1. କୃଷି ବିଶ୍ବକୋଷ

ମକା ଚାଷକୁ ନଷ୍ଟ କରିଥାଏ ଏହି ସବୁ ପୋକ...

ମକା ଚାଷରେ ରୋପଣ ଠାରୁ ନେଇ ପରିପକ୍ଵତା ପର୍ଯ୍ୟନ୍ତ ମକାରେ ଅନେକ ପ୍ରକାରର କୀଟମାନଙ୍କର ପ୍ରଭାବ ଦେଖିବାକୁ ମିଳିଥାଏ । କୀଟ ମାନଙ୍କୁ ଠିକ୍ ସମୟରେ ଚିହ୍ନଟ କରି କୀଟ ମାନଙ୍କ ପ୍ରଭାବକୁ କମ କରାଯାଇପାରିଲେ ମକା ଚାଷରେ ଉତ୍ପାଦନ ବଢିବା ସହିତ ଭଲ ଲାଭ ମଧ୍ୟ ହୋଇପାରିବ ।

Sudesna Nayak
Sudesna Nayak
Diseases of Corn corp common diseases corn farming

Diseases of Corn corp common diseases corn farming

ସାଧାରଣତଃ ମକା ଖାଇବାକୁ ଅଧିକ ଲୋକ ପସନ୍ଦ କରନ୍ତି, ମକାର ଚାହିଦାକୁ ଦୃଷ୍ଟିରେ ରଖି ଓଡିଶାରେ ମକା ଚାଷକୁ ପ୍ରାଧାନ୍ୟ ଦିଆଯାଇଥାଏ । ମକାର (sweet corn) ବହୁବିଧି ବ୍ୟବହାର ଏହାକୁ ଦିନ କୁ ଦିନ ଲୋକପ୍ରିୟ କରାଇବାରେ ସାହାଯ୍ୟ କରୁଛି । ଗୋଖାଦ୍ୟ, କୁକୁଡା ଖାଦ୍ୟ ଆଦି ପ୍ରସ୍ତୁତି ବେଳେ ମକା, ବିଶେଷ ଭାବେ ଦରକାର ହୋଇଥାଏ । ଆମ ରାଜ୍ୟରେ ମକାର ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ମକାରୁ ଖଇ, କର୍ଣ୍ଣଫେସ ତଥା ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରାଯାଉଛି ।

ସୂଚନା ଅନୁଯାୟୀ, ମକା ଚାଷରେ (Corn farming) ରୋପଣ ଠାରୁ ନେଇ ପରିପକ୍ଵତା ପର୍ଯ୍ୟନ୍ତ ମକାରେ ଅନେକ ପ୍ରକାରର କୀଟମାନଙ୍କର ପ୍ରଭାବ ଦେଖିବାକୁ ମିଳିଥାଏ । କୀଟ ମାନଙ୍କୁ ଠିକ୍ ସମୟରେ ଚିହ୍ନଟ କରି କୀଟ ମାନଙ୍କ ପ୍ରଭାବକୁ କମ କରାଯାଇପାରିଲେ ମକା ଚାଷରେ (Diseases of corn crop) ଉତ୍ପାଦନ ବଢିବା ସହିତ ଭଲ ଲାଭ ମଧ୍ୟ ହୋଇପାରିବ ।

ତେବେ ଆଜି ଚାଲନ୍ତୁ ଜାଣିବା ମକା (Corn farming) ପାଇଁ କେଉଁ କେଉଁ କୀଟ କ୍ଷତିକାରକ ଓ ଏହି କୀଟମାନଙ୍କୁ କିପରି ଜାଣିବା...

ମକା ଚାଷ ପାଇଁ କ୍ଷତିକାରକ ପିଙ୍କ୍ କାଣ୍ଡ ଭେଦି କୀଟ,ଜାଣନ୍ତୁ...

ପିଙ୍କ୍ କାଣ୍ଡ ଭେଦି କୀଟ ବିଶେଷକରି ରବି ଫସଲ (Corn farming) ସମୟରେ ଗଛର ନୀଚ୍ଚ ଭାଗରେ ଅଣ୍ଡା ଦେଇଥାଏ ଓ ମକାର କାଣ୍ଡରେ ପ୍ରବେଶ କରି ଫସଲର କ୍ଷତି କରିଥାଏ । ଯାହାଫଳରେ ବହୁତ କମ ଦିନରେ କାଣ୍ଡ ସୁଖିଯାଏ ବା ମରିଯାଇଥାଏ ।

-ମିଠା ମକା (sweet corn) ଯାହାକି ଖୁବ୍ ନରମ ଏବଂ କଞ୍ଚା ମକା ହିସାବରେ ପୋଡି ଖାଇଲେ ଖୁବ୍ ମିଠା ଲାଗେ । ଉନ୍ନତ ମାନର ମଧୁର ମକା ବିହନ ମଧ୍ୟରୁ ଆମ ଅଞ୍ଚଳରେ ମାଧୁରୀ, ପ୍ରିୟା ଓ ହାଇବ୍ରିଡ ସୁଗର-୩୫ ଓ ସୁଇଟ୍ କର୍ଣ୍ଣ (sweet corn)ଉପଲବ୍ଧ । ଏହା ୭୦-୭୫ ଦିନ ମଧ୍ୟରେ ଅମଳ ହୋଇଥାଏ । ଏକର ପାଇଁ ୪-୬ କିଗ୍ରା ବିହନ ଆବଶ୍ୟକ ।

ମକା ଚାଷ ପାଇଁ କ୍ଷତିକାରକ କାଣ୍ଡ ଭେଦି କୀଟ,ଜାଣନ୍ତୁ...

କାଣ୍ଡ ଭେଦି କୀଟ ମକା ପାଇଁ ଅଧିକ ହାନୀ କାରକ(Insect in Corn farming)ହୋଇଥାଏ । ଏହି କୀଟ ମକା ପତ୍ରରେ ଅଣ୍ଡା ଦିଅନ୍ତି ଓ ଶାବକମାନେ ବାହାରି କାଣ୍ଡରେ ପ୍ରବେଶ କରି ମକାର କ୍ଷତି କରନ୍ତି । ଏହାର ଅଣ୍ଡା ଚେପଟା ଓ ହଳଦିଆ ରଙ୍ଗର ହୋଇଥାଏ । ମକା ରୋପଣର ୨୫ ରୁ ୩୦ ଏହି କୀଟକୁ ଜଗିଲେ ପରେ ଏହା ମକାର ବିଶେଷ କ୍ଷତି କରିପାରିନଥାଏ ।

ମକା ଚାଷ ପାଇଁ କ୍ଷତିକାରକ ଶ୍ୱେତ କୀଟ,ଜାଣନ୍ତୁ...

ମକା ଚାଷ ପାଇଁ (Insect in Corn farming) ଶ୍ୱେତ କୀଟ ଅଧିକ ଖରାପ ହୋଇଥାନ୍ତି । ଶ୍ୱେତ କୀଟମାନଙ୍କର ଅଣ୍ଡା ଛୋଟ ଗୋଲାକାର ଓ ଧଳା ରଙ୍ଗର ହୋଇଥାଏ । ଶ୍ୱେତ କୀଟ ମାନଙ୍କର ଅଣ୍ଡା ଫୁଟିବା ଆଗରୁ କଳା ରଙ୍ଗର ହୋଇଯାଆନ୍ତି । କ୍ଷେତରେ ମକାର ଅସମାନ ବୃଦ୍ଧି ଶ୍ୱେତ କୀଟ ଉପସ୍ଥିତିର ପ୍ରମାଣ ଦେଇଥାଏ ।

ପ୍ରକାଶ ଥାଉ ଯେ, କଞ୍ଚା ମକାର (green maize ) ଚାହିଦା ମଧ୍ୟ ବଜାରରେ ବହୁ ଉପରେ ରହିଛି । ସହରାଞ୍ଚଳରେ ଏହା ବହୁଳ ଭାବେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ବେଶେଷତଃ ଯୁବ ପିଢ଼ି ଏହାକୁ ଖାଇବାକୁ ବେଶୀ ଭଲ ପାଉଛନ୍ତି । ଆଜିକାଲି କଞ୍ଚା, ପୋଡି ଖାଇବା ପାଇଁ ସ୍ୱତନ୍ମ ଭାବେ ମକା, କିସମ ବାହାରିଲାଣି । ଏହାର ନାମ ମାଧୁରୀ, ପ୍ରିୟା, ସୁଗର ୭୫ ଇତ୍ୟାଦି ଇତ୍ୟାଦି । ଏହି କିସମର ମକା ଖୁବ୍ ମିଠା ଓ ନରମ । ଏହା ଖାଇବାକୁ ବେଶ୍ ସୁସ୍ୱାଦୁ । ଏହାକୁ ମିଠା ମକା ବା ସୁଇଟ କର୍ଣ୍ଣ (sweet corn) କୁହାଯାଏ ।

କରନ୍ତୁ ଲାଭଦାୟକ ବ୍ରୋକୋଲି ଚାଷ .......

କୃଷକଙ୍କ ପାଇଁ କେତେ ସହାୟକ ଟେକ୍ନଲୋଜି ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments