
Cabbage Growing Tips
ଶୀତଦିନିଆ ପନିପରିବା ମଧ୍ୟରେ ବନ୍ଧାକୋବି ଅନ୍ୟତମ। ଶୀତ ଦିନ ଆସିଲେ ସମସ୍ତଙ୍କୁ ମନେ ପଡ଼େ କୋବି କଥା । ଶୀତ ଋତୁରେ ବଜାରରେ ବିଭିନ୍ନ ପ୍ରକାର କୋବି ଦେଖିବାକୁ ମିଳିଥାଏ । କାହାକୁ ବନ୍ଧା କୋବି ଖାଇବାକୁ ଭଲ ଲାଗେ ତ ଆଉ କାହାକୁ ଫୁଲ କୋବି । ତେବେ ଏହି ପରିବା ଶୀତ ଦିନରେ ବିଶେଷ ଭାବେ ଚାଷ କରାଯାଇଥାଏ ।
ଆଉ ଶୀତ ଦିନିଆ ଫଳ ହୋଇଥିବାକୁ ଅନ୍ୟ ଋତୁମାନଙ୍କ ଅପେକ୍ଷା ଏହା ଶୀତ ଋତୁରେ ପାଟିକୁ ଅଧିକ ସୁଆଦିଆ ଲାଗିଥାଏ ।ତେବେ ଆଜି ଆମେ ଜାଣିବା ବନ୍ଧା କୋବି ଫସଲ ପାଇଁ ଉନ୍ନତମାନର ପ୍ରଣାଳୀ, ଉପଯୁକ୍ତ ଜଳବାୟୁ ଏବଂ ଆବଶ୍ୟକୀୟ ସାମଗ୍ରୀ ।
ବନ୍ଧାକୋବି ଚାଷ ପାଇଁ ଦୋରସା ମାଟି ଆବଶ୍ୟକ। ପାଣି ଜମୁନଥିଲେ ପ୍ରାୟ ସବୁ ମାଟିରେ ଏହା ଭଲ ଭାବରେ ଚାଷ ହୋଇପାରିବ।ଆସନ୍ତୁ ଜାଣିବା ଏଥି ପାଇଁ ବ୍ୟବହୃତ ହୋଉଥିବା ସାର ସମ୍ପର୍କରେ...
ଖତ ସାର
ପ୍ରତି ହେକ୍ଟର ପାଇଁ ୨୦ - ୨୫ ଟନ୍ ସଢା ଗୋବର ଖତ ସହିତ ୧୫୦ କି.ଗ୍ରା ଯବକ୍ଷାରଜାନ, ୬୦ କିଗ୍ରା ଫସଫରସ୍ ଏବଂ ୬୦ କି.ଗ୍ରା ପୋଟାସ୍ ସାର ଦେବା ଆବଶ୍ୟକ। ଚାଷ ସମୟରେ ସମସ୍ତ ଗୋବର ଖତ ସହ ସମ୍ପୂର୍ଣ୍ଣ ଫସଫରସ୍ ଅଧା ପୋଟାସ ଏବଂ ଏକ ଚାଷ କଲେ ହେକ୍ଟରକୁ ପ୍ରାୟ ୨୫୦ କ୍ୱିଣ୍ଟାଲ ତୃତୀୟ ଅଂଶ ସାରକୁ ପ୍ରୟୋଗ କରିବା ଆବଶ୍ୟକ । ଗଛ ଲଗାଇବାର ୩୦ ଦିନରେ ଏକ ତୃତୀୟାଂଶ ଯବକ୍ଷାରଯାନ, ୪୫ ଦିନରେ ବାକି ଥୁବା ଏକ ତୃତୀୟ ଅଂଶ ଯବକ୍ଷାରଯାନ ଏବଂ ଅଧା ପୋଟାସ୍ ପ୍ରୟୋଗ କରିବା ଉଚିତ୍ ।
ବିହନ ପରିମାଣ
ସଅଳ କିସମ ପାଇଁ ହେକ୍ଟର ପ୍ରତି ୫୦୦ ଗ୍ରାମ୍ ମଞ୍ଜି ଦରକାର କିନ୍ତୁ ବିଳମ୍ବ କିସମ ପାଇଁ ୩୦୦ ଗ୍ରାମ୍ ମଞ୍ଜି ଆବଶ୍ୟକ । ମଞ୍ଜି ଲଗାଇବା ପୂର୍ବରୁ ଏକ କିଲୋଗ୍ରାମ୍ ମଞ୍ଜିକୁ ୩ ଗ୍ରାମ୍ କାପଟାନ୍ କିମ୍ବା ୨ ଗ୍ରାମ୍ ଥିରାମ ଦେଇ ବିଶୋଧନ କରିବା ଉଚିତ୍ ।
ଚାରା ରୋଇବା
ତଳି ୨୧ରୁ ୩୦ ଦିନ ଭିତରେ ହେଲେ ଏବଂ ୩ -୪ ପତ୍ର ବିଶିଷ୍ଟ ହେଲା ପରେ ମୁଖ୍ୟ ଜମିରେ ରୋଇବା କଥା । ସଅଳ କିସମ ପାଇଁ ସେପ୍ଟେମ୍ବର ଏବଂ ବିଳମ୍ବ କିସମ ପାଇଁ ଅକ୍ଟୋବର ପରେ ଚାରା ରୋପଣ କରିବା ଉଚିତ୍ ।
ଅମଳ
ବୈଜ୍ଞାନିକ ପ୍ରଣାଳୀରେ ବନ୍ଧାକୋବି ଚାଷ କଲେ ହେକ୍ଟରକୁ ପ୍ରାୟ ୨୫୦ କ୍ଵିଣ୍ଟାଲ ଅମଳ ମିଳିଥାଏ । ଏକ ହେକ୍ଟ ରୁ ପ୍ରାୟ ୪୦ ହଜାର ଟଙ୍କା ଲାଭ ମିଳିଥାଏ ।
ବନ୍ଧାକୋବି ନା କେବଳ ଏକ ସୁଆଦିଆ ପରିବା ବରଂ ଏହା ଏକ ଲାଭଜନକ ଚାଷ ମଧ୍ୟ । ସମସ୍ତ ପ୍ରଣାଳୀକୁ ଉଚିତ୍ ଢଙ୍ଗରେ ଅନୁସରଣ କରି ଯଦି ଆମେ ଏହାକୁ ଚାଷ କରିଥାଉ ଏଥିରୁ ଆମେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସମ୍ଭାବନା ରହିଥାଏ ।
ଘରେ ତିଆରି କରନ୍ତୁ ମାଣ୍ଡିଆ ଲଡ଼ୁ, ଜାଣନ୍ତୁ ପ୍ରସ୍ତୁତୀ ପ୍ରଣାଳୀ....
Share your comments