1. କୃଷି ବିଶ୍ବକୋଷ

ବାସଙ୍ଗ ଗଛର ଚାଷ ଓ ଗୁଣ ଏବଂ ଉପକାରିତା

ବାସଙ୍ଗ ହେଉଛି ଏକ ଚିରହରିତ, ବୃହତ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଭାରତବର୍ଷର ସମସ୍ତ ପ୍ରାନ୍ତରେ ବିଶେଷତଃ ବିଭିନ୍ନ ସମତଳ ଉପପାର୍ବତ୍ୟ ଅଞ୍ଚଳ ଓ ସମୁଦ୍ର ପତନ ଠାରୁ ୧୩୦୦ ମିଟର ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଦେଖିବାକୁ ମିଳେ । ବାସଙ୍ଗ ପତ୍ର ଶ୍ଵାସ ରୋଗର ଚିକିତ୍ସା ନିମିତ୍ତ ଏକ ସର୍ବୋତ୍ତମ ବନୌଷଧି ଭାବରେ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଅଛି ।

Tanushree Mahapatra
Tanushree Mahapatra
Farming and health benefits of basanga leaves

Farming and health benefits of basanga leaves

ବାସଙ୍ଗ ( basanga leaves )  ହେଉଛି ଏକ ଚିରହରିତ, ବୃହତ ଗୁଳ୍ମ ଜାତୀୟ ଉଦ୍ଭିଦ  ।  ଏହା ଭାରତବର୍ଷର ସମସ୍ତ ପ୍ରାନ୍ତରେ ବିଶେଷତଃ ବିଭିନ୍ନ ସମତଳ ଉପପାର୍ବତ୍ୟ ଅଞ୍ଚଳ ଓ ସମୁଦ୍ର ପତନ ଠାରୁ  ୧୩୦୦ ମିଟର ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଦେଖିବାକୁ ମିଳେ  ।  ବାସଙ୍ଗ ପତ୍ର ଶ୍ଵାସ ରୋଗର ଚିକିତ୍ସା ନିମିତ୍ତ ଏକ ସର୍ବୋତ୍ତମ ବନୌଷଧି ଭାବରେ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଅଛି  । ଘରେ ଘରେ ପରିଚିତ ଏହି ପତ୍ର l   ମୁଖ୍ୟତଃ କାସ ଓ ଶ୍ଵାସ ପ୍ରଭୃତି ଶ୍ଵସନ ସଂସ୍ଥାନ ଗତ ରୋଗର ଚିକିତ୍ସା ନିମିତ୍ତ ଉଦ୍ଧିଷ୍ଟ ଆୟୁର୍ବେଦର ସୁପ୍ରସିଦ୍ଧ ଶାସ୍ତ୍ରୀୟ ଔଷଧ “ ବାସାବଲେହ “ ର ମୁଖ୍ୟ ଘଟକ ଦ୍ରବ୍ୟ ହେଉଛି ବାସଙ୍ଗ ପତ୍ର  । 

ସୁତରାଂ ଆୟୁର୍ବେଦ ଓ ୟୁନାନୀ ଚିକିତ୍ସା ପଦ୍ଧତିରେ ବାସଙ୍ଗର ବହୁଳ ଔଷଧୀୟ ପ୍ରତିଯୋଗୀତା କାରଣ ରୁ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି  । ଏହା ଦ୍ୱାରା ଅନେକ ଔଷଧ ନିର୍ମିତ ହେଉଛି l

ଏହି କାରଣରୁ  ଏହାର କୃଷି କରଣ କରାଯାଇ ଉପରୋକ୍ତ ଔଷଧୀୟ ଚାହିଦାକୁ ପୂରଣ କରିବା ବ୍ୟତୀତ କୃଷକର ଆର୍ଥିକ ଲାଭ ଭଳି ଦୁଇଟି ଆଭିମୁଖ୍ୟକୁ ପୂରଣ କରାଯାଇପାରୁଛି  । ବାସଙ୍ଗ ଏକ ଚିରହରିତ, ଦୁର୍ଗନ୍ଧଯୁକ୍ତ ଗୁଳ୍ମ ଅଟେ  ।  ଏହାର ଉଚ୍ଚତା ପ୍ରାୟ ୩ରୁ ୮ ଫୁଟ  ଏବଂ ଏହା ସମୂହବଦ୍ଧ ହୋଇ ଉଠିଥାଏ  । ଶାଖାଗୁଡିକ ଧୁସର ରଙ୍ଗ ବିଶିଷ୍ଟ ଓ ଲୋମଶ ଏବଂ ପତ୍ର ଗୁଡିକ ସବୁଜ, ବିପରୀତମୁଖୀ, ବର୍ଚ୍ଛାକାର, ପତ୍ରବୃନ୍ତ ୧୫ ସେମି ଓ ମୁଖ୍ୟ ଶିରା ପ୍ରାୟତଃ ଆଠଯୋଡା  । ଫୁଲଗୁଡିକ ବୃନ୍ତର ଉପର ଅକ୍ଷଦଣ୍ଡରେ ଘଞ୍ଚ, କକ୍ଷୀୟସ୍ତବକରେ ସଜ୍ଜିତ ଭାବେ ରହିଥାନ୍ତି  । ଫୁଲର ପାଖୁଡାର ରଙ୍ଗ ଧଳା ଓ କଣ୍ଠଭାଗ ବାଇଗଣି ରଙ୍ଗ ସଦୃଶ୍ୟ ହୋଇଥାଏ  । ଏହାର ଫଳ କଠିନ ଓ ଆବରଣ ଯୁକ୍ତ , ମଞ୍ଜି କ୍ଵିଞ୍ଚିତ ଓ ବୃତ୍ତାକାର ହୋଇଥାଏ ଦେଖିବାକୁ  ।

ଉଷ୍ଣ ଓ ଆଦ୍ର ମିଶ୍ରିତ ଜଳବାୟୁ ବାସଙ୍ଗ ଚାଷ ପାଇଁ ଉପଯୋଗୀ  । ଅନ୍ୟ ମୃତ୍ତିକା ଅପେକ୍ଷା ବାଲିଆ ଦୋରସା ଉର୍ବର ମୃତ୍ତିକାରେ ଏହା ଭଲ ବଢିପାରେ  । ମାର୍ଚ୍ଚ ମାସ ଏହାର ରୋପଣ ପାଇଁ ଉପଯୁକ୍ତ ସମୟ । ମଞ୍ଜିକୁ ପଲିଥିନ ବ୍ୟାଗ କିମ୍ବା ପଟାଳିରେ ରୋପଣ କରାଯାଏ । ଅଙ୍ଗୀୟ ଜନନ ପଦ୍ଧତି l ୮ରି ୧୦ ସେମି ଲମ୍ବ ବିଶିଷ୍ଟ ୩ରୁ ୪ ପଦ ଥିବା କଅଁଳିଆ କିମ୍ବା ଅଧା ପାଳକ କଟା ଅଙ୍ଗମାନଙ୍କୁ ପଲିଥିନ ମୁଣା କିମ୍ବା ପଟାଲିରେ ଏପ୍ରିଲ ଜୁନମାସ ମଧ୍ୟରେ ଲଗାଯାଏ । ପ୍ରାୟ ୧୫/୨୦ ଦିନ ମଧ୍ୟରେ କଟା ଅଙ୍ଗ ରହିବା ପରେ ଗଜା ଅଙ୍କୁରିତ ହୁଏ ଓ ପ୍ରାୟ ୩୦ ଦିନ ସୁଦ୍ଧା ଏଥିରୁ ଚେର ବାହାରିଥାଏ  । ଏହାକୁ ଜମିରେ ରୋପଣ କରାଯାଏ । ଏହି ପଦ୍ଧତିରେ ପ୍ରାୟ ୮୦ ଭାଗ ଗଛ ଉତୁରିଥାଏ  ।

ଥଣ୍ଡା ଦିନରେ ବାରମ୍ବାର ହେଉଥିବା କାଶ ଏବଂ ଖସ୍‌ଖସ୍‌ ଥଣ୍ଟି ଯୋଗୁଁ ବହୁତ ଅସୁବିଧା ହୋଇଥାଏ। ଯାହାକୁ ଯୋଗୁଁଅନ୍ୟ ସମସ୍ୟା ମଧ୍ୟ ହୋଇଥାଏ। ଏଥିରେ ଆଣ୍ଟି ବାୟୋଟିକ ଗୁଣ ଭରପୂର ରହିଥାଏ ଯାହା ଶରୀର ପାଇଁ ଆରାମଦାୟକ । ତେଣୁ ଏହାକୁ ଥଣ୍ଡା ଦିନରେ ଅତ୍ୟଧିକ ବ୍ୟବହାର କରାଯାଏ। ଏହା ଛାତିରେ ଜମିଥିବା କଫକୁ କମ୍‌ କରିଥାଏ। ଆସ୍ଥମା, ବ୍ରୋଙ୍କାଇଟସ, ସାଇନୋସାଇଟିସ ଏବଂ ନିଶ୍ୱାସ ଜନିତ ଅନ୍ୟ ରୋଗର ଚିକିତ୍ସାରେ ମଧ୍ୟ ଅଧିକ ପ୍ରଭାବୀ ହୋଇଥାଏ। ଏହାର ପତ୍ରକୁ ଫୁଟାଇ କାଢା କରି ପିଇପାରିବେ। ଶ୍ୱାସଜନିତ ସଂକ୍ରମଣରୁ ବଞ୍ଚିବା ପାଇଁ ଏକ ଚାମଚ ମହୁ ମିଶାଇ କାଢା ସେବନ କରିବା ଉଚିତ।

ରକ୍ତ ଶୁଦ୍ଧ କରିବା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ। ଏହା ରକ୍ତ ଗଣନାରେ ସୁଧାର କରିଥାଏ। ଏଥିରେ ଥିବା ଆଣ୍ଟି ଫାଇବ୍ରୋନୋଲିଟିକ ଗୁଣ ଯୋଗୁଁ ହାର୍ଟବ୍ଲକେଜ ଯୋଗୁଁ ବନ୍ଦ ହୋଇଥିବା ଧମନୀକୁ ଖୋଲିଦିଏ । ଯଦି ଆପଣଙ୍କ ଆସ୍ଥମା ରହିଥାଏ, ତେବେ ଏହାର ପତ୍ରକୁ ସମାନ ମାତ୍ରାରେ କ୍ଷୀରରେ ଫୁଟାଇ ପିଅନ୍ତି, ତେବେ ଫାଇଦା ମିଳିଥାଏ। ଏହା ଅତି କମ୍‌ରେ ସପ୍ତାହକୁ ଥରେ ପିଇବା ଉଚିତ। ଏହି ପତ୍ରର ରସକୁ ମହୁରେ ମିଶାଇ ଚାଟିବା ଦ୍ୱାରା କାଶ ଏବଂ ନିଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଠିକ୍‌ ହୋଇଯାଏ। ଶୁଖିଲା କାଶ ଦୂର କରିବା ପାଇଁ ଏହାର ପତ୍ରକୁ ମିଶିରି ସହିତ ଫୁଟାଇ କାଢା ପାଣି ପିଇଲେ ଉପଶମ ମିଳେ। ଥଣ୍ଡା ଯୋଗୁଁ ପାଟିରେ ହେଉଥିବା ଘାକୁ ମଧ୍ୟ ଭଲ କରିଥାଏ। ଯଦି ଆପଣଙ୍କର ଏମିତିସମସ୍ୟା ରହିଥାଏ, ତେବେ ଏହାର ଦୁଇଟି କିମ୍ବା ୩ଟି ପତ୍ରକୁ ଚୋବାନ୍ତୁ। ଏହାଛଡା ପତ୍ରର ରସ ମଧ୍ୟ ପିଇଲେ ଫାଇଦା ମିଳିଥାଏ । ଏହି ପରି ଅନେକ ଭଲ ଗୁଣ ରହିଛି ଏହି ପତ୍ର ର କିନ୍ତୁ ଘରୋଇ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ l

ବାସଙ୍ଗ ଗଛର ଗୁଣ, ଆପଣ ଜାଣନ୍ତୁ !!

ସୋରିଷରେ ରହିଛି ଏହି ସବୁ ଫାଇଦା… ଆପଣ ଜାଣନ୍ତି କି ??

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ