
Cow urine is the best fertizer..pic credit: www.pexels.com
ଅଧିକାଂଶ କୃଷକ ଭାବନ୍ତି ଯେ କେବଳ ରାସାୟନିକ ସାର ବ୍ୟବହାର କରି ଅଧିକ ଅମଳ ଆମେ ପାଇପାରିବା କିନ୍ତୁ ତାହା ନୁହେଁ। ଯଦି କୃଷକ ଭାଇମାନେ ଜୈବିକ ଉପାୟରେ ଚାଷ କରିବେ, ତେବେ ସେମାନେ ମଧ୍ୟ ଭଲ ରୋଜଗାର କରିପାରିବେ ।ଏଥି ସହ ପରିବେଷ ଓ ପ୍ରକୃତ୍ତିକୁ ସୁସ୍ଥ ରଖିପାରିବେ । ଏଥିପାଇଁ ସେମାନଙ୍କୁ ଗାଈ ଗୋବର ଏବଂ ଭର୍ମିକମ୍ପୋଷ୍ଟକୁ ସାର ଭାବରେ ବ୍ୟବହାର କରିବାକୁ ପଡ଼ିବ ।ଏହା ସତ୍ତ୍ୱେ ବିଶ୍ୱ ଧୀରେ ଧୀରେ ଜୈବିକ ଚାଷ ପଦ୍ଧତ୍ତି ଆଡ଼କୁ ଗତି କରୁଛି । ଜୈବିକ ପ୍ରଣାଳୀ ଦ୍ୱାରା ଉତ୍ପାଦିତ ଫଳ ଏବଂ ପନିପରିବାର ମୂଲ୍ୟ ମଧ୍ୟ ବହୁତ ଅଧିକ ।
ବିଶେଷ କଥା ହେଉଛି ସରକାର ମଧ୍ୟ କୃଷକମାନଙ୍କୁ ଜୈବିକ ଚାଷ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏପରି ଦେଶରେ ଅନେକ କୃଷକ ଅଛନ୍ତି, ଯେଉଁମାନେ ଜୈବିକ ଉପାୟରେ ପନିପରିବା ଚାଷ କରି ଭଲ ରୋଜଗାର କରିପାରିବେ ।ଏପରି ଜଣେ ଉଦ୍ୟୋଗୀ କୃଷକ ହେଉଛନ୍ତି ଉତ୍ତରପ୍ରଦେଶର ବୁଲନ୍ଦଶାହରରେ ଅବସ୍ଥିତ ଶିବକୁମାର ।ଶିବକୁମାର ଗତ କିଛି ବର୍ଷ ହେବ ତାଙ୍କ ଗାଁ ଜିନାଉରା ନାଙ୍ଗଲିରେ ପନିପରିବା ଚାଷ କରିଆସୁଥିଲେ। ପୂର୍ବରୁ ଶିବ କୁମାର ନିଜ ଜମିରେ ସାର ଭାବରେ ଗୋବର ଓ ଗାଈ ମୂତ୍ର ବ୍ୟବହାର କରିଆସୁଥିଲେ । ଏହା ଦ୍ୱାରା ଭଲ ଫସଲ ଅମଳ ହେବା ସହ ସେ ନିଜ ଜମିରେ ଉତ୍ପାଦିତ ପନିପରିବାକୁ ବିକ୍ରୟ ଭଲ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି ।
୫ ଏକର ଜମିରେ ଲାଉ ଓ ଜହ୍ନି ଚାଷ କରି ଲାଭବାନ-
କୃଷକ ଶିବକୁମାର ନିଜ ଗାଁରେ ୫ ଏକର ଜମିରେ ଲାଉ ଏବଂ ଜହ୍ନି ଚାଷ କରିଛନ୍ତି । ସେ କହିଛନ୍ତି ଯେ ସେ ଦୀର୍ଘ ବର୍ଷ ଧରି ପନିପରିବା ଚାଷ କରିଆସୁଛନ୍ତି ଏବଂ କେବଳ ଗାଈ ଗୋବର ଏବଂ ଗୋମୂତ୍ରକୁ ଖତ ଭାବରେ ବ୍ୟବହାର କରିଆସୁଛନ୍ତି। ସେ ନିଜ ଫସଲରେ କୀଟନାଶକ ଏବଂ ରାସାୟନିକ ସାର ସ୍ପ୍ରେ କରନ୍ତି ନାହିଁ । ଏହି କାରଣରୁ, ସେମାନଙ୍କର ପନିପରିବା ଶୀଘ୍ର ନଷ୍ଟ ହୁଏ ନାହିଁ ଏବଂ ସ୍ୱାଦ ମଧ୍ୟ ଭଲ ଅଟେ ।
ସାର ଭାବରେ ଗାଈ ଗୋବରର ବ୍ୟବହାର ଅମଳ ବୃଦ୍ଧି କରିଥାଏ-
ଶିବକୁମାରଙ୍କ ଅନୁଯାୟୀ ଗାଈ ମୂତ୍ର ଏବଂ ଗାଈ ଗୋବରକୁ ସାର ଭାବରେ ବ୍ୟବହାର କଲେ ଅମଳ ବୃଦ୍ଧି ପାଇଥାଏ। ଏହା ସହିତ ବଜାରରେ ଜୈବିକ ପନିପରିବାର ଚାହିଦା ମଧ୍ୟ ଅଧିକ । ଯଦି କୃଷକ ଭାଇମାନେ ଜୈବିବ ପ୍ରଣାଳୀ ସହିତ ପନିପରିବା ଚାଷ କରନ୍ତି, ତେବେ ସେମାନେ କମ୍ ମୂଲ୍ୟରେ ଅଧିକ ଲାଭ ପାଇ ପାଇବେ । ସେ କହିଛନ୍ତି ଯେ ପନିପରିବା ମଞ୍ଜି ବୁଣିବା ପୂର୍ବରୁ କ୍ଷେତରେ ଏକ ଗାତ ଖୋଳି ଗାଈ ଗୋବର ଏବଂ ଗାଈ ମୂତ୍ରରୁ ଖତ ତିଆରି କରାଯାଏ। ଏହା ପରେ ମଞ୍ଜି ବୁଣାଯାଏ । ଶିବକୁମାର କହିଛନ୍ତି ଯେ ମଞ୍ଜି ବୁଣିବାର ଦୁଇରୁ ତିନି ଦିନ ବ୍ୟବଧାନରେ ଗାଈ ମୂତ୍ର ସହିତ ଜଳସେଚନ କରାଯାଇଥାଏ। ଏହି କାରଣରୁ ଉଦ୍ଭିଦ ଉପରେ କୀଟନାଶକ ଆକ୍ରମଣ ହୁଏ ନାହିଁ । ଏହା ସହିତ ଭଲ ଅମଳ ମଧ୍ୟ ହୋଇଥାଏ ।
Share your comments