1. କୃଷି ବିଶ୍ବକୋଷ

କେଉଁ ମାଟିରେ କେଉଁ ଚାଷ କରାଯାଏ ଜାଣିଛନ୍ତି କି ?

ମାଟିକୁ ଭିତି କରି ବିଭିନ୍ନ ଅଞ୍ଚଳର କୃଷି କାର୍ଯ୍ୟ ଏବଂ ଫସଲ ମଧ୍ୟ ଅଲଗା ଅଲଗା ହୋଇଥାଏ l ବିଭିନ୍ନ ଅଞ୍ଚଳର ଭୂମିରୂପ ଏବଂ ଜଳବାୟୁକୁ ନେଇ ସେହି ଅଞ୍ଚଳର ମୃତ୍ତିକାର ଗଠନ ହୋଇଥାଏ |

Rajashree
Rajashree
Different soil of odisha

Different soil of odisha

ଆମ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ମାଟି ଦେଖିବାକୁ ମିଳିଥାଏ | ମାଟିକୁ ଭିତି କରି ବିଭିନ୍ନ ଅଞ୍ଚଳର କୃଷି କାର୍ଯ୍ୟ ଏବଂ ଫସଲ ମଧ୍ୟ ଅଲଗା ଅଲଗା ହୋଇଥାଏ l ବିଭିନ୍ନ ଅଞ୍ଚଳର ଭୂମିରୂପ ଏବଂ ଜଳବାୟୁକୁ ନେଇ ସେହି ଅଞ୍ଚଳର ମୃତ୍ତିକାର ଗଠନ ହୋଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ମୃତ୍ତିକାର ପ୍ରକାର ଭେଦ |

ଲାଲ୍ ମାଟି:-

ଲାଲ୍ ମାଟିରେ ଲୌହ ଅକସାଇଡ କର୍ଦ୍ଦମର ବହୁଳତା ହେତୁ ରଙ୍ଗ ଲାଲ୍(Red soil)ଦେଖାଯାଏ । ଏଗୁଡିକ ବୟନ ମଧ୍ୟମ, ଦାନାଗଠନ ଦୁର୍ବଳ, ଜଳସାରଣ ଶକ୍ତି, ସ୍ୱଳ୍ପ । ଜୈବିକ ପଦାର୍ଥ ସ୍ୱଳ୍ପରୁ ମଧ୍ୟମ । ଏହି ମାଟିର ଫସଲ ଉତ୍ପାଦିକା ଶକ୍ତି ଅନ୍ୟ ମାଟି ଅପେକ୍ଷା କମ ଥାଏ । ଧାନ, ମକା, ମାଣ୍ଡିଆ, ହରଡ, ଚିନାବାଦାମ ଅଳସୀ, ସୋୟାବିନ, କପା, ସୋରିଷ ପ୍ରଭୃତି ଫସଲ ଚାଷ ପାଇଁ ଏହା ଉପଯୁକ୍ତ | ଆମ ରାଜ୍ୟର କୋରାପୁଟ, କଳାହାଣ୍ଡି, ଫୁଲବାଣୀ, ସମ୍ବଲପୁର, କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ପାର୍ବତ୍ୟାଞ୍ଚଳରେ ବିସ୍ତୃତ ଭାବରେ ଲାଲମାଟି ଦେଖାଯାଏ |

ଲାଟେରାଇଟ ବା ଗେରୁଆ ମୃତ୍ତିକା: -

ଲୌହ ଓ ଆଲୁମିନିୟମ ଅକସାଇଡର ବହୁଳତା ହେତୁ ଏହି ମାଟିର (laterite soil)ରଙ୍ଗ ଗେରୁଆ ହାଇଥାଏ | ପୃଷ୍ଠତଳରୁ ୨ମିଟର ଗଭୀରତା ମଧ୍ୟରେ ମାଙ୍କଡା ପଥର ସ୍ତର ଥାଏ | ଏହି ମାଙ୍କଡା ପଥରକୁ ଖଣ୍ଡ ଖଣ୍ଡ କରି କାଟି ଆଣି ବାହାରେ ରଖିଲେ ତାହା କଠିନ ହୋଇଯାଏ । ଏଗୁଡିକୁ ଘରର କାନ୍ଥ, ଚଟାଣ ନିର୍ମାଣ ପାଇଁ ବ୍ୟବହାର କରାଯାଏ | ଏହି ମୃତ୍ତିକା ହାଲୁକା, ଶୁଷ୍କ ଓ ଆଂଶିକ ଆର୍ଦ୍ର ଅବସ୍ଥାରେ ହୁଗୁଳା । ଏହାର ଜଳ ଭେଦ୍ୟତା ଖୁବ୍ ଅଧିକ, କିନ୍ତୁ ଜଳ ଧାରଣ ଶକ୍ତି ଖୁବ୍ କମ୍ | ଜୈବ ପଦାର୍ଥ, ଗ୍ରହଣୀୟ ଫସଫରସ୍, କାଲସିଅମ, ମାଗ୍ନେସିୟମ, ମଲିବଡେନିମ୍, ବୋରନ୍ ପ୍ରଭୃତି ଅଭାବ ଥିବାରୁ ଏଗୁଡ଼ିକର ମୋଟାମୋଟି ଉତ୍ପାଦିକା ଶକ୍ତି କମ୍ | ଧାନ, ମୁଗ, ଚଣା, ହରଡ, ଚିନାବାଦାମ, ବିଲାତିଆଳୁ , ମକା, ବାଜରା ପ୍ରଭୃତି ଫସଲ ଏହି ମାଟିରେ (laterite soil)ଚାଷ କରାଯାଏ | ଓଡିଶାର ଗଞ୍ଜାମ, ପୁରୀ, କଟକ ଓ ଢେଙ୍କାନାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ବିସ୍ତୃତ ଭାବରେ ଏହି ମାଟି ଦେଖାଯାଇଥଏ ।

ଲାଲ - ହଳଦୀଆ ମୃତ୍ତିକା:-

ଉଚ୍ଚ ଗଡାଣିଆ ଭୂମିର ମୃତ୍ତିକା ପାଣ୍ଡରା ଲାଲ୍ ରଙ୍ଗର ଦେଖାଯାଏ | ଏହି ମୃତ୍ତିକାରେ ଆଲୁମିନିୟମ ଗେଙ୍ଗୁଟି ବା ବକସାଇଟ ଗେଙ୍ଗୁଟି ଗୋଡି(baksait soil)ମୃତ୍ତିକା ସହିତ ମିଶି ରହିଥିବାର ଦେଖାଯାଏ । ଆର୍ଦ୍ର ଅବସ୍ଥାରେ ମୃତ୍ତିକା ଅଠାଳିଆ ଚିକିଟା ଥାଏ | ଉପମୃତ୍ତିକାରେ ଅଧିକ କର୍ଦ୍ଦମ ଥିବାରୁ ମୃତ୍ତିକାର ଜଳଭେଦ୍ୟତା କମ୍ ରହିଥଏ | ଏହି ପ୍ରକାର ମୃତ୍ତିକାର ଗ୍ରହଣୀୟତା କମ ଏବଂ ଉତ୍ପାଦିକା ଶକ୍ତି ମଧ୍ୟ କମ୍ | ଧାନ, ମାଣ୍ଡିଆ, ହରଡ, ଚିନାବାଦାମ, ମୁଗ, ବୁଟ ପ୍ରଭୃତି ଫସଲ ଏହି ମୃତ୍ତିକାରେ ଚାଷ କରାଯାଇପାରିବ | ସୁନ୍ଦରଗଡ , ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ପଶ୍ଚିମାଞ୍ଚଳରେ ଏହି ମୃତ୍ତିକା ଦେଖାଯାଇଥାଏ |

ସମୁଦ୍ରକୂଳବର୍ତ୍ତୀ ଲବଣାକ୍ତ ମୃତ୍ତିକା:-

ମୂଳତଃ ଏଗୁଡିକ ଅବବାହିକା ମୃତ୍ତିକା,ସମୁଦ୍ର ଲୁଣିପାଣିର ପ୍ରଭାବରୁ ଲବଣାକ୍ତ ମୃତ୍ତିକାରେ(Salt soil )ପରିଣତ ହୋଇଥାଏ | ଦ୍ରବୀଭୂତ ଲବଣ ଗୁଡିକ ମଧ୍ୟରେ ସୋଡିୟମ ଓ ମାଗ୍ନେସିଅମ୍ ସଲଫେଟ ଓ କ୍ଳୋରାଇଟ ଏହି ମୃତ୍ତିକାରେ (Salt soil )ବହୁଳ ଭାବରେ ଦେଖାଯାଇଥାଏ | କ୍ୟାଲସିୟମ ଓ ପଟାସିଅମ୍ କ୍ଳୋରାଇଡ ଓ ସଲଫେଟ ଅଳ୍ପମାତ୍ରାରେ ଥାଏ | ଚିଲିକା ହ୍ରଦ ଉପକୂଳ ଅଞ୍ଚଳରେ କେତେକ ସ୍ଥାନରେ ଲୁଣୀ କ୍ଷାରୀ ମୃତ୍ତିକା ଦେଖାଯାଏ । ବର୍ଷା ଋତୁରେ ଲବଣତା ହ୍ରାସ ପାଏ କିନ୍ତୁ ପୁଣି ଶୀତଦିନେ ଓ ଖରାଦିନେ ଲବଣତା ବୃଦ୍ଧି ପାଏ | ଲୁଣୀ ସହଣି ଶକ୍ତି ଥିବା ଧାନ, ମାଣ୍ଡିଆ, ସୋରିଷ , କୁସୁମୀ, ବିଲାତି ବାଇଗଣ ପ୍ରଭୃତି ଚାଷ କରାଗଲେ ଭଲ ଉତ୍ପାଦନ ମିଳେ ।

ବାଦାମୀ ମୃତ୍ତିକା:-

ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳରେ ଏହି ପ୍ରକାର ମୃତ୍ତିକା ସୃଷ୍ଟି ହୋଇଥାଏ | ନିୟମିତ ଡାଳପତ୍ର ପଡି ଅପଘଟନ ହୋଇ ପୃଷ୍ଠ ମୃତ୍ତିକାରେ ଜୈବ ଅମ୍ଳ ସୃଷ୍ଟିକରେ ଜୈବ ଅମ୍ଳ ପ୍ରଭାବରେ ଲୌହ ଦ୍ରବଣୀୟ ହୋଇ ଲୌହ ଅକସାଇଡର ପରିମାଣ ବୃଦ୍ଧିକରେ । ଲୌହ ଅକସାଇଡ ଓ ବିପଚିତ ଜୈବ ପଦାର୍ଥ ମିଶି ମୃତ୍ତିକାକୁ (Soil) ବାଦାମି ରଙ୍ଗ ପ୍ରଦାନ କରେ । ମୃତ୍ତିକା (Soil) ଗୁଡିକ ସାଧାରଣତଃ ମଧ୍ୟ ଭଳି ଅମ୍ଳୀୟ | ଜୈବ ପଦାର୍ଥ ଅଧିକ ଥିବାରୁ ଏଗୁଡିକ ହାଲୁକା ଓ ସଛିଦ୍ର, ପାଣି ସହଜେ ନିଗିଡିଯାଏ | ମୃତ୍ତିକା ଗୁଡିକ ସାଧାରଣତଃ ଉର୍ବର | ବୌଦ୍ଧ, ଫୁଲବାଣୀ, ଗଞ୍ଜାମ, ଓ କୋରାପୁଟ, ଜିଲ୍ଲାର ଉଚ୍ଚ ମାଳ ଅଞ୍ଚଳରେ ଏହି ପ୍ରକାର ମୃତ୍ତିକା ଦେଖିବାକୁ ମିଳେ \ ଫଳ ଉଦ୍ୟାନ ପାଇଁ ଏହି ମୃତ୍ତିକା ବିଶେଷ ଉପଯୁକ୍ତ । ଅଦା, ହଳଦୀ, ସପୁରୀ, ଗୋଲମରିଚ, କଫି ଅର୍ଥକାରୀ ଫସଲ ମଧ୍ୟ ଲାଭଜନକ ଭାବରେ ଚାଷ କରାଯାଏ |

ଓଡ଼ିଶାର ମାଟି, ଆମରି ମାଟି

କାହିଁକି କରିବେ ମାଟି ପରୀକ୍ଷା ?

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments