1. କୃଷି ବିଶ୍ବକୋଷ

Garlic Price High: କାହିଁକି ବଢୁଛି ରସୁଣ ଦାମ୍‌ ?

କମିଛି ପିଆଜ ଦର l ପିଆଜ ପରେ ଏବେ ହଇରାଣ କରୁଛି ରସୁଣ ଦର l ରସୁଣ ଦର ଏବେ ଚିନ୍ତାରେ ପକାଇଛି l

Tanushree Mahapatra
Tanushree Mahapatra
garlic price increasing 5 times higher , image source - pexels.com

garlic price increasing 5 times higher , image source - pexels.com

କିଛିଦିନ ହେବ ପନିପରିବା ଦର ବଢିବା ସହିତ ମସଲା ଜାତୀୟ ଖାଦ୍ୟର ମଧ୍ୟ ଦର ବଢୁଛି l ଯାହାକୁ ନେଇ ଖାଉଟି ଚିନ୍ତାରେ ପଡୁଛନ୍ତି l ନିକଟରେ ଅଦା , ରସୁଣ ଏବଂ ପିଆଜ ଦର ଖୁବ ଅଧିକ ବଢିଯାଇଥିଲା l କିନ୍ତୁ ଏବେ ପିଆଜ ଦର କମିଛି ଏବଂ ଅଦା ଦର ମଧ୍ୟ ନିୟନ୍ତ୍ରଣରେ ରହିଛି l କିନ୍ତୁ ଏବେ ବଢିଛି ରସୁଣ ଦର l ସାଧାରଣ ଭାବେ ୫ ପ୍ରତିଶତ ଅଧିକ ରହିଛି ଦର l ଯାହାକୁ ନେଇ ବ୍ୟବସାୟୀ ସଂଘ ଏବଂ ଖାଉଟି ଦୁହେଁ ଚିନ୍ତାରେ ପଡିଛନ୍ତି l

ପିଆଜ ପରେ ଏବେ କନ୍ଦାଇଛି ରସୁଣ ଦର । ଚଳିତ ବର୍ଷ ଖରାପ ପାଣିପାଗ ଯୋଗୁଁ ଫସଲ ନଷ୍ଟ ହୋଇଥିଲା ଏବଂ ବର୍ଷା ଯୋଗୁ ନାସିକ ଓ ମହାରାଷ୍ଟ୍ରରୁ ଆମଦାନୀ କମିଥିବାରୁ ହଠାତ ରସୁଣରେ ଦରବୃଦ୍ଧି ଦେଖିବାକୁ ମିଳିଛି l  ରସୁଣ ଦରବୃଦ୍ଧି ନେଇ ଚିନ୍ତାରେ ପଡିଛନ୍ତି ଖାଉଟି । ରସୁଣ ଯିଏ କିଲେ ନେଉଥିଲା ସେ ଶହେ ଗ୍ରାମ ନେବାକୁ ବାଧ୍ୟ ହେଉଛି ଦର ପାଇଁ । ପିଆଜ ଦରରେ ନିୟନ୍ତ୍ରଣ ଆସିବା ପରେ ଖୁସିରେ ଥିଲେ ଖାଉଟି କିନ୍ତୁ ରସୁଣ ଦର ଏଭଳି ହଟାତ ବୃଦ୍ଧି ସମସ୍ତଙ୍କର ଚିନ୍ତା ବଢ଼ାଇଛି । ରୋଷେଇ ଘରେ ମହିଳାଙ୍କୁ ଖାସ କରି ସବୁ ରୋଷେଇ ପାଇଁ ପିଆଜ ସହ ରସୁଣର ଆବଶ୍ୟକତା ରହିଛି । ପିଆଜ ଦର ପରେ ଏଵେ ରୋଷେଇ ଘରେ ରସୁଣର ଅଭାବ ତରକାରୀକୁ ଯେପରି ସ୍ଵାଦହୀନ କରିଛି ।

ରାଜ୍ୟରେ ରସୁଣ ଦାମ ଏବେ ମାତ୍ରାଧିକଭାବେ ବଢ଼ିଯାଇଛି । କିଲୋପିଛା ଦାମ୍ ୩୨୦ ଟଙ୍କାରୁ ଅଧିକ ରହିଥିବା ଜଣାପଡିଛି । କିଛି କିଛି  ସ୍ଥାନରେ ଏହା ୪୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି କରାଯାଉଛି । କିଛି ଗ୍ରାହକ ରସୁଣ କିଣିବା ବନ୍ଦ କରିଦେଇଥିବାବେଳେ ଆଉ କିଛି ଗ୍ରାହକ ପରିମାଣ କମାଇ ଦେଇଛନ୍ତି ରସୁଣ କିଣିବାର। ସେହିପରି ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ରସୁଣ ଶେଷ ହୋଇଯାଇଥିବାରୁ ଓଡ଼ିଶାକୁ ମୁଖ୍ୟତଃ ରସୁଣ ଏବେ ମଧ୍ୟପ୍ରଦେଶରୁ ଆସୁଛି । ମଧ୍ୟପ୍ରଦେଶରେ କିଲୋପିଛା କ୍ରୟ ମୂଲ୍ୟ ୧୫୦ରୁ ୧୮୦ ଟଙ୍କା ରହୁଛି । ଯାହା ଆମଦାନୀ ହେବାପରେ ଭୁବନେଶ୍ବର ପାଇକାରୀ ବଜାରରେ ‌୨୦୦ରୁ ୨୨୦ ଟଙ୍କାରେ ବିକ୍ରି ହେଉଛି ରସୁଣ ।

ତେଣୁ ରସୁଣ ଖୁଚୁରା ବଜାରକୁ ଆସିଲା ପରେ ଏହା ୩୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି । ଯାହାକୁ ଖାଉଟି କିଣିବା ପାଇଁ ଅସମର୍ଥ l ଅନ୍ୟପଟେ ଓଡ଼ିଶାକୁ ରସୁଣ ଆସୁଥିବା ସ୍ଥାନରେ ରସୁଣର ଗଚ୍ଛିତ ପରିମାଣ ହ୍ରାସ ପାଇଛି। ଯେଉଁମାନଙ୍କ ପାଖରେ ଅଧିକ ପରିମାଣରେ ରସୁଣ ରହିଛି ସେମାନେ ମନଇଚ୍ଛା ଅଧିକ ନେଉଛନ୍ତି । ତେବେ ଦାମ କମିବାକୁ ଆହୁରି ୧୫ ଦିନ ଲାଗିବ ବୋଲି ଆକଳନ କରାଯାଉଛି । ମହାରାଷ୍ଟ୍ର ଓ ରାଜସ୍ଥାନ ଭଳି ରାଜ୍ୟରୁ ରସୁଣ ଆମଦାନୀ ହୋଇ ଆସିଲେ ମୂଲ୍ୟ କମିବ । ସେହିପରି ଭୁବନେଶ୍ବରରେ ପ୍ରତିଦିନ ୫୦ ଟନ୍ ରସୁଣର ଆବଶ୍ୟକତା ରହିଛି । ଆବଶ୍ୟକତା ଅନୁସାରେ ରସୁଣ ଆସୁଥିଲେ ସୁଦ୍ଧା ଅଧିକ ଦାମରେ ବିକ୍ରି ହେଉଛି ।

ଏହି ରସୁଣ ଦର ପାଇଁ ଛୋଟ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । କୃତ୍ରିମ ଅଭାବ ସୃଷ୍ଟି କରି ଦରଦାମକୁ ନିଜ ନିୟନ୍ତ୍ରଣରେ ରଖିବା ସହ ଫାଇଦା ଉଠାଉଛନ୍ତି କଳାବଜାରୀ । ଶୀତଦିନେ ସାଧାରଣତଃ ରସୁଣ ଶୁଖିଯାଇ ଖରାପ ହୋଇଯାଇଥାଏ । ଏଥିପାଇଁ ଦର ବଢ଼ିଥାଏ ଶୀତଦିନରେ । ମଣ୍ଡିରୁ ବ୍ୟବସାୟୀଙ୍କ ମାଧ୍ୟମ ଦେଇ ରସୁଣ ଛୋଟ ବ୍ୟବସାୟୀଙ୍କ ପାଖରେ ପହଞ୍ଚିବା ବେଳକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରସୁଣ ନଷ୍ଟ ହୋଇଯାଇଥାଏ । ତେଣୁ ଦରବୃଦ୍ଧିର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି । ତେବେ କୁହାଯାଉଛି ଯେ, ନୂଆ ରସୁଣ ଆସିଲେ ବଜାରରେ ଏହାର ଦାମ ହ୍ରାସ ପାଇବ । ରସୁଣ ଦର ନିୟନ୍ତ୍ରଣ ପାଇଁ ଆଉ କିଛିଦିନ ସମୟ ଲାଗିବ l ଭବିଷ୍ୟତରେ ପିଆଜ ଅଭାବକୁ ନଜରରେ ରଖି ପିଆଜ ରପ୍ତାନି ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି l ଯେଉଁଥିପାଇଁ ବଜାରରେ ପିଆଜ ଦର ନିୟନ୍ତ୍ରଣକୁ ଆସିଛି l କିନ୍ତୁ ପିଆଜ ପରେ ରସୁଣ ଦର ବଢିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି l ରସୁଣ ଦର ଉପରେ ଖୁବ ଶୀଘ୍ର ରୋକ ଲଗାଇବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ସାଧାରଣ ଲୋକେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments