1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ କ୍ଷତିକାରକ ଅଦା ଚା’

ଯେଉଁମାନଙ୍କର ବ୍ଲଡ ପ୍ରେସର କମ୍ ଥାଏ, ସେମାନଙ୍କ ପାଇଁ ଅଦା ଚା’(Ginger tea)ପିଇବା କ୍ଷତିକାରକ ହୋଇପାରେ ।

Sudesna Nayak
Sudesna Nayak
be careful to drink more ginger tea side of effects ginger Tea

be careful to drink more ginger tea side of effects ginger Tea

ପ୍ରତ୍ୟେକ ବ୍ୟକ୍ତିଙ୍କର ଦିନର ଆରମ୍ଭ ଚା’ (Tea)ରୁ ହେଇଥାଏ । ଏପରି କିଛି ଲୋକେ ଅଛନ୍ତି ଯେଉଁମାନେ ବିନା ଅଦାରେ ଚା’ (Ginger tea) ପିଅନ୍ତି ନାହିଁ । ଅଦା ଚା’(Ginger tea) ଶରୀର ପାଁଇ ଯେତିକି ଉପକାର ସେତିକି ଅପକାର ମଧ୍ୟ ହେଇଥାଏ । ଯେଉଁମାନଙ୍କର ବ୍ଲଡ ପ୍ରେସର (Blood Pressure)କମ୍ ଥାଏ, ସେମାନଙ୍କ ପାଇଁ ଅଦା ଚା’(Ginger tea)ପିଇବା କ୍ଷତିକାରକ ହୋଇପାରେ ।

ଅଦା ଚା’(Ginger tea)ପିଇବା ଦ୍ୱାରା କିଛି ଲୋକମାନଙ୍କ ର ଛାତିରେ ଜଳାପୋଡ଼ା ହେଇଥାଏ ଏବଂ ପେଟ ବି ଖରାପ ହେଇଥାଏ । ତେଣୁ ଅନେକ କ୍ଷେତ୍ରରେ ଏହା ଶରୀର ପାଁଇ କ୍ଷତିକାରକ ହେଇଥାଏ ।

ଅଦା ଚା’(Ginger tea)ପିଇବା ଦ୍ୱାରା ରକ୍ତରେ ସୁଗାର ସ୍ତର କମିଯାଏ । ତେଣୁ ସୁଗାର ରୋଗୀ, ଯେଉଁମାନଙ୍କର ସୁଗାର ସ୍ତର କମ୍ ଥାଏ ସେମାନଙ୍କୁ ଅଦା (Ginger)ର ଅଧିକ ସେବନ ଠାରୁ ଦୂରେଇ ରହିବା ଉଚିତ୍ ଅଟେ ।

ଯେଉଁମାନଙ୍କର ବ୍ଲଡ ପ୍ରେସର (Blood Pressure)କମ୍ ଥାଏ, ସେମାନଙ୍କ ପାଇଁ ଅଦା ଚା’(Ginger tea)ପିଇବା କ୍ଷତିକାରକ ହୋଇପାରେ । ବ୍ଲଡ ପ୍ରେସର (Blood Pressure) ରୋଗୀ ଅଦା ଚା’(Ginger tea)ପିଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଅଦା ଚା’ (Ginger tea) ଆବଶ୍ୟକତା ଠାରୁ ଅଧିକ ପିଇବା ଦ୍ୱାରା ଗ୍ୟାସ୍ ଏବଂ ଏସିଡିଟି ଭଲି ବହୁ ସମସ୍ୟା ଦେଖାଦେଇପାରେ ।

ଗର୍ଭବତୀ ମହିଳାମାନେ ମଧ୍ଯ ଅଧକରୁ ଅଧିକ ଚା’(Tea) ପିଇଲେ ପେଟରେ ଯନ୍ତ୍ରଣା ହେବା ସହ ଗର୍ଭସ୍ଥ ଶିଶୁକୁ ହାନି ପହଞ୍ଚାଇପାରେ । ତେଣୁ ଗର୍ଭବତୀ ମହିଳାମାନେ ଚା’(Tea) ପିଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଅଦା ଚା’ (Ginger tea) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ DOCTORଙ୍କର ପରାମର୍ଶ ନିଅନ୍ତୁ ।

ରକ୍ତଚାପ ନିୟନ୍ତ୍ରଣ କରେ ପୋଇ

ଡାଇବେଟିସରୁ ମୁକ୍ତି ଦେବ ଗ୍ରୀନ ମଟର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments