
Benefits of Black Potao Farming
ଆମେ ଭାରତୀୟ ଆଳୁ(Potato) ଖାଇବାକୁ ବେଶ୍ ପସନ୍ଦ କରିଥାଉ । ବିଭିନ୍ନ ତରକାରୀ ସିଏ ଆମିଷ ହେଉ ଅବା ନିରାମିଷ ସବୁଥିରେ ଆମେ ଆଳୁ ମିଶେଇ ରାନ୍ଧିବାକୁ ବିଲକୁଲ୍ ଭୁଲିନଥାଉ । ରୋଷେଇ ଘରେ ଅନ୍ୟ କିଛି ପରିବା ଥାଉ ଅବା ନଥାଉ ମାତ୍ର ଆଳୁର ଉପସ୍ଥିତି ଥୟ ।ସେଥିପାଇଁ ଆଳୁକୁ ପରିବା ମାନଙ୍କର ରାଜା ବୋଲି କୁହାଯାଏ । ସାଧାରଣତଃ ବଜାରରେ ଦୁଇ ପ୍ରକାର ଆଳୁ ମିଳେ। ଗୋଟେ ହେଲା ମାଟି ଆଳୁ ବା ଦେଶୀ ଆଳୁ ଏବଂ ଅନ୍ୟଟି ହେଲା ବିଲାତ ଆଳୁ ବା ବିଦେଶୀ ଆଳୁ, ଯାହା ପ୍ରତିଟି ଘରେ ଘରେ ଖିଆ ଯାଉଥିବା ସାଧାରଣ ଆଳୁ ।ମାତ୍ର କ’ଣ କେବେ ଆପଣ କଳା ଆଳୁ ବିଷୟରେ ଶୁଣିଛନ୍ତି କି?
ମାଟି ଆଳୁ ବା ଖାଲି ଆଳୁରେ ସାଧାରଣ ଚାଷୀ ବିଶେଷ କିଛି ଲାଭବାନ ହୋଇନଥାଏ । ଏମିତିରେ ଆଳୁ ଖାଇବାକୁ ଡାକ୍ତରମାନେ ବାରଣ କରୁଛନ୍ତି । ମଧୁମେହ ଭଳି ରୋଗୀଙ୍କ ପାଇଁ ଆଳୁ ଖାଇବାକୁ ଏକ ପ୍ରକାର ବାରଣ କରାଯାଇଛି । କାରଣ ଏଥିରେ ଶ୍ୱେତସାର ଅଧିକମାତ୍ରାରେ ଥାଏ । ଯାହା ସ୍ୱାସ୍ଥ ପାଇଁ ସେତେଟା ଭଲ ନୁହେଁ ।
କିନ୍ତୁ କଳା ଆଳୁ ଏହାର ଠିକ୍ ବିପରୀତ । ଏହା ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ ଏହାର ଦାମ ମଧ୍ୟ ଅଧିକ । ଏହି ଆଳୁ କିଲୋଗ୍ରାମ ପିଛା ୩୦୦ରୁ ୫୦୦ ଟଙ୍କା ଯାଏଁ ବିକ୍ରି ହେଉଛି । ଯାହା ଦ୍ୱାରା ଚାଷୀ ମଧ୍ୟ ବିଶେଷ ଉପକୃତ ହୋଇପାରିବ । ଏହା ମଧ୍ୟ ଏକ ପ୍ରକାର ବିଲାତ ଆଳୁ ବା ବିଦେଶୀ ଆଳୁ । ଏବେ ଏହି ଆଳୁ ଭାରତରେ ମଧ୍ୟ ଉତ୍ପାଦନ ହେଉଛି ।
ସାଧାରଣତଃ ଏହି ଆଳୁ ଆମେରିକାର ଆଣ୍ଡାମାନ ସହରର ପାର୍ବତ୍ୟ ଅଞ୍ଚଳରେ ଚାଷ କରାଯାଏ । କିନ୍ତୁ ବିହାର ଜଣେ ଚାଷୀ ପରୀକ୍ଷଣ ଭାବରେ ଏହି ଆଳୁ ଉତ୍ପାଦନ କରିଛନ୍ତି । ଗୟାର ଜଣେ କୃଷକ ଆଶିଷ କୁମାର ସିଂ ନିଜ ଗାଁ ଗୁଳିଆଚାକରେ ଚାଷ କରିଛନ୍ତି କଳା ଆଳୁ (Black Potato) । ଯାହାର ପ୍ରଥମ ଅମଳ ପରେ ସ୍ଥାନୀୟ ଲୋକେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ମାତ୍ର ୧୪ କି.ଗ୍ରା ବିହନରୁ ଚାଷ (Farming) ଆରମ୍ଭ କରିଥିଲେ ଆଶିଷ । ନଭେମ୍ୱର ମାସ ୧୦ ତାରିଖରେ ଆଶିଷ ନିଜ କ୍ଷେତରେ ବିହନ ବୁଣିଥିଲେ। ପରେ କ୍ଷେତର ଉପଯୁକ୍ତ ଯତ୍ନ ମଧ୍ୟ ନେଇଥିଲେ । ମାତ୍ର ୪ମାସ ପରେ ମାର୍ଚ୍ଚ ୧୩ରେ ଆଶିଷ କ୍ଷେତରୁ କଳା ଆଳୁ ଅମଳ କରିଛନ୍ତି । ମାତ୍ର ୧୪ କେଜି ଆଳୁ ମଞ୍ଜି ରେ ସେ ଦେଢ କ୍ୱିଣ୍ଟାଲ ଆଳୁ ଉତ୍ପାଦନ କରିପାରିଛନ୍ତି ।
ବଜାରରେ ଚାହିଦା ଅଧିକ
ଅନେକ ଔଷଧୀୟ ଗୁଣରେ ଭରପୁର ଏହି କଳା ଆଳୁ । ଯେଉଁ କାରଣରୁ ବଜାରରେ ଏହାର ଚାହିଦା ମଧ୍ୟ ଅଧିକ । ଏଥିରେ ଅନେକ ରୋଗ ଦୂର କରିବାର ଦକ୍ଷତା ରହିଛି । କିଲୋ ପିଛା ୩୦୦ ଟଙ୍କା ଏହି ଆଳୁର ଦାମ ରହିଛି ।
କିଲୋଗ୍ରାମ ହାରରେ ୩୦୦-୫୦୦ ଟଙ୍କା
ଏଥର ଏକ ପରୀକ୍ଷଣ ଭାବରେ ୧୪ କିଲୋଗ୍ରାମ ଆଳୁ ରୋପଣ କରାଯାଇଥିଲା । ଯେଉଁଥିରେ ୧ କ୍ୱିଣ୍ଟାଲ ୨୦ କିଲୋଗ୍ରାମ ଆଳୁ ଉତ୍ପାଦିତ ହୋଇଛି । କୃଷକ ଆଶିଷ କହିଛନ୍ତି ଯେ ସେ ଏହାକୁ କିଲୋଗ୍ରାମ ପ୍ରତି ୩୦୦ ରୁ ୫୦୦ ଟଙ୍କା ମୂଲ୍ୟରେ ବିକ୍ରି କରିବେ । ଆଶିଷ ଏହି ଆଳୁକୁ ତାଙ୍କ ଆଖପାଖର ଅନ୍ୟ କୃଷକମାନଙ୍କୁ ଦେବେ ଏବଂ ଯେପରି ଏହି ଚାଷର ପ୍ରୋତ୍ସାହନ ହୋଇପାରିବ । ତେବେ ଏହାର ଚାହିଦା ପଞ୍ଜାବ ଏବଂ ଛତିଶଗଡ ଭଳି ରାଜ୍ୟରେ ରହିଛି ।
ରାଜ୍ୟରେ ଆଜିଠୁ ଆରମ୍ଭ ହେଲା “ବାଲ୍ ଆଧାର” ଯୋଜନା, ଶିଘ୍ର କରନ୍ତୁ ପଞ୍ଜିକରଣ....
ଔଷଧୀୟ ଗୁଣରେ ଭରପୁର ଅନନ୍ତମୂଳ, ଭଲ କରିଦେବ ଶରୀରର ବିଭିନ୍ନ ପ୍ରକାରର ରୋଗ
Share your comments