1. କୃଷି ବିଶ୍ବକୋଷ

ତାଳସଜ ଜୋଗାଇଛି ରୋଜଗାରର ପନ୍ଥା...

ମିଳୁଥିବା ତାଳସଜ ଗ୍ରୀଷ୍ମତାପରୁ ଶରୀରକୁ ଆଶ୍ୱସ୍ଥି ଦେଇ କିଛି ସମୟ ପାଇଁ ସତେଜ କରିଦିଏ। ବର୍ତ୍ତମାନ ଖରା ଦିନେ ତାଳସଜ ବିକ୍ରି କରି ସେମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି ଅନେକ ଲୋକ। ବିଭିନ୍ନ ସ୍ଥାନରୁ ତାଳ ତୋଳି ଯୁବକମାନେ ବିଭିନ୍ନ ହାଟ ଓ ବଜାରକୁ ଆଣି ବିକ୍ରୟ କରୁଛନ୍ତି। ତାଳ କ୍ରୟ ପାଇଁ ସେମାନଙ୍କ ନିକଟରେ ଲୋକଙ୍କ ଭିଡ ଜମୁଥିବା ପରିଲକ୍ଷିତ ହେଉଛି।

Priyambada Rana
Priyambada Rana
Paddy Palm in Summer Season

Paddy Palm in Summer Season

ଖରାଦିନେ ଥଣ୍ଡା ପାନୀୟର ରହିଛି ଅନେକ ଚାହିଦା। ପ୍ରଚଣ୍ଡ ଗ୍ରୀଷ୍ମତାପରୁ ଟିକେ ଆଶ୍ୱସ୍ଥ ପାଇବା ଲାଗି ଲୋକେ ପଇଡ, ବିଭିନ୍ନ କମ୍ପାନୀର ଥଣ୍ଡା ପାନୀୟକୁ ଆଦରି ନେଇଥାନ୍ତି। ମାତ୍ର ଖରାଦିନେ ମିଳୁଥିବା ତାଳସଜ ଗ୍ରୀଷ୍ମତାପରୁ ଶରୀରକୁ ଆଶ୍ୱସ୍ଥି ଦେଇ କିଛି ସମୟ ପାଇଁ ସତେଜ କରିଦିଏ। ବର୍ତ୍ତମାନ ଖରା ଦିନେ ତାଳସଜ ବିକ୍ରି କରି ସେମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି ଅନେକ ଲୋକ। ବିଭିନ୍ନ ସ୍ଥାନରୁ ତାଳ ତୋଳି ଯୁବକମାନେ ବିଭିନ୍ନ ହାଟ ଓ ବଜାରକୁ ଆଣି ବିକ୍ରୟ କରୁଛନ୍ତି। ତାଳ କ୍ରୟ ପାଇଁ ସେମାନଙ୍କ ନିକଟରେ ଲୋକଙ୍କ ଭିଡ ଜମୁଥିବା ପରିଲକ୍ଷିତ ହେଉଛି।

ଖରାଦିନେ ଥଣ୍ଡା ପାନୀୟର ରହିଛି ଅନେକ ଚାହିଦା। ପ୍ରଚଣ୍ଡ ଗ୍ରୀଷ୍ମତାପରୁ ଟିକେ ଆଶ୍ୱସ୍ଥ ପାଇବା ଲାଗି ଲୋକେ ପଇଡ, ବିଭିନ୍ନ କମ୍ପାନୀର ଥଣ୍ଡା ପାନୀୟକୁ ଆଦରି ନେଇଥାନ୍ତି। ମାତ୍ର ଖରାଦିନେ ମିଳୁଥିବା ତାଳସଜ ଗ୍ରୀଷ୍ମତାପରୁ ଶରୀରକୁ ଆଶ୍ୱସ୍ଥି ଦେଇ କିଛି ସମୟ ପାଇଁ ସତେଜ କରିଦିଏ। ତାଳଗଛକୁ ଯାଇ ଲୋକେ ଭିନ୍ନ ଭିନ୍ନ ଉପାୟରେ ଗଛ ଚଢି ତାଳସଜକୁ ହାଣି ତଳକୁ ଆଣିଥାନ୍ତି । ତା ପରେ ତାଳ ଫଳର ଚାରିପଟେ ରୁଣ୍ଡ ହୋଇ ଖାଇଥାନ୍ତି ତାଳସଜ । ପିଲାଠୁ ବୁଢା ସମସ୍ତ ଙ୍କ ପାଇଁ ଖରାଦିନେ ତାଳସଜ ଖାଇବାର ମଜା ନିଆରା ହୋଇଥିବାବେଳେ ଲାଗେ ସତେ ଯେମିତି ନୂଆଣିଆ ଫଳ । ବର୍ତ୍ତମାନ ଆମ ରାଜ୍ୟର ବିଭିନ୍ନ ରାସ୍ତା ଏବଂ ଛକ ମାନଙ୍କରେ ମଧ୍ୟ ତାଳସଜର ଆସର ଦେଖିବାକୁ ମିଳୁଛି ।

ବିଭିନ୍ନ ଗାଁ ଗଣ୍ଡାରେ ତାଳଗଛ ବହୁଳ ମାତ୍ରାରେ ଥିବାରୁ ଖରାଦିନେ ଲୋକେ ତାଳସଜ ଖାଇବାର ମଜା ଉଠାଇଥାନ୍ତି ।  କେହି କେହି ଏହି ତାଳସଜକୁ ଆଣି ରାସ୍ତା କଡରେ ବିକ୍ରି କରି ବେଶ ଦୁଇପଇସା ମଧ୍ୟ ରୋଜଗାର କରିଥାନ୍ତି । ଆଉ ଉଦୁଉଦିଁଆ ଖରାବେଳଟାରେ ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କର ଗହଳି ଲାଗେ ତାଳସଜ ଆସରରେ । କେମିକାଲ ଯୁକ୍ତ କୋଲଡ୍ରିଙ୍କ୍ସ ନ ପିଇ ଲୋକେ ତାଳସଜ ଖାଇ ପେଟକୁ ଥଣ୍ଡା ରଖିଥାନ୍ତି ।

ଖରା ଯେତିକି ବଢୁଛି ସେ ଅନୁପାତରେ ତାଳସଜର ଚାହିଦା ବଢିଚାଲିଥିବାବେଳେ ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବାଟୋଇମାନଙ୍କ ପାଇଁ ତାଳସଜ ସାଜିଛି ଉତ୍ତମ ଖାଦ୍ୟ ।

ରୋଜଗାର ଦେଇଛି ପିଜୁଳିଚାଷ , ଲକ୍ଷ ଲକ୍ଷ ଟଙ୍କା ରୋଜଗାର

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments