ଅନେକ ସମୟରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଆଧାରକାର୍ଡ(Aadhaar Card )ର ଆବଶ୍ୟକତା ପଡିଥାଏ । ଏବେ ପ୍ରାୟତଃ ସବୁ କ୍ଷେତ୍ରରେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଯାଇଛି । ତେବେ ଆପଣ ନିଜର ଆଧାର କାର୍ଡ କାହାରିକୁ ସେୟାର କରୁଥିଲେ ଏବେଠୁ ହୋଇଯାଆନ୍ତୁ ସତର୍କ ।
ଆଧାର କାର୍ଡ ସମ୍ବନ୍ଧରେ କେନ୍ଦ୍ର ସରକାର ଜାରି କରିଛନ୍ତି ଏକ ଆଡ଼ଭାଇଜରୀ । ଆଧାକାର୍ଡ(Aadhaar Card )ର ଦୁରୁପଯୋଗ କରାଯାଉଥିବା ଆଶଙ୍କା କରି ସତର୍କ କରାଇଛନ୍ତି ସରକାର । ନାଗରିକମାନଙ୍କୁ କେବଳ ଆଧାର କାର୍ଡର ମାସ୍କେଡ୍ କପି ସେୟାର କରିବାକୁ କୁହାଯାଇଛି ।
ସରକାରୀ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଆପଣଙ୍କର ଆଧାର ଫଟୋଗ୍ରାଫି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ସହିତ ନିର୍ଦ୍ଦିଷ୍ଟ ଭାବରେ ସେୟାର କରନ୍ତୁ ନାହିଁ କାରଣ ଏହା ଅପବ୍ୟବହାର ଆଶଙ୍କା ରହିଛି । କେବଳ ମାସ୍କେଡ୍ ଆଧାର କାର୍ଡ ସେୟାର ପରାମର୍ଶ ଦେଇଛନ୍ତି ସରକାର । ମାସ୍କେଡ୍ ଆଧାର କାର୍ଡରେ କେବଳ ଶେଷ ଚାରି ଅଙ୍କ ଲିପିବଦ୍ଧ ରହିଥାଏ ।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ କେବଳ ସେହି ସଂସ୍ଥା,UIDAIରୁ ୟୁଜର୍ ଲାଇସେନ୍ସ ନେଇଥିବା ସଂସ୍ଥା ଯେକୌଣସି ବ୍ୟକ୍ତିଙ୍କ ପରିଚୟ ପ୍ରତିଷ୍ଠା ପାଇଁ ଆଧାର ବ୍ୟବହାର କରିପାରିବେ । ଏହା ବ୍ୟତୀତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ହୋଟେଲ କିମ୍ବା ଚଳଚ୍ଚିତ୍ର ପରି ଘରୋଇ ଅନୁଷ୍ଠାନ ଆଧାର କାର୍ଡ଼ର କପି ରଖିବା ପାଇଁ ହକଦାର ନୁହଁନ୍ତି ।
ଆଧାର କାର୍ଡରେ ବାରମ୍ବାର ସଂଶୋଧନ ପଡିପାରେ ମହଙ୍ଗା, ପଢନ୍ତୁ ପୁରା ଖବର...
ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, କେନ୍ଦ୍ର ସରକାରଙ୍କ ବଡ ଘୋଷଣା
କିଭଳି କରିବେ ମାସ୍କେଡ୍ କପି ଡାଉନଲୋଡ୍ ?
- ଏକ ମାସ୍କେଡ୍ ଆଧାର କାର୍ଡ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରକାଶ କରିବ ନାହିଁ। ଏହା ପରିବର୍ତ୍ତେ, ଏହା କେବଳ ଶେଷ ୪ ଅଙ୍କ ଦେଖାଇବ। UIDAI ୱେବସାଇଟରୁ ଆଧାରର ଏକ ମାସ୍କେଡ୍ କପି ଡାଉନଲୋଡ୍ ହୋଇପାରିବ।
- Https://myaadhaar.uidai.gov.in/ କୁ ଯାଆନ୍ତୁ।
- ଆପଣଙ୍କର ଆଧାର କାର୍ଡ଼ ନମ୍ବର ପ୍ରବେଶ କରନ୍ତୁ।
- 'ଆପଣ ମାସ୍କେଡ୍ ଆଧାର ଚାହୁଁଛନ୍ତି' ବିକଳ୍ପ ଚୟନ କରନ୍ତୁ।
- ଡାଉନଲୋଡ୍ ଚୟନ କରନ୍ତୁ ଓ ଆଧାର ନମ୍ବରର ଶେଷ ଚାରି ଅଙ୍କ ସହିତ ଆଧାର କାର୍ଡ଼ର ଏକ କପି ପାଆନ୍ତୁ।
Share your comments