1. କୃଷି ବିଶ୍ବକୋଷ

ଜୈବିକ ଚାଷକୁ ପ୍ରୋତ୍ସାହନ: ସରକାର ଦେବେ ୧୬,୦୦୦ ଟଙ୍କାର ଆର୍ଥିକ ସହାୟତା

କୃଷକଙ୍କୁ ପ୍ରୋତ୍ସାହନ ରୂପେ ୧୬ ହଜାର ୨୫୦ ଟଙ୍କା ମିଳିବ କୃଷି ବିଭାଗ ଏଥିପାଇଁ ୨,୫୫୦ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି । ଯଦି କୃଷକ ଭାଇମାନେ ଏ ବାବଦରେ ଅଧିକ ସୂଚନା ଚାହୁଁଛନ୍ତି, ତେବେ ସେମାନେ ଟୋଲ୍ ଫ୍ରି ନମ୍ବର 1800-180- 1551 କୁ ମଧ୍ୟ କଲ କରିପାରିବେ ।

Priyambada Rana
Priyambada Rana
ଜୈବିକ କୃଷିକୁ ପ୍ରୋତ୍ସାହନ

ଜୈବିକ କୃଷିକୁ ପ୍ରୋତ୍ସାହନ

ଧୀରେ ଧୀରେ, ଭାରତ ସମେତ ସମଗ୍ର ବିଶ୍ୱରେ ଜୈବିକ ଚାଷର ଧାରା ବୃଦ୍ଧି ପାଉଛି, କାରଣ ଲୋକମାନେ ଏବେ ଜୈବିକ ଖାଦ୍ୟ ପଦାର୍ଥ କିଣିବାକୁ ବେଶି ପସନ୍ଦ କରୁଛନ୍ତି । ବିଶେଷ କଥା ହେଉଛି ଯେ ଜୈବିକ ପଦାର୍ଥର ମୂଲ୍ୟ ମଧ୍ୟ ଅଧିକ । ଏଭଳି ପରିସ୍ଥିତିରେ କୃଷକମାନେ ଜୈବିକ ପଦ୍ଧତ୍ତି କୃଷି କରି ଅଧିକ ରୋଜଗାର କରିପାରିବେ । ଏହି କାରଣରୁ ବିଭିନ୍ନ ରାଜ୍ୟ ସରକାର କୃଷକମାନଙ୍କୁ ଜୈବିକ ଚାଷ କରିବାକୁ ଉତ୍ସାହିତ କରୁଛନ୍ତି। ଏଥିପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି। ଏହି କ୍ରମରେ ବିହାର ସରକାର ମଧ୍ୟ ରାଜ୍ୟରେ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି।

ରାଜ୍ୟରେ ଜୈବିକ ଚାଷ କରୁଥିବା ଚାଷୀଙ୍କୁ ଆର୍ଥିକ ସହାୟତା କରାଯିବ ବୋଲି କୃଷି ବିଭାଗ ଘୋଷଣା କରିଛି। ପ୍ରକୃତରେ, କୃଷି ବିଭାଗ ବିଶ୍ୱାସ କରେ ଯେ ଜୈବିବ ଚାଷ କୃଷକଙ୍କ ଆୟ ବୃଦ୍ଧି କରିବ। ଏହାସହ ଏହା ପରିବେଶକୁ ମଧ୍ୟ କ୍ଷତି ପହଞ୍ଚାଇବ ନାହିଁ । ଜୈବିକ ଚାଷର ବିଶେଷତ୍ୱ ​​ହେଉଛି ଏହା ମାଟିର ଉର୍ବରତା ବୃଦ୍ଧି କରିଥାଏ । ଏପରି ଏକ କ୍ଷେତ୍ରରେ, ଯେଉଁଠାରେ ଚାଷ ଜୈବିକ ପ୍ରଣାଳୀ ଦ୍ୱାରା ଚାଷ କରାଯାଇଛି, ସେଠାରେ କୌଣସି ଫସଲ ବୁଣିବା ପରେ ଭଲ ଅମଳ ମିଳିଥାଏ ।

ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ଅଧିକ ରହିଥାଏ-

ପୂର୍ବରୁ ଭାରତରେ କେବଳ ଜୈବିବ ଚାଷ କରାଯାଉଥିଲା। କୃଷକମାନେ ନିଜ କ୍ଷେତରେ ସାର ଭାବରେ ଗାଈ ଏବଂ ମଇଁସି ଗୋବର ବ୍ୟବହାର କରୁଥିଲେ। ଏଥି ସହିତ କୀଟନାଶକ ବିସ୍ତାରକୁ ରୋକିବା ପାଇଁ ଫସଲରେ ଗାଈ ପରିସ୍ରା ଏବଂ ଗାଈ ଗୋବର ବ୍ୟବହାର କରୁଥିଲେ । ଏହିପରି କୀଟନାଶକ ବ୍ୟବହାର ପରିବେଶକୁ ଅଧିକ କ୍ଷତି ପହଞ୍ଚାଉ ନଥିଲା ।ଏହା ସହିତ ଫସଲ ମଧ୍ୟ କୀଟମାନଙ୍କଠାରୁ ସୁରକ୍ଷିତ ରଖିଥାଏ । ବିଶେଷ କଥା ହେଉଛି ଯଦିଓ ରାସାୟନିକ ପଦ୍ଧତି ତୁଳନାରେ ଅମଳ କମ୍, କିନ୍ତୁ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ଶସ୍ୟରେ ଅଧିକ ଥାଏ ।

ଆପଣ ଟୋଲ୍ ଫ୍ରି ନମ୍ବର 1800-180- 1551 ରେ ମଧ୍ୟ କଲ କରିପାରିବେ-

ବିହାରର କୃଷି ବିଭାଗ ଜୈବିକ କୃଷିକୁ ପ୍ରୋତ୍ସାହନ ଯୋଜନା ଅଧୀନରେ ଜୈବିକ ପଦ୍ଧତ୍ତିରେ ଚାଷ କରୁଥିବା ଚାଷୀଙ୍କୁ ଏକର ପିଛା ୬,୫୦୦ ଟଙ୍କା ହାରରେ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ବିଶେଷ କଥା ହେଉଛି ଏହି ସହାୟତା ରାଶି  ୨.୫ ଏକର ପର୍ଯ୍ୟନ୍ତ ଅଛି । ତାହା ହେଉଛି, ଯଦି କୃଷକମାନେ ପାଞ୍ଚ ଏକରରେ ମଧ୍ୟ ଜୈବିକ ଚାଷ କରନ୍ତି, ତେବେ ସେମାନେ ମାତ୍ର ୨.୫ ଏକର ପାଇଁ ସହାୟତା ପାଇବେ ।ଅର୍ଥାତ୍ କୃଷକଙ୍କୁ ପ୍ରୋତ୍ସାହନ ରୂପେ ୧୬ ହଜାର ୨୫୦ ଟଙ୍କା ମିଳିବ କୃଷି ବିଭାଗ ଏଥିପାଇଁ ୨,୫୫୦ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି । ଯଦି କୃଷକ ଭାଇମାନେ ଏ ବାବଦରେ ଅଧିକ ସୂଚନା ଚାହୁଁଛନ୍ତି, ତେବେ ସେମାନେ ଟୋଲ୍ ଫ୍ରି ନମ୍ବର 1800-180- 1551 କୁ ମଧ୍ୟ କଲ କରିପାରିବେ ।

ସେହିପରି ଆମ ରାଜ୍ୟର କୃଷକମାନେ ମଧ୍ୟ ଏବେ ଜୈବିକ କୃଷି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଜୈବି ଚାଷକୁ ପ୍ରୋତ୍ସାହନ ଦେବା ପାଇଁ  ରାଜ୍ୟ ସରକାର ମଧ୍ୟ ଆର୍ଥିକ ସହାୟତା ସହ ବିଭିନ୍ନ କର୍ମଶାଳା ମାଧ୍ୟମରେ ସହାୟତା ଯୋଗାଉଛନ୍ତି ।

ଚାଷକୁ ଦ୍ଵିଗୁଣ କରିବ ଜୈବିକ ପଦ୍ଧତି

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments