Agripedia

ବାଡିରେ ଫଳାନ୍ତୁ ମିଠା ଅଙ୍ଗୁର,ଜାଣନ୍ତୁ କିପରି?

ଲୋକମାନେ ଆଜିକାଲି ପନିପରିବା ଚାଷ ସହ ଫଳ ଚାଷ କରି ମଧ୍ୟ ବହୁ ଆୟ କରୁଛନ୍ତି । ଓଡିଶାରେ ମାଟିରେ ମଧ୍ୟ ଲୋକ ଅଙ୍ଗୁର ଚାଷ କରି ବେଶ ଚର୍ଚ୍ଚାରେ ।

25 July, 2022 3:40 PM IST By: Sudesna Nayak

ଲୋକମାନେ ଆଜିକାଲି ପନିପରିବା ଚାଷ ସହ ଫଳ ଚାଷ କରି ମଧ୍ୟ ବହୁ ଆୟ କରୁଛନ୍ତି । ଓଡିଶାରେ ମାଟିରେ ମଧ୍ୟ ଲୋକ ଅଙ୍ଗୁର ଚାଷ (Grapes Farming)କରି ବେଶ ଚର୍ଚ୍ଚାରେ ।

ଅଙ୍ଗୁର (Grapes) ଏକ ଲତା ଜାଦୀୟ ଉଦ୍ଭିଦ । ଏହା ଅତି ଲୋକପ୍ରିୟ ଫଳ ମଧ୍ଯ ଅଟେ । ଏହାର ପାଚିଲା ଫଳକୁ ଅଙ୍ଗୁର କୁହାଯାଏ ଏବଂ ଶୁଖିଲା ଫଳକୁ କିସମିସ କୁହାଯାଏ । ଅଙ୍ଗୁର କୋଳି ପେନ୍ଥା ପେନ୍ଥା ହୋଇ ଫଳିଥାଏ । ଏହା ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ଯଥା: ଲାଲ୍, ବାଇଗଣି (ନାରଙ୍ଗୀ), କଳା, ସବୁଜ, ହଳଦିଆ, ଗାଢ଼ନୀଳ, କମଳାରଙ୍ଗ ଓ ଗୋଲାପି ଇତ୍ୟାଦି ରଙ୍ଗର ଅଙ୍ଗୁର ଦେଶ ବିଦେଶରେ ଦେଖିବାକୁ ମିଳିଥାଏ ।

ମୃତ୍ତିକା,ଜାଣନ୍ତୁ...

ଅଙ୍ଗୁର ଚାଷ (Grapes Farming) ପାଇଁ ନାଲି, କଳାଦୋରସା ମାଟି ଭଲ ହୁଏ, କିନ୍ତୁ ହାଲୁକା ଓ ସହଜରେ ଜଳ ନିଷ୍କାସିତ ହୋଇପାରୁଥିବା ଜମି ଅଙ୍ଗୁର ଚାଷ ପାଇଁ ଭଲ ହୁଏ ।

ଖତ ଓ ସାର,ଜାଣନ୍ତୁ...

ଅଙ୍ଗୁର ଗଛ (Grapes Farming) ବହୁତ ଖତସାର ଦରକାର କରିଥାଏ । ଗୋଟିଏ ଗଛ ବର୍ଷକୁ ୧.୫ କେଜି ରୁ ୩କେଜି ଯବକ୍ଷାରଜାନ ସାର ୭୫୦ ଗ୍ରାମରୁ ୧.୫ କେଜି ଫସଫରସ ସାର ଓ ୧ କେଜିରୁ ୨.୫ କେଜି ପଟାସ ସାର ଗଛର କିସମ ଓ ମଡାଇବା ପ୍ରଣାଳୀ ଦରକାର କରିଥାଏ । ଡାଳ କାଟିବା ପରେ ହିଁ ସାର ଦିଆଯାଏ ।

ରୋଗ,ଜାଣନ୍ତୁ...

ଅଙ୍ଗୁର (Grapes)ରେ ଡାଉନି ମିଲିଡର, ପାଉଡରି ମିଳିଡ଼ିଊ ଆନ୍ଥାକନୋଜ ଓ ବ୍ରାଉନ ଲିଫ୍ଟ ସ୍ପଟ ଇତ୍ୟାଦି ରୋଗ ହୁଏ । ଯଦି ଅତ୍ୟଧିକ ବୃଷ୍ଟି ଓ ଆଦ୍ର ଜଳବାୟୁ ଲାଗିରହେ ତେବେ ଏ ରୋଗ ସବୁ ବ୍ୟାପେ ଓ ପ୍ରଭୃତ କ୍ଷତି ସାଧନ କରେ ।

ଜଳସେଚନ,ଜାଣନ୍ତୁ...

ଅଙ୍ଗୁର ଚାଷ (Grapes Farming) ପାଇଁ ଜଳସେଚନ ଦରକାର କରିଥାଏ । ପୃନିଂ ଓ ଖତସାର ଦେଇ ସାରିବା ପରେ ଦରକାର ଅନୁଯାୟୀ ଜଳସେଚନ ଦେବ । ଓଡିଶା ପାଇଁ ଖରା ଓ ଶୀତ ଦିନମାନଙ୍କରେ ୮/୧୦ ଦିନ ବ୍ୟବଧାନରେ ଜଳସେଚନ ଦରକାର କରିଥାଏ । ଫଳ ପାଚିବାର ୧୫ ଦିନରୁ ଏକ ମାସ ପୂର୍ବରୁ ଜଳସେଚନ କରାଯାଏନି ।

ପ୍ରକାଶ ଥାଉ ଯେ, ଅଙ୍ଗୁର (Grapes)ଦୁନିଆରେ ବହୁଳ ଭାବରେ ଖିଆଯାଏ । ଏଥିରୁ ଅନେକ ପ୍ରକାର ଖାଦ୍ୟ ପଦାର୍ଥ ଓ ପାନ୍ୟ ତିଆରି ହୋଇଥାଏ । କେବଳ ଫଳ ଭାବରେ ନୁହେଁ, ଏହା ମଦ ତିଆରିରେ ମଧ୍ୟ ବହୁଳ ଭାବେ ବ୍ୟବହୃତ ହୁଏ ।

ଓଡ଼ିଶାରେ ଅଙ୍ଗୁର ଚାଷ, ଅସମ୍ଭବକୁ ସମ୍ଭବ କରି ଦେଖେଇଛନ୍ତି ମହିଳା ଚାଷୀ

ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ କ୍ଷତିକାରକ ଅଦା ଚା’

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)