉଚିତ୍ । ବଜାରରେ ଉପଭୋକ୍ତା ମାନଙ୍କୁ ଅକୃଷ୍ଟ କରିବା ପାଇଁ ମାଛକୁ ବରଫରେ ରଖି ସାଧାରଣତଃ ଦୃଶ୍ୟମାନ କରାଯାଏ। ଯଦି ବିକ୍ରୟ ସମୟରେ ମାଛକୁ କାଟିବାକୁ ହୁଏ ତାହା ହେଲେ ତାର ଅବଶିଷ୍ଟାଂଶ କୁ ଏଣେତେଣେ ନପକାଇ ଗୋଟିଏ ପାତ୍ରରେ ଅଲଗା ରଖିବା ଉଚିତ୍, ଯାହାଦ୍ଵାରା କି ତଟକା ମାଛ ପ୍ରଭାବିତ ହୋଇ ନଥାଏ । ଏବଂ ପରିବେଶ ସ୍ୱଚ୍ଛ ରହିଥାଏ। ସର୍ବଦା ମାଛ ରଖା ଯାଉଥିବା ସ୍ଥାନକୁ ପରିଷ୍କାର ରଖିବା ଉଚିତ୍ । ୧୦୦ ପି.ପି.ଏମ କ୍ଲୋରିନ୍ (ସୋଡିୟମ ହାଇପୋ କ୍ଲୋରାଇଟ) କୁ ବ୍ୟବହାର କରି ମାଛ (fish) ରଖାଯାଉଥିବା ପ୍ଲାଟଫର୍ମକୁ ସଫା କରାଯାଏ।

ମାଛ ବର୍ଯ୍ୟବସ୍ତୁର ପରିଚାଳନା ଓ ବିନିଯୋଗ : ମାଛର ବର୍ଯ୍ୟବସ୍ତୁ ସାଧାରଣତଃ ୨ ପ୍ରକାରରେ ବାହାରି ଥାଏ । ସେଗୁଡିକ ହେଲା କଠିନ ଏବଂ ତରଳ ବର୍ଯ୍ୟବସ୍ତୁ । କଠିନ ବର୍ଯ୍ୟବସ୍ତୁ ଗୁଡ଼ିକ ହେଲା ମାଛ ଗୁଣ୍ଡ, ଗାଲିସି, ଚର୍ମ, ଅନ୍ତଃନାଳୀ, କଣ୍ଟା, ଲାଞ୍ଜ ଏବଂ ମଲାମାଛ I ସେହିପରି ତରଳ ବର୍ଯ୍ୟବସ୍ତୁ ଗୁଡ଼ିକ ହେଲା ମାଛ ସଫା କରାଯାଉଥିବା ପାଣି, ମାଛ କାଟିବା ବେଳେ ବାହାରୁଥିବା ରକ୍ତ, ମାଛ ଧୋଇବା ପାଇଁ ବ୍ୟବହୃତ ଲୁଣିପାଣି ଇତ୍ୟାଦି। ଏହି ବର୍ଯ୍ୟବସ୍ତୁ ଗୁଡ଼ିକ ଠିକ୍ ଭାବରେ ବିନିଯୋଗ କରିବା ଉଚିତ୍, ଯେପରିକି ଏହା ଦ୍ଵାରା କୌଣସି ପରିବେଶ ପ୍ରଦୂଷଣ ହେବ ନାହିଁ ଅର୍ଥାତ୍ କୌଣସି ଏକ ଖାତ ଖୋଳି ରଖିବା ଏବଂ ସେଥିରୁ କମ୍ପୋଷ୍ଟ ତିଆରି କରାଯାଇ ପାରିବ। ଏହି କଠିନ ବାର୍ଯ୍ୟବସ୍ତୁକୁ ବ୍ୟବହାର କରି ଫିସ୍ ମିଲ୍ ଏବଂ ଫିସ୍ ସିଲେଜ୍ ତିଆରି କରାଯାଏ। ଯେଉଁଟାକୁ ଗୃହ ପାଳିତ ପଶୁମାନଙ୍କର ଖାଦ୍ୟ ରୂପେ ବ୍ୟବହାର କରାଯାଏ । ବର୍ଯ୍ୟବସ୍ତୁକୁ ବ୍ୟବହାର କରି ବିଭିନ୍ନ ଔଷଧ ମଧ୍ୟ ତିଆରି କରାଯାଏ । ମାଛ (fish) ର କଣ୍ଟାକୁ ବ୍ୟବହାର କରି ବିଭିନ୍ନ ଆକର୍ଷଣୀୟ ଗହଣା ଅଳଙ୍କାର ମାନ ତିଆରି କରାଯାଏ, ଯାହାର ଚାହିଦା ବଜାରରେ ମଧ୍ୟ ରହିଛି। ଏହି ଭଳି ଭାବରେ ମାଛର ବର୍ଯ୍ୟବସ୍ତୁ ନଷ୍ଟ ନକରି ସେଥିରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ବିନିଯୋଗ କରାଯିବା ଆବଶ୍ୟକ।

ଡଃ ସୁଶ୍ରୀ ରତ୍ନମଞ୍ଜରୀ ସେନାପତି
ସହକାରୀ ମତ୍ସ୍ୟ ଅଧିକାରୀ, ବାଲିପାଟଣା ବ୍ଳକ୍, ଖୋର୍ଦ୍ଧା
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର

ଅମଳ ସମୟରେ ମାଛର ଯତ୍ନ

GFBN Story: ଜିଆଖତ ଦେଉଛି ବର୍ଷକୁ ରୋଜଗାର ୩୦ ଲକ୍ଷ ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ