1. କୃଷି ବିଶ୍ବକୋଷ

Garlic price: ୫୫୦ ଉପରେ ପହଞ୍ଚିଲା ରସୁଣ ଦର

ରସୁଣ ଦରରେ ପୁଣି ଲାଗିଲା ନିଆଁ l ଦର କୁ ନେଇ ଖାଉଟି ଅସନ୍ତୋଷ l

Tanushree Mahapatra
Tanushree Mahapatra
garlic price hiked too much, image source - pexels.com

garlic price hiked too much, image source - pexels.com

ପୁଣି ଥରେ ଆକାଶଛୁଆଁ ହୋଇଛି ରସୁଣ ଦର । ପିଆଜ, ଟମାଟୋ ପରେ ଏବେ ପୁଣି ରସୁଣ ଦରରେ ଲାଗିଛି ନିଆଁ । ଯାହା ଖାଉଟିଙ୍କ ପାକେଟ ଉପରେ ସିଧାସଳଖ ମାଡ଼ କରିଛି l ଅଧିକାଂଶ ସହରରେ ଗୋଟେ କେଜି ରସୁଣ ଦର ୪୫୦ ରୁ ୫ଶହ ଟଙ୍କାରେ ବିକ୍ରି ହେଉଛି । ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ପ୍ରାୟତ ରସୁଣ ଆମଦାନୀ ହେଉଥିବାବେଳେ ଚଳିତଥର ଭଲ ଫସଲ ହୋଇ ପାରିନାହିଁ ।

ତେଣୁ ଚାଷୀଙ୍କ ଠାରୁ ଗ୍ରାହକ ଏବେ ରସୁଣ ପାଇଁ ବେଶ ଅଧିକ ଦାମ ଦେଉଛନ୍ତି । ସେପଟେ ବିନା ରସୁଣରେ ରୋଷେଇ ଖାଦ୍ୟର ସ୍ୱାଦ କମିଛି । ଘରୁ ଆରମ୍ଭ କରି ହୋଟେଲ ସବୁଠି ପଡିଛି ଦର ପ୍ରଭାବ l

ରଶୁଣ ଦର ଲୋକମାନଙ୍କୁ କନ୍ଦାଉଛି । ରଶୁଣ ଦର ବଢିବାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି । ସରକାରନ୍କ ନିଷ୍ପତ୍ତି ପରେ ପିଆଜ ଦର ରିଟେଲ ମାର୍କେଟରେ ୩୦ ରୁ ୪୦ ଟଙ୍କା ଭିତରେ ବିକ୍ରି ଚାଲିଛି । ଅନ୍ୟପଟେ ରଶୁଣ ଦର ବର୍ତ୍ତମାନ ବଜାରରେ ୫୫୦ ଟଙ୍କା ଉପରେ ପହଁଚିଛି । ଗୋଦାମମାନଙ୍କରେ ମଧ୍ୟ ରଶୁଣ କିଲୋ ପିଛା ୩୫୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

ଲୋକମାନେ ପ୍ରତିଦିନ ଘରେ ଘରେ ରସୁଣର ବ୍ୟବହାର କରୁଛନ୍ତି । ଏହାର ଡିମାଣ୍ଡ ଅନେକ ଫାର୍ମା ଇଣ୍ଡଷ୍ଟ୍ରୀରେ ମଧ୍ୟ ହେଉଥିବା ଆପଣମାନେ ଜାଣିଥିବେ। ପାଖାପାଖି ସମସ୍ତ କଷ୍ଟ ନିବାରଣ ବାମ୍ ଏବଂ ଅନ୍ୟ ବିଭିନ୍ନ ପ୍ରକାର ଅଏଣ୍ଟମେଣ୍ଟ ରଶୁଣ ତେଲରୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ଭାରତରେ ରସୁଣ ଉତ୍ପାଦନ ସବୁଠାରୁ ଅଧିକ ଗୁଜରାଟ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟରେ ଉତ୍ପନ୍ନ ହେଉଛି । ଏହି ରାଜ୍ୟ ଗୁଡ଼ିକରୁ ଅନ୍ୟାନ୍ୟ ରାଜ୍ୟ ଗୁଡିକୁ ଏହା ରପ୍ତାନି ହୋଇଥାଏ l

ସୂଚନାଯୋଗ୍ୟ ଯେ, ଦେଶର ସବୁଠାରୁ ବଡ଼ ରସୁଣ ମଣ୍ଡିମାନଙ୍କ ମଧ୍ୟରୁ ଗୁଜରାଟର ଜାମନଗର ମଣ୍ଡିରେ ରଶୁଣ ମୂଲ୍ୟ କିଲୋ ପିଛା ବଢିଛି l ଗତ ଶନିବାର ଦିନ ଠାରୁ ୩୦୦ ରୁ ୩୫୦ ଟଙ୍କା ମଧ୍ୟରେ ରହିଛି ଏହି ଦର । ହେଲେ ଗତ କିଛି ଦିନରେ ଏହା ୩୫୦ ଟଙ୍କାରୁ ଅଧିକ ହୋଇଥିବାର ନଜିର ରହିଛି । ରସୁଣର ବଢୁଥିବା ଦାମ ସଧାରଣ ଲୋକଙ୍କ ଜୀବନରେ ତଥା ରୋଷେଇରେ ପ୍ରଭାବ ପକାଇଛି । ସେହିପରି ରେଷ୍ଟୁରାଣ୍ଟ ମାଲିକମାନଙ୍କ ଉପରେ ମଧ୍ୟ ଏହାର ଅଧିକ ପ୍ରଭାବ ପଡିଥିବା ଦେଖାଦେଇଛି । ଉତ୍ପାଦନ ସଠିକ ନ ଥିବାରୁ ଚଳିତ ବର୍ଷ ଆରମ୍ଭରୁ ହିଁ ପିଆଜ , ରସୁଣ ଏବଂ ଅଦା ଉପରେ ଦର ର ପ୍ରଭାବ  ପଡିଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments