1. କୃଷି ବିଶ୍ବକୋଷ

ବିଦେଶୀ ଫଳ ଡ୍ରାଗନ ଫ୍ରୁଟ ଚାଷକରି ଚର୍ଚ୍ଚାରେ

ଡ୍ରାଗନ ଫ୍ରୁଟ ହେଉଛି ଏକ ବିଦେଶୀ ଫଳ l ଯାହା ଦେଖିବାକୁ ଯେତିକି ସୁନ୍ଦର ଖାଇବା ପାଇଁ ସେତିକି ସ୍ୱାଦିଷ୍ଟ ମଧ୍ୟ l ଏହି ଚାଷ କଲେ ଅନେକ ବର୍ଷ ପର୍ଯ୍ୟନ୍ତ ଚାଷୀ ଏହାର ଫାଇଦା ନେଇ ପାରିବ l

Tanushree Mahapatra
Tanushree Mahapatra
Dragon fruit have changed the farmers income

Dragon fruit have changed the farmers income

ଡ୍ରାଗନ ଫ୍ରୁଟ ହେଉଛି ଏକ ବିଦେଶୀ ଫଳ l ଯାହା ଦେଖିବାକୁ ଯେତିକି ସୁନ୍ଦର ଖାଇବା ପାଇଁ ସେତିକି ସ୍ୱାଦିଷ୍ଟ ମଧ୍ୟ l ଏହି ଚାଷ କଲେ ଅନେକ ବର୍ଷ ପର୍ଯ୍ୟନ୍ତ ଚାଷୀ ଏହାର ଫାଇଦା ନେଇ ପାରିବ l ବଜାରରେ ଏହା ଦ୍ୱାରା ମଧ୍ୟ ଖୁବ ଅଧିକ l

ତେବେ ଡ୍ରାଗନ ଫ୍ରୁଟ ଜୈବିକ ପଦ୍ଧତିରେ ଚାଷ କରି କୃଷକମାନେ ବହୁ ଲାଭ କରୁଛନ୍ତି, ଅନେକ ରାଜ୍ୟରେ ଏହାର ବହୁ ଚାହିଦା ମଧ୍ୟ ରହିଛି । ଡ୍ରାଗନ ଫ୍ରୁଟ ଚାଷ କରୁଥିବା ଚାଷୀଙ୍କୁ ସରକାର ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡ, ଭିଏତନାମ, ଇସ୍ରାଏଲ୍, ଶ୍ରୀଲଙ୍କା ଏବଂ ଆମେରିକା ଭଳି ଦେଶରେ ଡ୍ରାଗନ୍ ଫଳ ଚାଷ କରାଯାଉଥିଲା କିନ୍ତୁ ଏବେ ଏହା ଓଡ଼ିଶାରେ ମ ଅଧ୍ୟା ଚାଷ କାର୍ଯାଉଥିବାର ଦେଖିବାକୁ ମିଳିଛି  । ଏବେ ଭାରତର ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନର ଗରମ, ବାଲିଆ ଏବଂ ଆଦ୍ର ଜଳବାୟୁ ଅଞ୍ଚଳରେ ମଧ୍ୟ ଚାଷ କରାଯାଉଛି । ଡ୍ରାଗନ୍ ଫଳ ମୂଳତଃ ଏକ ଭାରତୀୟ ଫଳ ନୁହେଁ, କିନ୍ତୁ ପଦ୍ମ ଫୁଲ ଭଳି ଦେଖାଯାଉଥିବା ଏହି ଫଳ ଭାରତର ଅଧିକାଂଶ ଅଞ୍ଚଳରେ ଚାଷ କରାଯାଉଛି ଏବଂ ବିଦେଶକୁ ମଧ୍ୟ ରପ୍ତାନି ହୁଏ । ବାସ୍ତବରେ, ଡ୍ରାଗନ୍ ଫଳ ବାଲିଆ ମାଟି ବ୍ୟତୀତ କମ୍ ଉର୍ବର ମୃତ୍ତିକାରେ ଚାଷ କରାଯାଇପାରେ ।

 

ଏହି ଫଳରେ ପ୍ରଚୁର ପରିମାଣରେ ପୋଟାସିୟମ ଓ ଭିଟାମିନ ସି ରହିଥିଲାବେଳେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ  । ଅଧିକ ଲାଭଦାୟକ ହୋଇଥିବାରୁ ଏହା ମହଙ୍ଗା ହୋଇଥାଏ ବଜାରରେ  । ଯାହା ଦ୍ବାରା ଚାଷୀ ଏହି ଚାଷରୁ ପ୍ରଚୁର ଲାଭ କମାଇପାରୁଛି । ଡ୍ରାଗନ ଫ୍ରୁଟ କ୍ୟାକ୍ଟସ ପରି ଏକ କଂଟାଳିଆ ଗଛ । ବେଶ ବଡ ଆକୃତି ଥିବା ବେଳେ ଏହି ଫଳ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଏବଂ ବଜାରରେ ଏହା ଅଧିକ ଦରରେ ମଧ୍ୟ ବିକ୍ରି କରାଯାଉଛି । ଏହାକୁ ଜାମ, ଜେଲି କିମ୍ବା ଜୁସ ଇତ୍ୟାଦି ପ୍ରକ୍ରିୟାକରଣ କରି ମଧ୍ୟ ବଜାରରେ ଉପଲବ୍ଧ କରାଯାଉଛି ।

ବଡ କଥା ହେଉଛି ଏହାର ଚାଷ ପାଇଁ କମ ପାଣି ବ୍ୟବହାର ହୁଏ । ଏଭଳି ସ୍ଥିତିରେ ଡ୍ରାଗନ ଫ୍ରୁଟ ଚାଷ କୃଷକଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ କାରଣ ଜଳ ଅଧିକ ଆବଶ୍ୟକ ହୋଇନଥାଏ । ଏଣୁ ଚାଷୀଙ୍କୁ ପାରମ୍ପରିକ ଚାଷ ସହ ଏଭଳି ପ୍ରକାରର ଚାଷ କରିବା ଜରୁରୀ ଯାହା ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଲାଭ ଦେବ । ଏପରିକି ଏହି ବିଦେଶୀ ଫଳରେ ଔଷଧିୟ ଗୁଣ ଭରପୁର ଥିବାରୁ ମାର୍କେଟରେ ଏହାର ଚାହିଦା ଏବେ ଦିନକୁ ଦିନ ବଢିବାରେ ଲାଗିଛି ଏବଂ ଅନ୍ୟ ଚାଷୀ ମଧ୍ୟ ଏପରି ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ଡ୍ରାଗନ ଫ୍ରୁଟରେ ଔଷଧୀୟ ଗୁଣ ଓ ରୋଗ ପ୍ରତିରୋଧକ ଶକ୍ତି ଭରପୁର ରହିଛି , ଏପରିକି କ୍ୟାନସର,ଉଚ୍ଚ ରକ୍ତଚାପ ଓ ମଧୁମେହ ପାଇଁ ଏହା ଉପକାରୀ । ଥରେ ଏହି ଚାଷ କଲେ ପାଖାପାଖି ୨୫ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପାଦନର କ୍ଷମତା ମଧ୍ୟ ରହିଛି ଯାହାଦ୍ୱାରା କମ ଖର୍ଚ୍ଚରେ ଚାଷୀ ଅଧିକ ଲାଭବାନ ହେଉଛି । ଏବେ ଏହି ଚାଷ ଓଡ଼ିଶାର ପ୍ରାୟ ଜିଲ୍ଲା ମାନଙ୍କରେ ଦେଖିବାକୁ ମିଳୁଛି l

ଏହି ଚାଷ ପାଇଁ ଅଳ୍ପ ଅମ୍ଳତା ଥିବା ମାଟି ଅବଶ୍ୟକରେ ଏହା ଲାଗି ଅତି ଉତ୍ତମ ହୋଇଥାଏ | ସେହିପରି ବାଲିଆ ମାଟି ରେ ଚାଷ କଲେ ଏହା ଅଧିକ ଫଳ ଦିଏ ଏବଂ ଜମି ରେ ଜଳ ନିଷ୍କାସନର ବ୍ୟବସ୍ଥା ମଧ୍ୟ ନିଶ୍ଚିନ୍ତ ଭାବେ ରହିବା ଆବଶ୍ୟକ | କାରଣ ଗଛ ମୂଳେ ପାଣି ଜମା ହୋଇ ରହିଲେ ଗଛ ନଷ୍ଟ ହେବାର ସମ୍ଭାବନା ରହିଥାଏ l  ଡ୍ରାଗନ ଫ୍ରୁଟ ପ୍ରକୃତରେ ଆମେରିକୀୟ ଦେଶ ମାନଙ୍କରେ ଦେଖା ଯାଉଥିବା କ୍ୟାକ୍ଟସ ଗଛ ପରି  | ବେଶ ବଡ ଆକୃତି ଥିବା ଏହି ଫଳ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଗୋଲାପୀ ରଙ୍ଗର ଏବଂ ବଜାରରେ ଏହା ଅଧିକ ଦରରେ ମଧ୍ୟ ବିକ୍ରି ହୋଇଥାଏ |

ପ୍ରଚୁର ଲାଭ ପାଇଁ ଡ୍ରାଗନ ଫ୍ରୁଟ ଚାଷ

କିପରି କରିବେ ଏହି ଅଦ୍ଭୁତ୍ତ ଫଳ ର ଚାଷ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments